ଆଜିର ଖାସ୍ ଖବର

୧-ସୁବାସ ଚୌହାନ ହେଲେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ।

୨-ନବରଙ୍ଗପୁର:ବଦଳୁଛି ସମୟ, ବଦଳୁଛି ବି ସମାଜ। ବିଧବା ବୋହୂର କନ୍ୟା ଦାନ କଲେ ଶ୍ବଶୁର।

୩-ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଉଦବେଗ, ଗାଇଡ ଲାଇନର ପାଳନ ଜଣାଇବାକୁ ନିର୍ଦ୍ଦେଶ।

୪-ବଢ଼ିଲା ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ଏଣିକି ସକାଳ ସାଢେ ୯ଟାରୁ ସାଢେ ୪ଟା ପର୍ୟ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ-ଶିକ୍ଷୟତ୍ରୀ ।

୫-ରେଳ କର୍ମଚାରୀଙ୍କୁ ପୂଜା ଭେଟି:ବୋନସଭାବେ ମିଳିବ ୭୮ ଦିନର ଦରମା ।

୬-ଆକ୍ସନ ମୁଡରେ ସମୀର ଦାସ୍, ପରିଦର୍ଶନ ବେଳେ ସ୍କୁଲ ଖାଁ ଖାଁ, ଅନୁପସ୍ଥିତ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ। ବ୍ଲକ୍ ଶିକ୍ଷାଧିକାରୀଙ୍କ ବି ଦରମା ବନ୍ଦ। କାର୍ଯ୍ୟରେ ଅବହେଳା ପାଇଁ କାରଣ ଦର୍ଶାଅ ନୋଟିସ।

୭-ଚାରି ନେତାଙ୍କୁ ବିଜେପୁର ଦାୟିତ୍ୱ, ରୀତା ପୁଣି ହେବେ ବିଜେଡ଼ି ପ୍ରାର୍ଥୀ।

୮-କୋହଲିଙ୍କ ଦମଦାର ଅର୍ଦ୍ଧ ଶତକ, ଦ. ଆଫ୍ରିକାକୁ ୭ ଓ୍ଵିକେଟରେ ହରାଇଲା ଭାରତ।

୯-ଏବେ ସବୁ ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ଡ୍ରେସ୍, ଜୋତା।ପୂର୍ବରୁ କେବଳ ବିପିଏଲ୍ ପିଲାଙ୍କୁ ଜୋତା, ଡ୍ରେସ୍ ମିଳୁଥିଲା।

୧୦-କିଟ୍ ରେ ଦିନିକିଆ ଜାତୀୟ ମାର୍କେଟିଂ କନକ୍ଲେଭ ଉଦଯାପିତ।

୧୧-ନଭେମ୍ବର ୧ରୁ ରାଜ୍ୟରେ ଧାନ ସଂଗ୍ରହ, ପଞ୍ଜୀକୃତ ହେଲେ ୧୧ ଲକ୍ଷ ୫୬ ହଜାର ୧୩୦ ଚାଷୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳବାଇର 'ସ୍ୱଚ୍ଛତା ହିଁ ସେବା' ଅଭିଯାନ ରେ ପ୍ଲାଷ୍ଟିକ ପ୍ରଦୂଷଣ ସମ୍ଭନ୍ଧରେ ଆଲୋଚନାଚକ୍ର

Thu Sep 19 , 2019
ପ୍ଲାଷ୍ଟିକ ବଦଳରେ ପ୍ୟାକେଜିଙ୍ଗ ପାଇଁ ନୂତନ ବିଚାରଧାରା ପ୍ରତି ପୂର୍ବତଟ ରେଳପଥ ର ଗୁରୁତ୍ୱାରୋପ – ପ୍ଲାଷ୍ଟିକ ପ୍ରଦୂଷଣ ସମ୍ବନ୍ଧରେ ଆଲୋଚନାଚକ୍ର ସ୍ୱଚ୍ଛତା ହିଁ ସେବା – ସ୍ୱଚ୍ଛତା ପକ୍ଷ୍ୟ-୨୦୧୯ ପାଳନ ଅବସରରେ ପୂର୍ବତଟ ରେଳପଥ ପକ୍ଷରୁ ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ମୁକ୍ତ ରାଷ୍ଟ୍ର ଗଠନ ସମ୍ବନ୍ଧରେ ଆଲୋଚନାଚକ୍ର ହୋଇଯାଇଅଛି I ଏହି ଅବସରରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପରିସର, ଟ୍ରେନ, ରେଳବାଇ […]

You May Like

Pin It on Pinterest