
ବାସ୍ତବବ୍ୟୁରୋ:(ଭୁବନେଶ୍ବର) ରାଜ୍ୟରେ କମିବାର ନା ଧରୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନେ ବଢ଼ୁଚିତ ଦିନେ କମଛି ।ହସ ଲିଭିଛି ଜନତାଙ୍କ ମୁହଁରୁ, ସମସ୍ତଙ୍କ ମନରେ ପ୍ରଶ୍ନ ମୋ ପାଳି ପଡି ଜୀବନୀତ ଏହାରି ଭିତରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୧୦୦୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୬୬୨୩ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ୩୪୦୮ ଜଣ ରହିଛନ୍ତି ।
ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୩୨୯ଜଣ ଥିବାବେଳେ,ସୁନ୍ଦରଗଡ଼ ଜିଲ୍ଲାରୁ ୮୨୪ଜଣ, କଟକ ଜିଲ୍ଲାରୁ ୭୨୦ ଅନୁଗୁଳ ଜିଲ୍ଲାରୁ ୪୫୬, ବାଲେଶ୍ୱର ଜିଲ୍ଲାରୁ ୨୩୦, ବରଗଡ଼ ଜିଲ୍ଲାରୁ ୪୫୦, ଭଦ୍ରକ ଜିଲ୍ଲାରୁ ୨୪୮, ବଲାଙ୍ଗୀର ଜିଲ୍ଲାରୁ ୨୭୪, ବୌଦ୍ଧ ଜିଲ୍ଲାରୁ ୧୮୩, ଦେଓଗଡ଼ ଜିଲ୍ଲାରୁ ୧୧୮, ଢେଙ୍କାନାଳ ଜିଲ୍ଲାରୁ ୨୪୪, ଗଜପତି ଜିଲ୍ଲାରୁ ୮୯,ଗଞ୍ଜାମ ଜିଲ୍ଲାରୁ ୨୦୯, ଜଗତସିଂହପୁର ଜିଲ୍ଲାରୁ ୨୦୯, ଜଗତସିଂହପୁର ଜିଲ୍ଲାରୁ ୧୧୫, ଯାଜପୁର ଜିଲ୍ଲାରୁ ୩୨୮, ଝାରସୁଗୁଡ଼ା ଜିଲ୍ଲାରୁ ୪୧୮, କଳାହାଣ୍ଡି ଜିଲ୍ଲାରୁ ୪୩୩, କନ୍ଧମାଳ ଜିଲ୍ଲାରୁ ୭୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪୩, କେନ୍ଦୁଝର ଜିଲ୍ଲାରୁ ୧୬୬ଜଣ, କୋରାପୁଟ ଜିଲ୍ଲାରୁ ୧୪୨ଜଣ, ମାଲକାନଗିରି ଜିଲ୍ଲାରୁ ୬୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୦୬ଜଣ, ନୟାଗଡ଼ ଜିଲ୍ଲାରୁ ୨୬୯ଜଣ, ନୂଆପଡ଼ା ଜିଲ୍ଲାରୁ ୩୧୧ଜଣ, ପୁରୀ ଜିଲ୍ଲାରୁ ୭୦୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୨ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୨ଜଣ, ସୋନପୁର ଜିଲ୍ଲାରୁ ୧୬୯ଜଣ, ଷ୍ଟେଟ୍ ପୁଲ୍ରୁ ୨୭୧ଜଣ ରହିଛନ୍ତି ।



