ବାସ୍ତବବ୍ୟୁରୋ: ମାନବିକତା ହଜି ଆସୁଛି ସତ ହେଲେ ମରିନି, ସାରା ଦୁନିଆ କରୋନା ମହାମାରୀର ଆତଙ୍କରେ ଆତଙ୍କିତ | ବାପ ମାଆଙ୍କୁ ମିଳୁନି କାନ୍ଧ,ସନ୍ତାନ କୁ ଡାକ୍ତରଖାନାରେ ଛାଡି ପଳାଉଛନ୍ତି | ହେଲେ ଏହି ଦୂରଦିନରେ ନୂଆପଡା ଜିଲ୍ଲାରେ ନିଜ ଅଟୋରିକ୍ସାକୁ ଆମ୍ବୁଲାନ୍ସ କରି ମାଗଣା ସେବା ଯୋଗାଉଛନ୍ତି କୁମର ତାଣ୍ଡି | ନିଜ ଅଟୋ ରେ କରୋନା ପୀଡିତଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଯାଆନ୍ତି କୁମାର,ଚିକିତ୍ସା ପରେ ଘରକୁ ଛାଡିବା ଭଳି ଦାୟିତ୍ବ ମଧ୍ୟ ନିର୍ବାହକରନ୍ତି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଟୁଇଟ ଆକାଉଣ୍ଟ ଜରିଆରେ କୁମାରଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି।

ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଗ୍ରାମପଂଚାୟତ ଡୁମେରବାହାଲ ଗାଁରେ କୁମର ତାଣ୍ଡିଙ୍କ ଘର। ବର୍ତ୍ତମାନ କରୋନାରେ ନିଜ ସମ୍ପର୍କୀୟକୁ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ବାରଣ କରୁଥିବାବେଳେ ଏହି ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତଙ୍କୁ ପରୀକ୍ଷା ଏବଂ ପଜିଟିଭ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଘର ପର୍ଯ୍ୟନ୍ତ ପହଁଚାଇଥାନ୍ତି। ଏହି ସବୁ ସେବା ମାଗଣାରେ କରିଥାନ୍ତି। ତାଙ୍କ ଏହି କାର୍ଯ୍ୟକୁ ମାନବିକତାର ପରିଚୟ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ ଯୋଗେ କହିଛନ୍ତି ।