ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୫୪୬୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୪୮୨୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୫୭୫୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ପୂର୍ବତନ ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ ହୋଇଛି ।
ଆସନ୍ତା ୩ ଦିନ କାଳବୈଶାଖୀରାଜ୍ୟର ବିଭିନ୍ନ ସ୍ଥାନରେ ହେବା ସମ୍ଭାବନା ଅଛି । ମଙ୍ଗଳବାର ରାଜ୍ୟର ୨୪ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ଏହା ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇଛି । କେତେକ ଜାଗାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋଳାଗଣ୍ଡ ପଂଚାୟତରେ ଏକ ସଙ୍ଗେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରପଞ୍ଚ ସୁଜାତା ଲକ୍ଷ୍ମୀ ବଳିୟାର ସିଂ ପୁରା ପଞ୍ଚାୟତକୁ ସିଲ୍ କରିବା ସହ ରାଜୀବ ଗ୍ରାମକୁ ୮ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ରାଜ୍ୟରେ ୧୮ – ୪୪ ବର୍ଷ ବୟସ ବର୍ଗ ପାଇଁ କରୋନା ଟିକାକରଣ କଟକ , ରାଉରକେଲା , ସମ୍ବଲପୁର ଏବଂ ବ୍ରହ୍ମପୁରର ଚାରିଟି ମ୍ୟୁନିସିପାଲିଟି କର୍ପୋରେସନ୍ ଅଞ୍ଚଳରେ ଜାରି ରହିଛି ।
ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ସେ କହିଛନ୍ତି।
ଗାୟକ ମୀକା ସିଂ କରୋନା ସଙ୍କଟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେ ଗରିବ ଲୋକଙ୍କୁ ଖାଇବାକୁ ଦେଉଛନ୍ତି । ମୀକା କହିଛନ୍ତି ଯେ ସେ ଏକ ଏନଜିଓ ମାଧ୍ୟମରେ ଲଙ୍ଗର ସେବା ଆରମ୍ଭ କରିଛନ୍ତି ।
ଦେଶବାସୀଙ୍କୁ ୧୭ କୋଟି ଟିକା ଦେବାରେ ଭାରତ ବିଶ୍ବର ଦ୍ରୁତତମ ରାଷ୍ଟ୍ର ହେବାର ବିରଳ କୀର୍ତ୍ତି ଅର୍ଜନ କରିଛି। ଟିକାକରଣ ଅଭିଯାନ ଆରମ୍ଭର ୧୧୪ ଦିନରେ ଭାରତ ଏହି ଲକ୍ଷ୍ୟ ହାସଲ କରିଛି।
ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୯୫ ଲକ୍ଷ ୮୬ ହଜାର ୮୩୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୧୬ ହଜାର ୯୬୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୩ କୋଟି ୮୧ ଲକ୍ଷ ୯୯ ହଜାର ୭୯୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୦ ଲକ୍ଷ ୭୦ ହଜାର ୬୬ ଜଣ ଲୋକ ସକ୍ରିୟ ଅଛନ୍ତି ।
ଗାଜା ଏୟାରଷ୍ଟ୍ରିପ୍ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୦ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଥିବା ବେଳେ ଜଣେ ମହିଳା ସାମିଲ ଅଛନ୍ତି । ଏହି ଆକ୍ରମଣରେ ୬୫ ଜଣ ଆହତ ହୋଇଛନ୍ତି ।
ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ୧୨ରୁ ୧୫ ବର୍ଷୀୟ ପିଲାଙ୍କ ଲାଗି ଟିକା ଦେବ । ଏଥି ପାଇଁ ଫାଇଜରର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି ।