
ବାସ୍ତବବ୍ୟୁରୋ:ଗତ ସୋମବାର ସନ୍ଧ୍ୟା ୬ଟା ୪୫ମିନିଟରେ,ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗ ପୂର୍ବତନ ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା ।ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ସ୍ବାମୀ ଗୋପୀନାଥ ମହାନ୍ତି । ସେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍ ଶ୍ରୀଜଂଗ ଗାଁରେ ୧୯୪୮ ମସିହା ଫେବୃଆରୀ ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।
ସେ ଗତ ଅପ୍ରେଲ ୨୮ତାରିଖରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅବସର ପରେ ଶ୍ରୀ ମହାନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପ୍ରତିଷ୍ଠା କରି ଜଗନ୍ନାଥ ମହିମା ପ୍ରଚାର କରି ଆସୁଥିଲେ । ଏଥିସହ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦ କରି ସାହିତ୍ୟର ପ୍ରଚାର ଓ ଗବେଷଣାରେ ନିୟୋଜିତ ଥିଲେ ।ଶ୍ରୀ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।



