ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବଦଳି ସହ ପ୍ରଶାସନିକ ସ୍ତରରେ ଅଦଳ ବଦଳ

ବାସ୍ତବବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ କମିଶନର,ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ଏବେ ବିଏମ୍‌ସି ର ନୂଆ କମିଶନର ଭାବେ ୧୯୯୭ ବ୍ୟାଚ୍‌ର ଆଇଏଏସ୍ ଅଫିସର, ସଞ୍ଜୟ କୁମାର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି।

ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଦାୟିତ୍ୱ ସହିତ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଥିବା ’ସହିତ ତାଙ୍କୁ ସ୍ମାର୍ଟ ସିଟି ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ଆଇଏଏସ୍ ଅଫିସର ପ୍ରେମଚାନ୍ଦ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଓଏସ୍‌ଡି ଭାବେ ନୂଆ ନିଯୁକ୍ତି ମିଳିଛି।ସଞ୍ଜୟ କୁମାର ସିଂହଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ୧୯୯୫ ବ୍ୟାଚ୍‌ର ଆଇଏଏସ୍ ଅଫିସର ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏଥି ସହ ମିଳିଥିବା ସୂଚନା ଅନୁଯାଇ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ନୂଆ ନିର୍ଦ୍ଦେଶନାମା ଅନୁସାରେ ଏବେ ପୂର୍ତ୍ତ ବିଭାଗ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଇଡ୍‌କୋର ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୂଟନୀତି- ଚୀନ୍ କମ୍ପାନୀଗୁଡିକୁ 5G ପରୀକ୍ଷଣରୁ ଦୂରେଇ ରଖିବାକୁ ଭାରତ ନିଷ୍ପତ୍ତିକୁ ଆମେରିକାର ସ୍ୱାଗତ

Wed May 12 , 2021
ଚୀନ୍ କମ୍ପାନୀ ହୁଆୱେ ଏବଂ ଜେଟିଇ ବିନା ଭାରତ 5G ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଏହି ନିଷ୍ପତ୍ତିକୁ ଆମେରିକା ସ୍ୱାଗତ କରିଛି ଏବଂ ଏହାକୁ ଏକ ସାର୍ବଭମ୍ୟ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛି। ବାସ୍ତବବ୍ୟୁରୋ:ଚୀନ୍ କମ୍ପାନୀ ହୁଆୱେ ଏବଂ ଜେଟିଇ ବିନା 5G ପରୀକ୍ଷା କରିବା ପାଇଁ ଭାରତ ନିକଟରେ କରିଥିବା ନିଷ୍ପତ୍ତିକୁ ଆମେରିକା ଏକ ସାର୍ବଭମ୍ୟ ନିଷ୍ପତ୍ତି ବୋଲି କହିଛି। ଆମେରିକାର ବୈଦେଶିକ ବିଭାଗର ଜଣେ […]

You May Like

Pin It on Pinterest