୧୪ ତାରିଖରେ ଓଡିଶାରେ ପାଳନ ହେବ ପବିତ୍ର ‘ଇଦ୍‌’ପର୍ବ

ବାସ୍ତବବ୍ୟୁରୋ:ଅଞ୍ଜୁମାନ ଇସଲାମିଆ ଏହଲେ ସୁନତ ଅଲ ଜମାତ ଚାନ୍ଦ କମିଟି ଘୋଷଣା କରିଛିକି, ଓଡିଶାରେ ୧୪ ତାରିଖରେ ପାଳନ ହେବ ପବିତ୍ର ‘ଇଦ୍‌’ ପର୍ବ।ସମଗ୍ର ଓଡ଼ିଶାରେ ଶୁକ୍ରବାର ଦିନ ପାଳନ ହେବ ଇଦ୍ ପର୍ବ।ସୂଚନା ଅନୁଯାଇ ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇ ନ ଥିବାରୁ, ଶୁକ୍ରବାର ଇଦ୍ ପର୍ବ ପାଳନ କରାଯିବ ବୋଲି କମିଟି ପକ୍ଷରୁ ଘୋଷଣା କରାଯାଇଛି।

କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେଦ କହିଛନ୍ତିକି, ମସଜିଦ୍‌ରେ କୋଭିଡ୍ କଟକଣା ମଧ୍ୟରେ ନମାଜ ପାଠ ହେବ।ହେଲେ ସମୂହ ନମାଜ ପାଠ କରାଯିବ ନାହିଁ। ଇମାନଙ୍କ ସହ କେବଳ ୫ ଜଣ ନମାଜ ପାଠ କରିବେ।

ଭାରତରେ ସାଉଦି ଆରବରେ ଚାନ୍ଦ ଦେଖାଯିବାର ଦ୍ଵିତୀୟ ଦିନ, ଚାନ୍ଦ ଦେଖିବାର ପରମ୍ପରା ରହିଛି। ଏହି ଦୃଷ୍ଟିରୁ ମେ ୧୩ ରେ ସାଉଦି ଆରବରେ ଇଦ ପାଳନ କରାଯାଉଥିବାରୁ । ଭାରତରେ ଏହାର ଗୋଟିଏ ଦିନ ପରେ ଅର୍ଥାତ ମେ ୧୪ରେ ପବିତ୍ର ଇଦ୍ ପର୍ବ ପାଳନ କରାଯିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସରକାର ନିଜର ଇମେଜ ସୃଷ୍ଟି ଅପେକ୍ଷା ଜୀବନ ରକ୍ଷା କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ -ମୋଦୀ ସରକାରଙ୍କୁ ଅନୁପମ ଖେରଙ୍କ ପରାମର୍ଶ

Thu May 13 , 2021
ଅନୁପମ ଖେର ଏକ ସାକ୍ଷାତକାରରେ କହିଛନ୍ତି ଯେ ଦେଶରେ ଯାହା ଘଟୁଛି ସେଥିପାଇଁ ସରକାରଙ୍କୁ ଦାୟୀ କରିବା ଆବଶ୍ୟକ। ସରକାରଙ୍କ ଠାରୁ ସ୍ୱାସ୍ଥ୍ୟ ସଙ୍କଟ ପରିଚାଳନାରେ କିଛି ଅଘଟଣ ଘଟିଛି। ବାସ୍ତବବ୍ୟୁରୋ:କରୋନାର ଦ୍ୱିତୀୟ ତରଙ୍ଗ ଦେଶ ପାଇଁ ବିପଦ ପରେ ବିପଦ ଆଣୁଛି | ସରକାରଙ୍କ ସମସ୍ତ ଉଦ୍ୟମ ପର୍ଯ୍ୟାପ୍ତ ନୁହେଁ ବୋଲି ପ୍ରମାଣ କରୁଛି। ସଂକ୍ରମିତ ଏବଂ କରୋନା ସଂଖ୍ୟା ହେତୁ ମୃତ୍ୟୁ ମାମଲା ମଧ୍ୟ କ୍ରମାଗତ ଭାବେ […]

You May Like

Pin It on Pinterest