କୋଭିଡ ହସ୍ପିଟାଲରେ ରାଜ୍ୟର ପ୍ରଥମ ଅକ୍ସିଜେନେରେଟର ପ୍ରତିଷ୍ଠା…

ବାସ୍ତବବ୍ୟୁରୋ:(କେନ୍ଦୁଝର)କୋଭିଡ ହସ୍ପିଟାଲରେ ରାଜ୍ୟର ପ୍ରଥମ ଅକ୍ସିଜେନେରେଟର ପ୍ରତିଷ୍ଠା, କରୋନା କାଳରେ ଅକ୍ସିଜେନ୍‌ ଅଭାବ ଦୂର କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ। ଦିନକୁ ଦିନ ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲଇଟିବା ବେଳେ ଦେଶରେ ତଥା ରାଜ୍ୟରେ ସେହି ଅନୁପାତରେ ଅକ୍ସିଜେନ୍‌ର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦୁଝର ସହର ଉପକଣ୍ଠ ରାଙ୍କିରେ ଥିବା କୋଭିଡ ହସ୍ପିଟାଲରେ ରାଜ୍ୟର ପ୍ରଥମ ଅକ୍ସିଜେନେରେଟର ପ୍ରତିଷ୍ଠା କରାଯାଇଛି।ଜିଲ୍ଲାପାଳ ଆଶିଷ ଠାକ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିକି ଏହି ଅକ୍ସିଜେନେରେଟର ଦ୍ବାରା ଏଠାରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ ହୋଇପାରିବ |

ସୂଚନା ଅନୁଯାଇ , ଜିଲ୍ଲା ଖଣିଜ ପାଣ୍ଠିରୁ ଗତବର୍ଷ ତାଇୱାନରୁ ଏକ ଅତ୍ୟାଧୁନିକ ଅକ୍ସିଜେନେରେଟର କିଣାଯାଇଥିଲା। ଏହା ପିଏସ୍ଏ ଟେକ୍ନୋଲୋଜି (ପ୍ରେସର ସୁଇଙ୍ଗ ଆଡ୍‌ଜରସନ୍‌) ଦ୍ବାରା ନିର୍ମିତ। ଏଥିରୁ ପ୍ରତିଦିନ ୮.୫ ଲକ୍ଷ ଲିଟର ମେଡିକାଲ ଅକ୍ସିଜେନ୍‌ ଯୋଗାଇ ଦିଆଯିବ। ପ୍ରତିଘଣ୍ଟାରେ ଏହି ଅକ୍ସିଜେନେରେଟରରୁ ମୋଟ ୫ଟି ଜୁମ୍ବୋ ସିଲିଣ୍ଡର ଭର୍ତ୍ତି କରାଯାଇପାରିବ। ଅନ୍ୟପକ୍ଷରେ କେନ୍ଦୁଝର କୋଭିଡ ହସ୍ପିଟାଲରେ ଗତବର୍ଷ କରୋନା ବେଳେ ମୋଟ ୧୪ଟି ଆଇସିୟୁ ଏବଂ ୧୨ଟି ଭେଣ୍ଟିଲେଟର ଥିଲା। ଚଳିତ ବର୍ଷ ଏହାକୁ ବଢ଼ାଯାଇ ୪୫ଟି ଆଇସିୟୁ ଏବଂ ୧୪ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ସେହିପରି ମୋଟ ୧୩୦ଟି ଅକ୍ସିଜେନ୍‌ ବ୍ୟବସ୍ଥା ଥିବା ଶଯ୍ୟା ଉପଲବ୍ଧ ମଧ୍ୟ କରଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Thu May 13 , 2021
ଓଡ଼ିଶାରେ ୭୦ ଜଣଙ୍କଠାରେ ଚିହ୍ନଟ ହୋଇଛି କରୋନାର ଭୟଙ୍କର ଭାରତୀୟ ଷ୍ଟ୍ରେନ୍‌ (ବି.୧.୬୧୭) । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୪୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୭୬୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ […]

You May Like

Pin It on Pinterest