ଆଜିର ଖାସ୍ ଖବର…

ଓଡ଼ିଶାରେ ୭୦ ଜଣଙ୍କଠାରେ ଚିହ୍ନଟ ହୋଇଛି କରୋନାର ଭୟଙ୍କର ଭାରତୀୟ ଷ୍ଟ୍ରେନ୍‌ (ବି.୧.୬୧୭) ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୪୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୫୧ କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୭୬୨୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୦୩୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୭୩୬୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ମେଡ଼ିକାଲ ଭିତ୍ତିଭୂମିର ନିର୍ମାଣ ପାଇଁ ଚାରି ଜିଲ୍ଲାରେ ୫୫୦ଟି ବେଡ଼୍‌ ସହ ଅକ୍ସିଜେନ୍‌, ଆଇସିୟୁ, ଭେଣ୍ଟିଲେଟର ତଥା ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଖଣିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଲାଗିରହିବ। ଆଜି (୧୩ ତାରିଖ) ପୂର୍ବାହ୍ନ ସୁଦ୍ଧା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଗଜପତି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନ‌ରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ନେଇ ଆକଳନ କରାଯାଇଛି।

ଭଦ୍ରକ ଜିଲ୍ଲାର ବାସୁଦେବପୁରର ତହସିଲଦାର ସୋମ୍ୟଶ୍ରୀ ପାଣିଗ୍ରାହୀ ପୋଲିସ ସହ ପହଞ୍ଚି ସ୍ଥାନୀୟ ଅଞ୍ଚଳରେ କୋଭିଡ ଗାଇଡଲାଇନର ଉଲ୍ଲଂଘନ କରୁଥିବା ସ୍ଥାନରେ ଲୋକଙ୍କୁ ବୁଝାଇବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି ।

କରୋନାର ଦ୍ୱିତୀୟ ଲହରୀରେ ଟେଷ୍ଟିଂକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଟେଷ୍ଟିଂ ବଢାଇବା ଓ ଟେଷ୍ଟିଂ କେନ୍ଦ୍ର ଗୁଡିକରେ ଭିଡ଼ କମାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋବାଇଲ ଭ୍ୟାନ ଯୋଗେ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ କୋଭିଡ୍ ଟେଷ୍ଟ କରାଯାଉଛି । 

ଜୟପୁରର ପ୍ରାଣୀ ଉଦ୍ୟାନରେ ରହୁଥିବା ତ୍ରିପୁର ନାମକ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛି । ସଂକ୍ରମିତ ସିଂହଠାରେ SARS-CoV-2 ଜୀବାଣୁ ମିଳିଛି । 

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ୧୨ଟି ପ୍ରମୁଖ ବିରୋଧୀ ଦଳ । କେନ୍ଦ୍ର ସରକାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ବନ୍ଦ କରି ସେଇ ଅର୍ଥକୁ କରୋନା ପାଇଁ ଉପଯୋଗ କରନ୍ତୁ । ଏହାସହ ସାରା ଦେଶରେ ମାଗଣା ଟିକାକରଣ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।

ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ୨ରୁ ୧୮ ବର୍ଷ ବ୍ୟକ୍ତିଙ୍କ ଉପରେ ଟିକା ଟ୍ରାଏଳ ନେଇ ଅନୁମତି ପ୍ରଦାନ କରିଛନ୍ତି । ପୂର୍ବରୁ ଭାକସିନ୍ ଉପରେ ନଜର ରଖୁଥିବା ସବଜେକ୍ଟ ଏକ୍ସପର୍ଟ ଟ୍ରାଏଲ ନେଇ ସୁପାରିଶ କରିଥିଲା ।

ଭାରତ‌ରେ କୋଭିଡ୍‌-୧୯ ସଙ୍କଟ ଆୟତ୍ତ କରିବା ଲାଗି ‘ଲକ୍‌ଡାଉନ୍‌’ର ସମୟ ଅବଧି କେତେ ଦୀର୍ଘ ହେବା ଉଚିତ:‘ଦି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍ ମେଡିକାଲ୍‌ ରିସର୍ଚ’। 

ଆସନ୍ତା କାଲି ଦେଶରେ ଇଦ୍ ପର୍ବ ପାଳନ ହେବାକୁ ଯାଉଛି । ଗତ ବର୍ଷ ଭଳି ଏବର୍ଷ ବି କରୋନା କଟକଣା ମଧ୍ୟରେ ପାଳନ ହେବ । ଇଦ୍ ପର୍ବ ରମଜାନ୍ ମାସ ଶେଷ ହୋଇଥିଲେ ବି ଦେଶର କୌଣସି ସ୍ଥାନରେ ଚାନ୍ଦ ଦେଖାଯାଇନଥିବାରୁ ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ଇଦ୍ ପର୍ବ ପାଳନ କରାଯିବ ବୋଲି ଅଞ୍ଜୁମାନ ଇସଲାମିଆ ସୁନ୍ନତ ଅଲ ଜମାତର ଚାନ୍ଦ କମିଟି ପକ୍ଷରୁ ଘୋଷଣା କରାଯାଇଛି । କେବଳ ରୀତିନୀତି ବଜାୟ ରଖିବା ପାଇଁ ମସଜିଦ୍ ମାନଙ୍କରେ ନମାଜ ପାଠ କରିବାର ଅନୁମତି ମିଳିଛି ମାତ୍ର ଏକାସାଙ୍ଗରେ କେବଳ ୫ ଜଣ ହିଁ ନମାଜ ପାଠ କରିପାରିବେ

ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୬ କୋଟି ୧୦ ଲକ୍ଷ ୬୫ ହଜାର ୮୦୨ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୪୪ ହଜାର ୪୯୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି   ୧୩ କୋଟି ୯୮ ଲକ୍ଷ ୪୩ ହଜାର ୨୨୨ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୮ ଲକ୍ଷ ୭୮ ହଜାର ୮୩ ଜଣ ଲୋକ ସକ୍ରିୟ ଅଛନ୍ତି

ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଜାରି ରହିଥିବା ହିଂସାରେ ଏପର୍ଯ୍ୟନ୍ତ ୭୨ ଜଣଙ୍କର ମୃତ୍ୟୁ ହୋଇଛି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟେଷ୍ଟ ର଼୍ୟାଙ୍କିଙ୍ଗ୍: ଆଇସିସି ଅପଡେଟ୍ ରେ ଭାରତ ପ୍ରଥମ ସ୍ଥାନ, ନ୍ୟୁଜିଲାଣ୍ଡ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି...

Thu May 13 , 2021
ଆଇସିସି ଦ୍ୱାରା ପ୍ରକାଶିତ ବିବୃତ୍ତି ଅନୁଯାୟୀ, ୧୦୯ ରେଟିଂ ପଏଣ୍ଟରେ ଇଂଲଣ୍ଡ ତୃତୀୟ ଏବଂ ଅଷ୍ଟ୍ରେଲିଆ ଗୋଟିଏ ପଏଣ୍ଟ କମରଖି ଚତୁର୍ଥ ସ୍ଥାନରେ ରହିଛି | ପାକିସ୍ତାନ ୯୪ ପଏଣ୍ଟ ପାଇ ପଞ୍ଚମ ସ୍ଥାନରେ ଥିବାବେଳେ ୱେଷ୍ଟଇଣ୍ଡିଜ ୮୪ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି। ବାସ୍ତବବ୍ୟୁରୋ:ଆଇସିସି ଟେଷ୍ଟ ଦଳ ମାନ୍ୟତାର ବାର୍ଷିକ ଅଦ୍ୟତନ ପ୍ରକାଶ ପାଇବା ପରେ ଭାରତ ପ୍ରଥମ ସ୍ଥାନରେ ରହିଛି। ତେବେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଦ୍ୱିତୀୟ […]

You May Like

Pin It on Pinterest