
ବାସ୍ତବବ୍ୟୁରୋ:ଗତବର୍ଷ ପରି ଏ ବର୍ଷ ମଧ୍ୟ କରୋନା ବିସ୍ଫୋରଣକୁ ଦୃଷ୍ଟିରେ ରଖି ୟୁନିଅନ ଜନସେବା ଆୟୋଗ ଯଥା UPSC ଜୁନ୍ ୨୭ ରେ ହେବାକୁ ଥିବା ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧ କୁ ସ୍ଥଗିତ ରଖିଛି।ଏହି ପରୀକ୍ଷା ଅକ୍ଟୋବର ୧୦ ରେ ଅନୁଷ୍ଠିତ ହେବ ବୋଲି ସରକାରୀ ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତି ଜାରିକରଯାଇଛି ।
ଅନ୍ୟ ସବୁ କମ୍ପିଟେଟିଭ ପରୀକ୍ଷା ସହ କାରନାର ଦ୍ୱିତୀୟ ଲହର ପାଇଁ ସ୍କୁଲ କଲେଜର ସମସ୍ତ ପରୀକ୍ଷାକୁ ସରକାର ବନ୍ଦ କରି ଦେଇ ଥିବାରୁ,ୟୁପିଏସସି ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ପରୀକ୍ଷାର୍ଥୀ ମାନଙ୍କ ଦାବି ଓ କାରନାର ଭୟାବହତାକୁ,ଆୟୋଗ ହୃଦୟଂଗମ କରି,ଏପରି ନିଷ୍ପତି ନେଇଥିବାର ଅନୁମାନ କରାଯାଏ



