ଆଜି ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯୦ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୮୮୬୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୪୦୧୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୮୨୩୪୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର : ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ବିଜୁଳି , ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା ରହିଛି । ସେଥିଲାଗି ଉକ୍ତ ଜିଲ୍ଲା ପାଇଁ ୟେଲୋ – ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨ଦିନ ଧରି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥା‌ନରେ କା‌ଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

ଆସନ୍ତା କାଲି ଅକ୍ଷୟତୃତୀୟା ଓ ଏହି ତିଥିରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହେଉଥିବାରୁ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ମଧ୍ୟ ସମୟ ନିର୍ଦ୍ଧାରିତ ହୋଇଛି ।

ସମସ୍ତ ବନ ଅଧିକାରୀ ଓ କର୍ମଚାରୀଙ୍କ ସହିତ ସବୁ ବ୍ୟାଙ୍କ କର୍ମଚାରୀ, ବୀମା, ଦେୟ ପ୍ରଦାନକାରୀ ସଂସ୍ଥା, ଟଙ୍କା ବଣ୍ଟନ ସଂସ୍ଥା, ବ୍ୟାଙ୍କ ଏଟିଏମ ପରିଚାଳନା କରୁଥିବା ବ୍ୟକ୍ତି ଓ ଗ୍ରାହକଙ୍କ ସହ ସମ୍ପର୍କ ରଖୁଥିବା ବ୍ୟାଙ୍କ ପ୍ରତିନିଧିମାନେ ଏଣିକି କରୋନା ଯୋଦ୍ଧା ମାନ୍ୟତା ଦିଆଯିବ । ଏହାସହିତ ରେଳବାଇ କର୍ମଚାରୀ, ଜିଲା ଶିଶୁ ସୁରକ୍ଷା କେନ୍ଦ୍ରରେ କାର୍ଯ୍ୟରତ ୧୦୯୮ଜଣ କର୍ମଚାରୀ, ବିଭିନ୍ନ ସହାୟତା କେନ୍ଦ୍ରରେ ଥିବା ୧୮୧ କର୍ମଚାରୀ, ଡାକ୍ତରଖାନାରେ ‘ୱାନଷ୍ଟପ’କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ଅମ୍ଳଜାନ ପ୍ଲାଣ୍ଟ କର୍ମଚାରୀ, ପେଟ୍ରୋଲ ପମ୍ପରେ କାର୍ଯ୍ୟରତ କର୍ମଚାରୀ ଓ ପ୍ରାଣୀଧନ ନିରୀକ୍ଷକ, ଚିକିତ୍ସକମାନେ ମଧ୍ୟ କରୋନା ଯୋଦ୍ଧା ତାଲିକାରେ ସାମିଲ ହୋଇଛନ୍ତି।

ଜଗତସିଂହପୁର ଜିଲ୍ଲାର ସଦର ବ୍ଳକ୍ ଅନ୍ତର୍ଗତ ତରତଙ୍ଗ ଗ୍ରାମପଞ୍ଚାୟତର ଗୋଟିଏ ଗାଁର ୩ ଟି ୱାର୍ଡକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ କିଛି ଦିନ ମଧ୍‌ୟରେ ୪୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା କୁହାଯାଇଛି ।

 ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର ଚାଷୀମାନଙ୍କୁ ମିଳିବ ‘କାଳିଆ ସହାୟତା ରାଶି ।

ଆସନ୍ତା ୧୭ ତାରିଖରେ କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭାର ସମ୍ମିଳନୀ କକ୍ଷରେ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ  ଆଲୋଚନାରେ ସମସ୍ତ ବିଧାୟକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ

କରୋନା ସମୟରେ ଘରେ ବସି ମଦପାନ କରିପାରିବେ ବୋଲି ରାଜ୍ୟସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ‘ଯେଉଁ କମ୍ପାନୀର ମଦ ଚାହିଁବେ ତାହା ନିକଟସ୍ଥ ସରକାରୀ ଅନୁମତିପ୍ରାପ୍ତ ମଦ ଦୋକାନରୁ ପାଇପାରିବେ। ଦୋକାନରେ କାମ କରୁଥିବା କର୍ମଚାରୀ (ଡେଲିଭରି ବୟ) ଘରେ ନେଇ ମଦ ପହଞ୍ଚାଇବେ।

ଆଜି ଇଦ୍ ଅବସରରେ ଅନେକ ବଲିଉଡ ଷ୍ଟାର ସେମାନଙ୍କ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆସାମର ନାଗାଓଁ-କାର୍ବି ଆଙ୍ଗ୍‌ଲୋଙ୍ଗ୍‌ ଜିଲ୍ଲା ସୀମାନ୍ତରେ ଥିବା ଏକ ପର୍ବତ ଉପରେ ଅନ୍ୟୂନ ୧୮ଟି ହାତୀ ମରି ପଡ଼ିଥବା ଦେଖିବାକୁ ମିଳିଥିଲା। ପ୍ରାଥମିକ ତଦନ୍ତ ପରେ ବନ ବିଭାଗ କହିଛି ଯେ, ବଜ୍ରାଘାତ କାରଣରୁ ଏତେ ସଂଖ୍ୟକ ହାତୀ ମରିଥାଇ ପାରନ୍ତି।

ଆଜି ଚାଷୀଙ୍କୁ କିଷାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ମିଳିବ । ଓଡ଼ିଶା ସମେତ ଦେଶର ସାଢେ ୯ କୋଟି ଚାଷୀଙ୍କୁ ୧୯ ହଜାର କୋଟିର ଆର୍ଥିକ ରାଶି ପାଇଁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଛନ୍ତି

ଇଦ୍ ଅବସରରେ ଆଜି କଟକ ମହାନଗର ଅଞ୍ଚଳରେ ଟିକାକରଣ ବନ୍ଦ ରହିବ ।

 ଆଜି ଇଦ୍ । ମୁସଲମାନ ସମ୍ପ୍ରଦାୟର ଭାଇଭଉଣୀମାନେ ଘରେ ରହି ନମାଜ ପାଠ ସହ ଇଦ୍ ଉତ୍ସବ ପାଳନ କରୁଛନ୍ତି । ଦେଶାବାସୀ ଓ ରାଜ୍ୟବାସୀଙ୍କୁ ଇଦ୍ ମୁବାରକ୍ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ସମଗ୍ର ବିଶ୍ୱରେ ୧୬ କୋଟି ୧୮ ଲକ୍ଷ ୧୬ ହଜାର ୩୩୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୫୮ ହଜାର ୧୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୬ ଲକ୍ଷ ୫୦ ହଜାର ୪୪୬ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୮ ଲକ୍ଷ ୭ ହଜାର ୭୪୯ ଜଣ ଲୋକ ସକ୍ରିୟ ଅଛନ୍ତି।

ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ କେ.ପି ଓଲି ଶର୍ମା । କଂଗ୍ରେସ ଏବଂ ନେପାଳ କମ୍ୟୁନିଷ୍ଟ ପାର୍ଟି (ମାଓବାଦ ସେଣ୍ଟ୍ରାଲ) ର ବିରୋଧୀ ମିଳିତ ଦଳ ପରବର୍ତ୍ତୀ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ଓଲିଙ୍କୁ ପୁଣି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ପୁଟନିକ୍-ଭି ଟିକାର ଦାମ ୯୯୫ଟଙ୍କା ଏବେ ବଜାରରେ ଉପଲବ୍ଧ...

Fri May 14 , 2021
ବାସ୍ତବବ୍ୟୁରୋ:ଦେଶ କରୋନା ବିରୋଧରେ ଆଉ ଏକ ଟିକା ବଜାରରେ ଉପଲବ୍ଧ ହେଲା । ଡକ୍ଟର ରେଡ୍ଡୀ ଲାବୋରେଟୋରିଜ୍ ଆଜିଠାରୁ ଦେଶରେ ରୁଷ୍ ର ଟିକା ସ୍ପୁଟନିକ୍- ଭି ବିତରଣ ଆରମ୍ଭ କରିଛି। ଏହା ବର୍ତ୍ତମାନ ହାଇଦ୍ରାବାଦରେ ଏକ ସୀମିତ ସମୟ ପାଇଁ ଯୋଗାଇ ଦିଆଯାଉଛି | ଡକ୍ଟର ରେଡ୍ଡୀ ଲାବୋରେଟୋରୀ ଗୁଡିକ ହେଉଛି ରୁଷ ର ପ୍ରତ୍ୟକ୍ଷ ନିବେଶ ପାଣ୍ଠି (RDIF) ର ଭାରତୀୟ ଅଂଶୀଦାର | ଡ଼ ରେଡ୍ଡୀ […]

You May Like

Pin It on Pinterest