ଆଜି ପବିତ୍ର ଅକ୍ଷୟ ତୃତୀୟା ।
ଆଜି ଠୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଆଜି ଠାରୁ ୨୧ ଦିନ ପର୍ଯ୍ୟନ୍ତ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ଶ୍ରୀଜୀଉ ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୦୦୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୨୫୯୧୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୯୧୬୭୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ଟିକାକରଣ ବନ୍ଦ ରହିବ । ଭ୍ୟାକ୍ସିନ୍ର ଅଭାବକୁ ଦୃଷ୍ଟିରେ ରଖି ଟିକାକରଣ ବନ୍ଦ ରହିଛି । ଏହି ୧୦ଟି ଜିଲ୍ଲା ହେଲା ଅନୁଗୁଳ, ବାଲେଶ୍ବର, ବରଗଡ଼, ଜଗତସିଂହପୁର, ଖୋର୍ଦ୍ଧା , କୋରାପୁଟ, ମାଲକାନଗିରି, ନୟାଗଡ଼, ରାୟଗଡ଼ା ଏବଂ ସୁବର୍ଣ୍ଣପୁର।
ଜୁନ୍ ୧୦ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ଆସନ୍ତା ୧୪ ତାରିଖ ଅର୍ଥାତ ସୋମବାରରୁ ଶୁକ୍ରବାର (ସକାଳ ୭ରୁ ସନ୍ଧ୍ୟା ୫ଟା) ଲାଇସେନ୍ସପ୍ରାପ୍ତ ବ୍ୟକ୍ତିଙ୍କ ଦ୍ବାରା ମଦ ଦୋକାନଗୁଡିକ ଖୋଲାରହିବ । ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀ ମଦ ହୋମ ଡେଲିଭେରୀ କରିବେ କେବଳ କଣ୍ଟେନମେଣ୍ଟ ଜୋନରେ ବିତରଣ କରିବାକୁ ଅନୁମତିନାହିଁ । ମଦ ବିକ୍ରୟ ପାଇଁ କୌଣସି ଦୋକାନକୁ ସିଧାସଳଖ ଅନୁମତି ଦିଆଯିବ ନାହିଁ।
ଆସାମରେ ଆରମ୍ଭ ହେଲା କିନ୍ନରଙ୍କ ଟିକାକରଣ । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଏକ ଆଶ୍ରୟ ଗୃହରେ ଏକ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ ସୁଦ୍ଧା ଗୁଜୁରାଟ ଉପକୂଳ ଦେଇ ଏକ ଭୟଙ୍କର ଘୂର୍ଣ୍ଣିବଳୟ ରୂପ ନେଇ ଗତିକରିବ । ପାଣିପାଗ ବିଭାଗ ସୂଚନା ମୁତାବକ ଗଭୀର ଚାପ ଯୋଗୁଁ ଏହା ଅତ୍ୟନ୍ତ ବିପଜ୍ଜନକ ରୂପ ନେବା ଆରମ୍ଭ କରିଛି ।
ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ 2-DGର ୧୦ ହଜାର ଡୋଜ୍ । ଔଷଧ ବ୍ୟବହାର ପାଇଁ ଉତ୍ପାଦନକୁ ତ୍ୱରାନ୍ୱିତ କରାଯାଉଛି ବୋଲି DRDOର ଅଧିକାରୀମାନେ କହିଛନ୍ତି । ଏହି ଔଷଧ ଡକ୍ଟର ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।
ଭାରତୀୟ-ଆମେରିକୀୟ ନୀରା ଟଣ୍ଡନ ଏବେ ହ୍ୱାଇଟ୍ହାଉସ୍ରେ ବାଇଡେନ୍ଙ୍କ ବରିଷ୍ଠ ପରାମର୍ଶଦାତା ଭାବେ କାମ କରିବେ ।
ନେପାଳ ଭାରତୀୟ ସମେତ ଦେଶରେ ଫସିଥିବା ୭ ହଜାରରୁ ଅଧିକ ବିଦେଶୀ ନାଗରିକଙ୍କୁ ପଠାଇବା ପାଇଁ ସ୍ୱତନ୍ତ୍ର ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରିଛି । ନେପାଳରେ ପାଖାପାଖି ୨୦୦୦ ଭାରତୀୟ ନାଗରିକ ଫସି ରହିଛନ୍ତି ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୬ କୋଟି ୨୫ ଲକ୍ଷ ୫୧ ହଜାର ୯୭୭ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୭୦ ହଜାର ୭୩୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୧୪ ଲକ୍ଷ ୪୮ ହଜାର ୨୪୭ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୬ ଲକ୍ଷ ୯୮ ହଜାର ୯୯୨ ଜଣ ଲୋକ ସକ୍ରିୟ ଅଛନ୍ତି ।
ମହାମାରୀର ଆସନ୍ତା ବର୍ଷ ପ୍ରଥମ ବର୍ଷ ତୁଳନାରେ ଅଧିକ ଘାତକ ହେବ । ଭାରତର ଏଭଲି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯଥାସମ୍ଭବ ସହାୟତା କରୁଛି । ଡାକ୍ତରଖାନାକୁ ହଜାର ହଜାର ଅମ୍ଳଜାନ ଅସ୍ଥାୟୀ ତମ୍ବୁ, ମାସ୍କ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଯୋଗାଉଛି : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ ଅଦନୋମ ।
ପ୍ରଥମ ଥର ପାଇଁ ଚୀନ୍ ମଙ୍ଗଳ ଗ୍ରହ ପୃଷ୍ଠରେ ଗୋଟାଏ ମହାକାଶଯାନ ଅବତରଣ କରାଇଛି। ‘ଚାଇନା ନ୍ୟାସ୍ନାଲ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍’ରୁ ତଥ୍ୟ ସଂଗ୍ରହ କରି ରାଷ୍ଟ୍ରାୟତ ସମ୍ବାଦ ସରବରାହ ସଂସ୍ଥାନ ‘ଚିନ୍ହୁଆ ନିଉଜ୍ ଏଜେନ୍ସି’ ଶନିବାର ଦିନ କହିଛି ଯେ, ସଫଳତାର ସହ ସେଠାରେ ‘ଜୁରୋଙ୍ଗ୍’ ନାମକ ଲ୍ୟାଣ୍ଡର୍କୁ ଅବତରଣ କରାଯାଇଛି।



