୧-ଆଜି ଓଡ଼ିଶା ଆସୁଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍।ଆଇଆଇଟିର ସମାବର୍ତ୍ତନ ଉତ୍ସବରେ ସେ ଯୋଗଦେବେ।
୨-ଚାରି ବର୍ଷରେ ସର୍ବୋଚ୍ଚ ସ୍ତରରେ ପିଆଜ ଦର,ଏବେ ୫୦ଟଙ୍କା ଦୀପାବଳି ସୁଦ୍ଧା ଛୁଇଁପାରେ ୯୦ ଟଙ୍କା।
୩-ସର୍ଟସର୍କିଟ ଯୋଗୁ କଟକ BSNL ଅଫିସ୍ରେ ଅଗ୍ନିକାଣ୍ଡ।୧୫ଲକ୍ଷ ମୋବାଇଲ ଅକାମୀ।
୪-ଜିଏସଟି ପରିଷଦ: ମହଙ୍ଗା ହେଲା ମୃଦ୍ୟୁ ପାନୀୟ,୧୩ ସିଟ୍ ଯାଏ ପେଟ୍ରୋଲ-ଡିଜେଲ ଗାଡ଼ି ଉପରୁ ଜିଏସଟି ହ୍ରାସ।
୫-କେନ୍ଦ୍ରାପଡ଼ା:ଓଡ଼ିଶା ପାଇଁ ଗୌରବ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ତ୍ରିପାଠୀ : ଇଣ୍ଟରନ୍ୟାସନାଲ ଚିଲଡ୍ରେନସ୍ ପିସ୍ ପ୍ରାଇଜ ପାଇଁ ମନୋନୀତ।
୬-ପରିବହନ ବିଭାଗର ରେକର୍ଡ:୯ ଦିନରେ ୫୭,୨୩୮ଜଣକୁ ଲର୍ଣିଂ ଲାଇସେନ୍ସ।
୭-କିଟ୍ ଓ କିସ୍ ରେ ତିନି ରାଷ୍ଟ୍ରଦୂତଙ୍କ ଭ୍ରମଣ: କହିଲେ କିସ୍ ସମଗ୍ର ବିଶ୍ୱ ପାଇଁ ‘ମାନବ ଦର୍ଶନ’ ।
୮-ଇତିହାସ ରଚିଲେ ବକ୍ସର ଅମିତ ପଘାଂଲ, ଓ୍ଵାର୍ଲ୍ଡ ବକ୍ସିଂ ଚାମ୍ପିୟନସିପର ୫୨ କେଜି ବର୍ଗରେ ପହଁଚିଲେ ଫାଇନାଲରେ।
୯-ଭୁବନେଶ୍ବର:ଦୁଇଗୁଣା ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଥିବା ଠକ ଗିରଫ, ଜବତ ହେଲା ବିଡା ବିଡା ନକଲି ନୋଟ୍ ଏବଂ ନକଲି ସୁନା ବିସ୍କୁଟ।



