ଖୋର୍ଦ୍ଧା ଜିଲ୍ଳାରେ ଆସନ୍ତା ୧୭ ତାରିଖ ସୋମବାରଠାରୁ ଅନ୍‌ଲାନ୍‌ରେ ମିଳିବ ମଦ

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସୂଚନାନୁଯାୟୀ,ରାଜ୍ୟ ଅବକାରୀ ବିଭାଗର ଗାଇଡଲାଇନ ଅନୁସାରେ ଖୋର୍ଦ୍ଧା ଜିଲ୍ଳାରେ ଆସନ୍ତା ୧୭ ତାରିଖ ସୋମବାରଠାରୁ ଅନ୍‌ଲାନ୍‌ରେ ମିଳିବ ମଦ । ଘରେ ମଦ ପହଞ୍ଚାଇବେ ଜୋମାଟୋ ଓ ସ୍ୱିଗୀ ସହ ୧୭ ଡେଲିଭରୀ ସଂସ୍ଥା । ଏହା ବ୍ୟତିର ମଦ ଭେଣ୍ଡରମାନେ ନିଜେ ମଧ୍ୟ ଡେଲିଭରୀ ବୟ ରଖି ଆଦର ମୁତାବକ ଘରେ ପହଞ୍ଚି ପାରିବେ ମଦ ।

ନିୟମ ଅନୁଯାଇ ୱେବ୍‌ ସାଇଟ୍‌ osbc.co.in ରେ ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଅନଲାଇନରେ ମଦ ମଗାଇ ପାରିବେ । ମଦ ଦୋକାନ ସଟ୍‌ଡାଉନ୍‌ ପାଇଁ ଶନିବାର ଓ ରବିବାର ବନ୍ଦ ରହିବ । ଡେଲିଭରୀ ସଂସ୍ଥାକୁ ନିଜେ ଗ୍ରାହକ ବାଛିବେ ।ମଦ ଅର୍ଡର କରିବାରର କେତେ ସମୟ ଭିତରେ ପହଂଚିବ ଓ କେତେଟଙ୍କା ଚାର୍ଜ ଲାଗିବ,ସେ ନେଇ ମଧ୍ୟ ଅବକାରୀ ବିଭାଗ ଶୁଚି ଜାରି କରିଛି |

ଅର୍ଡର କରିବାର ୨ ଘଣ୍ଟା ମଧ୍ୟରେ ପହଞ୍ଚିବ ମଦ ।ଏବେ ଜଣାନ୍ତୁ କେତେ ଟଙ୍କାର ମଦ କିଣିଲେ କେତେ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ ।ସେହିପରି ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ୧୨୫ ଟଙ୍କା , ୧୫ ଶହ ୧ ଟଙ୍କାରୁ ୨ ହଜାର ପାଇଁ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦ ପାଇଁ ୧୭୫ ଟଙ୍କା, ୨ହଜାର ୧ ଟଙ୍କାରୁ ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେହିପରି ୩ ହଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା , ୩୫ ଶହ ୧ ଟଙ୍କାରୁ ୪ ହଜାର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଚାର୍ଜ ଓ ୪ ହଜାର ୫୦୧ ଟଙ୍କାରୁ ଯେତେ ଅଧିକ ଟଙ୍କାରେ ମଦ କିଣିଲେ ମାତ୍ର ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ ।

ଏହା ବ୍ୟତିର ଗ୍ରାହକମାନେ ଦୋକାନୀଙ୍କଠାରୁ ଫୋନ୍‌ ଦ୍ୱାରା , ଏସ୍‌ଏମ୍‌ଏସ୍‌ ଓ ହ୍ୱାଟ୍ସଆପ୍‌ ଜରିଆରେ ମଧ୍ୟ ମଦ ମଗାଇ ପାରିବେ । ତେବେ ମଦ ବ୍ୟବସାୟ ବେଳେ ସମସ୍ତ କୋଭିଡ୍‌ ନିୟମ ମାନିବା ବାଧ୍ୟତାମୂଳକ । ମଦ ନେବା ଆଣିବା ଲାଗି ଦୋକାନୀମାନେ କମିଶନରେଟ୍‌ ପୁଲିସ୍‌ ଠାରୁ ଅନ୍‌ଲାଇନ୍‌ରେ ପାସ୍‌ ଆଣିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Sun May 16 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୧୨୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୭୪୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୦୨୪୫୫ଜଣ ସୁସ୍ଥ ହୋଇ […]

You May Like

Pin It on Pinterest