ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୩୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୧୨୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୭୪୦୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୦୨୪୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

କରୋନା ମହାମାରୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଫିଲ୍ମ ଓ ଟେଲିଭିଜନ୍‌ ସିରିଏଲ୍‌ ସୁଟିଂ ଉପରେ ରୋକ୍‌ ଲଗାଇଛନ୍ତି ରାଜ୍ୟ ସରକାର ।

କରୋନା ମହାମାରୀ ହେତୁ ବିଶ୍ବରେ ହୋଟେଲ ଓ ଆତିଥ୍ୟ ଶିଳ୍ପ ବହୁ କ୍ଷତି ସହୁଛି । ରାଜ୍ୟରେ ହୋଟେଲ ଶିଳ୍ପ ସଙ୍କଟ ଦେଇ ଗତି କରୁଛି । ବିଶ୍ବସ୍ତରୀୟ ହୋଟେଲ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ହୋଟେଲ ଆସୋସିଏସନ ଅଧ୍ୟକ୍ଷ ଜେ.କେ ମହାନ୍ତି

 ରାଜ୍ୟ ଅବକାରୀ ବିଭାଗର ଗାଇଡଲାଇନ ମୁତାବକ ଖୋର୍ଦ୍ଧା ଜିଲ୍ଳାରେ ଆସନ୍ତା ସୋମବାରଠାରୁ ଅନ୍‌ଲାନ୍‌ରେ ମଦ ବିକ୍ରି ହେବ । ଜୋମାଟୋ ଓ ସ୍ୱିଗୀ ସହ ୧୭ ଡେଲିଭରୀ ସଂସ୍ଥା ଘରେ ମଦ ପହଞ୍ଚାଇବେ । ତା’ଛଡା ମଦ ଦୋକାନୀମାନେ ନିଜେ ଲୋକ ରଖି ଡେଲିଭରୀ କରିପାରିବେ ବୋଲି ଖୋର୍ଦ୍ଧା ଜିଲ୍ଳାପାଳ କହିଛନ୍ତି।

ବିଭିନ୍ନ ଡାକ୍ତରଖାନାରେ ଗୁରୁତର କରୋନା ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ଖାଲି କରିବାକୁ ବିଏମସି ସାମାନ୍ୟ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପରିବର୍ତ୍ତେ ହୋଟେଲରେ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ମେ’ ଶେଷ ସପ୍ତାହରେ ସଂକ୍ରମଣ ପିକ୍‌କୁ ଯାଇ ଖସିବ । ଏମିତି ଆଶଙ୍କା କରିଛନ୍ତି ବିଶେଷଜ୍ଞ ।

ଦେଶରେ ଟିକା ଅଭାବ ଯୋଗୁଁ କୋଭିସିଲ୍ଡ ଟିକାର ଦୁଇ ଡୋଜ ବ୍ୟବଧାନ ବୃଦ୍ଧି ପାଇଛି । ତେବେ ଟିକା ଅଭାବଜନିତ ଅପପ୍ରଚାରକୁ ନୀତି ଆୟୋଗ ଅଧ୍ୟକ୍ଷ ଭି.କେ ପଲ ଖଣ୍ଡନ କରିଛନ୍ତି । କୌଣସି ପ୍ରକାର ଅପପ୍ରଚାର ବୈଜ୍ଞାନିକଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି ।

ମ୍ୟୁକୋରମାଇକୋକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ରୋଗ ନିଜର କାଯା ବିସ୍ତାର କରିବାରେ ଲାଗିଛି । ଏବେ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ହସ୍ପିଟାଲରେ ୧୩ ରୋଗୀଙ୍କ ଠାରେ ବ୍ଲାକ୍ସ ଫଙ୍ଗସ ଟିହ୍ନଟ ହୋଇଛି ।

ଭାରତରେ କେବଳ ୫୧ କୋଟି ଲୋକଙ୍କୁ ଟିକା ଦିଆଯିବାର ଆବଶ୍ୟକତା ରହିଛି । ଏହା ସହଜରେ ୨-୩ ମାସ ମଧ୍ୟରେ କରାଯାଇପାରିବ । ଆଗାମୀ ୨ରୁ ୩ ମାସ ମଧ୍ୟରେ ବ୍ୟାପକ ଟିକାକରଣ ଅଭିଯାନ ପ୍ରଭାବୀ ଓ ଆର୍ଥିକ ବଳରେ ଭାରତ ତୃତୀୟ ଲହରର ଦୁଷ୍ପ୍ରଭାବରୁ ବର୍ତ୍ତିପାରିବ : ନାରାୟଣ ହେଲ୍‌ଥ କେୟାରର ଅଧ୍ୟକ୍ଷ ଡାକ୍ତର ଦେବୀ ଶେଟ୍ଟୀ

ସ୍ୱାଧୀନତା ପରେ କୋଭିଡ – ୧୯ ମହାମାରୀ ଦେଶପାଇଁ ସବୁଠାରୁ ବଡ ଆହ୍ୱାନ । ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ଲୋକଙ୍କୁ ସାହାଯ୍ୟ କରୁନାହାଁନ୍ତି ସରକାର : ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।

ଗୋଆର ସମସ୍ତ ଘରୋଇ ଡାକ୍ତରଖାନାରେ ମାଗଣାରେ ହେବ କରୋନା ଚିକିତ୍ସା : ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

ବ୍ଲାକ୍ ଫଙ୍ଗ୍‌ସ ରୋଗୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର ଏବଂ ଚିକିତ୍ସାର ପ୍ରଭାବି ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିଭଳି ଏହାର ମୁକାବିଲା ପାଇଁ ସରକାର ୧୨ ଜଣିଆ ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞ ଟିମ୍ ଗଠନ କରିଛନ୍ତି । 

ମେ ୧୮ ଅପରାହ୍ନରେ ପୋରବନ୍ଦର ଓ ନଲିଆ ମଧ୍ୟରେ ଗୁଜରାଟ ତଟରେ ବାତ୍ୟା  ‘ତାଉକ୍‌ତେ’  ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଉଛି ।  ସାମୁଦ୍ରିକ ଝଡ଼ ବାତ୍ୟା ‘ତଉକାତେ’ ଅଧିକ ସକ୍ରିୟ ହୋଇଛି । ଏହା ଗୁଜରାଟ ଉପକୂଳ ଆଡ଼କୁ ମୁହାଁଇଛି । 

ଦ୍ବିତୀୟ ପର୍ଯ୍ୟାୟରେ ରୁଷ୍‌ ପଠାଇଥିବା କୋଭିଡ୍‌-୧୯ ଟିକା ‘ସ୍ପୁଟ୍‌ନିକ୍‌ ଭି’ ଆଜି ସକାଳେ ହାଇଦ୍ରାବାଦରେ ପହଞ୍ଚିଥିବା ନେଇ ଭାରତସ୍ଥିତ ରୁଷୀୟ ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୬ କୋଟି ୩୧ ଲକ୍ଷ ୬୧ ହଜାର ୧୬୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୮୨ ହଜାର ୯୭୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୨୫ ଲକ୍ଷ ୬୫ ହଜାର ୧୯୪ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୨ ଲକ୍ଷ ୧୨ ହଜାର ୯୮୯ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗୁଜୁରାଟରେ ପ୍ରଳୟଙ୍କରୀ ରୂପ ନେଉଛି ବାତ୍ୟା 'ତାଉକତେ'...

Sun May 16 , 2021
ବାସ୍ତବବ୍ୟୁରୋ:ପାଣିପାଗ ବିଭାଗ ଅନୁଯାୟୀ ତାଉକତେ’ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିବଳୟରେ ପରିଣତ ହେବ ଏବଂ ଏହା ପରେ ଏକ ଭୟଙ୍କର ବାତ୍ୟା ହେବ। ଏହା ୧୮ ମଇ ଅପରାହ୍ନ ମଧ୍ୟରେ ଗୁଜରାଟର ପୋରବନ୍ଦର ଆଡକୁ ଏବଂ ପାକିସ୍ତାନ ଆଡକୁ ମୁହାଁଇବ | ଏହି ଅବଧି ମଧ୍ୟରେ, ପୋରବନ୍ଦର ଏବଂ ନାଲିଆ ଉପକୂଳରେ ଏହା ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି | ଟାଉଟ୍ ସାଇକ୍ଲୋନିକ୍ ଯୋଗୁଁ […]

You May Like

Pin It on Pinterest