ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟରେ ବଢୁଥିବା ସଂକ୍ରମଣ ଏବଂ ଏହାର ମୁକାବିଲା କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପକୁ ଆଜି ସମାଲୋଚନା କରିଛନ୍ତି । ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ,ରାଜ୍ୟରେ ଅତି ଆଶ୍ଚର୍ଯ୍ୟଜନକ ଭାବେ ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମିତ ରୋଗୀ ବାହାରୁଛନ୍ତି । ପ୍ରବାସୀମାନେ ମଧ୍ୟ ପହଂଚି ସାରିଲେଣି । ଏପରି ସ୍ଥିତିରେ ଗତଥର ଥିବା ଟିଏମସି ଏଥର ନ ରହିବାକୁ ନେଇ ଶ୍ରୀ ମହାନ୍ତି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଟିଏମସିରେ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀ କୁଆଡେ ଗଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ ଦାବି କରିଛନ୍ତି କି ଟିଏମସି ଗୁଡିକ ପୁଣି କାର୍ଯ୍ୟକାରୀ ହେବା ଆବଶ୍ୟକତା ଅଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସର୍ବ ଦଳିଅ କମିଟିର ଆବଶ୍ୟକ ନେଇ ଦେଇଥିବା ପ୍ରସ୍ତାବର ରୁପରେଖ କଣ ହେଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସେ ଅ କଥାବି କହିଛନ୍ତିଯେ , ଆବଶ୍ୟକ ଅନୁସାରେ ଟେଷ୍ଟିଂ ହେଉନାହିଁ । ତଥାପି ମଧ୍ୟ ୧୦ ହଜାର ଉପରେ ସଂକ୍ରମଣ ରହୁଛି । ଟେଷ୍ଟିଂ ପରେ ଲାଇନ ଲଗାଇ ଲୋକମାନେ ରିପୋର୍ଟ ନେଉଛନ୍ତି । ତେଣୁ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ମୋବାଇଲ ଜରିଆରେ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ନିହାତି ଜରୁରୀ ।
ଗ୍ରାମାଞ୍ଚଳରେ ଟୀକାକରଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଧାନମନ୍ତ୍ରୀ ଯୋଗାଇ ଦେଇ ଥିଲେବି, ତାହା କେଉଁଠି ବିନିଯୋଗ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । କରୋନାକୁ ରୋକିବା ପାଇଁ ସାହି ମୁରବି, ପଂଚାୟତ ସ୍ତରରେ ଲୋକଙ୍କୁ ନେଇ ପଂଚାୟତ ସ୍ତରରେ କମିଟି କରିବା ଆବଶ୍ୟକ । ଦିନକୁ ଦିନ ସ୍ଥିତି ବିଗୁଡୁଥିବାରୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।