ବ୍ୟାଙ୍କ ଅଫ ବରୋଦା ବନମାଳୀପୁର(ଖଣ୍ଡପଡା ) ଶାଖାରେ ଚଞ୍ଚକତା ବୃଦ୍ଧାଙ୍କ ଜମା ଖାତାରୁ ୭୦ ହଜାର ଗାୟପ୍…


ବାସ୍ତବବ୍ୟୁରୋ:(ଖଣ୍ଡପଡା)ମିଳିଥିବା ତଥ୍ୟ ଅନୁସାରେ ବ୍ୟାଙ୍କ ଅଫ ବରୋଦା ବନମାଲୀପୁର ଖଣ୍ଡପଡା ଶାଖାରେ,୯/୮/୨୦୧୮ ରେ ବାଁଘୁଆପାଲ୍ଲୀ ଗ୍ରାମ ର ଶ୍ରୀ ଚତୁର୍ଭୁଜ ସାହୁ ସ୍ତ୍ରୀ ସୁବାସିନୀ ସାହୁଙ୍କ ନାମରେ ଜମା ଖାତା ଖୋଲିଥିଲେ,ଫରକ ଏତିକି ଶ୍ରୀମତୀ ସାହୁ ନିରକ୍ଷର ଥିବାରୁ ବାଙ୍କରେ ଟିପଚିନ୍ହ ଓ ନିଜର ପରିଚୟରେ ଆଧାରକାଡ ଦେଇ ଖାତା ଖୋଲିଥିଲେ | ଚତୁର୍ଭୁଜ ନିଜ ପେଟରୁ କାଟି ବାର୍ଧ୍ୟକ୍ଷ ସମୟ ରେ ସାହାରା ହେବାର ଲକ୍ଷ ନେଇ,କିଛିକିଛି ଅର୍ଥ ଜମା କରୁଥିଲେ |

Photo:bastab media

ବିଡମ୍ବନା ଏହିକି ଦେଶରେ କରୋନାର ଭୟଙ୍କର ପରିସ୍ଥିରେ ଅର୍ଥର ଆବଶ୍ୟକ ହେବାରୁ,ଶ୍ରୀ ସାହୁ ବ୍ୟାଙ୍କ କୁ ସୁବାସିନୀଙ୍କ ଜମାଖାତା ଅପଟୁଡେଟ କରିବା ପାଇଁ ଯିବାରୁ ଜଣା ପଡ଼ିଲାକି ସେହି ଖାତାରୁ ୭୦ ହଜାର ଉଠାଇ ନିଆଁ ଯାଇଛି | ସୁବାସିନୀ ବୟସ୍କା ମହିଳା ତାଙ୍କର ଅପରାଧ ଏତିକି ସେ ନିରକ୍ଷର , ବୁଦ୍ଧିଜୀଙ୍କ ମତରେ ଯେହେତୁ ଟିପ’ ମାଧ୍ୟମରେ ସେ ଟଙ୍କା ଉଠାନ କରି ପାରିବେ ତେଣୁ ପ୍ରଶ୍ନ ଉଠୁଛି ବ୍ୟାଙ୍କକୁ ନ ଯାଇ ଏହା ସମ୍ଭଵଃକି,ଚତୁର୍ଭୁଜ ଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ କେବେ ଟଙ୍କା ଉଠାଣ ପାଇଁ ବ୍ୟାଙ୍କ ଆସୀନାହାନ୍ତିକି ଉଠାଇ ନାହାନ୍ତି |

ଏସମ୍ପର୍କରେ ସମ୍ପୃକ୍ତ ବ୍ୟାଙ୍କ ପରିଚାଳକଙ୍କୁ ଏମାନେ ବାରମ୍ବାର ଅବଗତ କରାଇଥିଲେବି, ଏମାନଙ୍କ ଅଭିଯୋଗକୁ ବ୍ୟାଙ୍କ ପରିଚାଳକ ଗୁରୁତ୍ୱ ଦେଉନାହାନ୍ତି ବୋଲି ଚତୁର୍ଭୁଜ ଆମ ପ୍ରତିନିଧିଙ୍କୁ କହିଛନ୍ତି |ଏସମ୍ପର୍କରେ ବାଁଘୁଆପାଲ୍ଲୀ ପଞ୍ଚଯତର ପୂର୍ବତନ ସରପଞ୍ଚ ତଥା ବର୍ତମାନର ସମିତିସଭ୍ୟ ରାଜକିଶୋର ଦଳେଇ ବ୍ୟାଙ୍କ ପରିଚାଳକଙ୍କୁ ପଚାରିଥିଲେ,ଉତ୍ତରରେ ତମେ ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ |ଶ୍ରୀ ସାହୁ ଦମ୍ପତି ପୋଲିସ୍ରେ ମଧ୍ୟ ଅଭିଯୋଗ କରିଛନ୍ତି ଗତ କାଲି ଜଗନ୍ନାଥ ପ୍ରସାଦ ଫାଣ୍ଡି ଅଧିକାରୀ ରବୀନ୍ଦ୍ର ନାଥ ପଲାଇ,ଚତୁର୍ଭୁଜ ପରିବାରଙ୍କୁ ଭେଟି ଅନୁସନ୍ଧାନ ଆରମ୍ଭ କରିଛନ୍ତି |

ସୁଭାଷିନୀ ଓ ଚତୃଭୁଜ କହିଛନ୍ତି ଏ ଆମ ପରିଶ୍ରମର ଅର୍ଥ,ବୁଢା ବୁଢ଼ୀ ଙ୍କର ପେଟର ଦାନ| କାହାକୁ କହିବୁ କୋଉଠିକୁ ଯିବୁ |ଶେଷ ଆଶା ଏସପିଙ୍କ ପାଖକୁ ଯିବୁ ସେଠାରୁ ନିରାଶ ହେଲେ ବରୋଦା ବ୍ୟାଙ୍କ ଆଗରେ ଆତ୍ମାହୁତି ଦେବୁ | ସାତଦିନର ସମୟ ଦେଇଛନ୍ତି ଏହି ଦମ୍ପତି ଆମେ ଆଶା କରୁଛୁ ସେମାନଙ୍କୁ ନ୍ୟାୟ ମିଳିବ | ସୂଚନା ଥାଉକି ଏସମ୍ପର୍କରେ ଆମେ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାଟିଲା |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Mon May 17 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୫୭ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨୨୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୦୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୧୪୫୩୨ଜଣ ସୁସ୍ଥ ହୋଇ ଘରକୁ […]

You May Like

Pin It on Pinterest