ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୭୫୭ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୨୨୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୦୬୧ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୧୪୫୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଯାଇଛି । ୬୩ବର୍ଷ ବୟସରେ ଅମରେନ୍ଦ୍ରଙ୍କ ଦେହାନ୍ତ ହୋଇଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବ । 

ଆଜି ରାଜ୍ୟର ୮ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଯେଉଁ ୮ଟି ଜିଲ୍ଲାରେ ଭ୍ୟାକ୍ସିନେସନ ବନ୍ଦ ରହିବ ସେଗୁଡିକ ହଲା- ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ।

ସମସ୍ତ ସରକାରୀ ତଥା ଘରୋଇ କୋଭିଡ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରଗୁଡ଼ିକରେ ୨୪ ଘଣ୍ଟିଆ ହେଲ୍ପଡେସ୍କ ରହିବା ବାଧ୍ୟତାମୂଳକ ବୋଲି ରାଜ୍ୟସରକାର ନିର୍ଦ୍ଦେଶ ଦେଇଛନ୍ତି ।

କଟକ ଏସସିବି କୋଭିଡ ହସ୍ପିଟାଲରେ ଆଜି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭିତରକୁ ଛଡା ନଯିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଜାଣିନପାରି ପରିବାରବର୍ଗ ପ୍ରବଳ ପାଟିତୁଣ୍ଡ କରିଛନ୍ତି ।

ଆଜି(ସୋମବାର) ସନ୍ଧ୍ୟା ୫ଟା ୩୦ ମିନିଟରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭା ସମ୍ମିଳନୀ କକ୍ଷରେ ବୈଠକ ବସିବ । ସବୁ ଦଳର ବିଧାୟକମାନେ ଭାଗ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ବିଧାୟକ ବିଧାନସଭା ସମ୍ମିଳନୀ କକ୍ଷକୁ ଆସି ନ ପାରିବେ, ତାହେଲେ ସେ ନିଜ ଜିଲ୍ଲା କିମ୍ବା ନିର୍ବାଚନମଣ୍ଡଳୀରେ ରହି ଭିଡିଓ କନଫରେନ୍ ସିଂ ଜରିଆରେ ଭାଗ ନେଇ ପାରିବେ ।

ପଶ୍ଚିମବଙ୍ଗରେ ନାରଦା ସ୍କାମର ତଦନ୍ତ ପୁଣି ଆରମ୍ଭ ହୋଇଛି । ଏହି ଦୁର୍ନୀତି ଅଭିଯୋଗ ନେଇ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ବିଜେପି ନେତା ସୋୱାନ ଚାଟାର୍ଜୀଙ୍କ ଘରେ ରେଡ କରିଛି ସିବିଆଇ । ରେଡ୍ ପରେ ଏହି ଚାରିଜଣଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଛି ।

କେରଳ, କର୍ଣ୍ଣାଟକ ଏବଂ ଗୋଆରେ ତାଣ୍ଡବ ପରେ ଏବେ ବାତ୍ୟା ଗୁଜୁରାଟ ଆଡକୁ ଗତି କରୁଛି । ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୮ଜଣଙ୍କ ମୃତ୍ୟୁ ହେବା ସହ ଅନେକ ସଂଖ୍ୟାରେ ଗଛ ଉପୁଡିପଡିଛି । ଆଜି ଓ ଆସନ୍ତାକାଲି ଗୁଜୁରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

ଆଜି ଦକ୍ଷିଣ ଗୁଜରାଟର ରାଜକୋଟରେ ପ୍ରାୟ ଅତି ଭୋରରୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀର କହିବା ମୁତାବକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୮ ଥିଲା ।

ଆଜି ଭୋର ୫ଟାରେ କେଦାରନାଥ ରାୱଲ ଭୀମଶଙ୍କର ଲିଙ୍ଗ ଏବଂ ମନ୍ଦିରର ମୁଖ୍ୟ ପୁରୋହିତ ବାଗେଶ ଲିଙ୍ଗ ଏବଂ ପ୍ରଶାସନର ଉପସ୍ଥିତିରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । ମୁଖ୍ୟ ଦ୍ୱାର ଖୋଲିବା ପରେ ସାଧାରଣ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଥିଲା ।

ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୬ କୋଟି ୩୭ ଲକ୍ଷ ୮୮୦ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୩ ଲକ୍ଷ ୯୨ ହଜାର ୭୯୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୩୩ ଲକ୍ଷ ୭ ହଜାର ୩୦୫ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୭୦ ଲକ୍ଷ ୩୦୫ ଜଣ ଲୋକ ଅଛନ୍ତି ଅଛନ୍ତି ।

ଦୀର୍ଘ ସମୟ କାମ କରିବା ଯୋଗୁଁ ଆପଣ ନିଜର ମୂଲ୍ୟବାନ ଜୀବନକୁ ହରାଇପାରନ୍ତି ଏବଂ କରୋନା ସଂକଟ ସମୟରେ ସ୍ଥିତି ଆହୁରି ଅଧିକ ଖରାପ ହୋଇପାରେ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଇସ୍ରାଏଲ୍‌-ପାଲେଷ୍ଟାଇନ୍ ହିଂସା ମାମଲାରେ, ଭାରତ ଏହାକୁ ନିନ୍ଦା କରିବା ସହିତ ସୁରକ୍ଷା ପରିଷଦର ବୈଠକରେ ସଂଯୁକ୍ତ ରାଷ୍ଟ୍ରରେ ଭାରତ ସ୍ଥାୟୀ ପ୍ରତିନିଧି ତିରୁମୂର୍ତ୍ତି କହିଛନ୍ତି ଯେ, ଉଭୟ ପକ୍ଷ ଯଥାସମ୍ଭବ ଏକତରଫା ପରିବର୍ତ୍ତନ କରିବା ଲାଗି ଅପିଲ କରୁଛି । 

ଇଟାଲୀ ଓପନ ଟାଇଟଲ ହାସଲ କଲେ ରାଫେଲ୍ ନାଡାଲ  । ଦଶମ ଥର ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି । ତେବେ ଏଥର ବି ଫାଇନାଲରେ ନୋଭାକ୍ ଜୋକୋଭିକ୍ (୭-୫, ୧-୬, ୬-୩) ସେଟରେ ପରାସ୍ତ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସମସ୍ତଙ୍କ ପ୍ରିୟ ଅମରେନ୍ଦ୍ର ମହାନ୍ତି (ବୁଲୁ ଭାଇ)ଆଉ ନାହାନ୍ତି....

Mon May 17 , 2021
ବାସ୍ତବବ୍ୟୁରୋ:ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ସମସ୍ତଙ୍କ ପ୍ରିୟ ଅମରେନ୍ଦ୍ର ମହାନ୍ତି (ବୁଲୁ ଭାଇ)ଆଉ ନାହାନ୍ତି |ଝିଅ ଅନ୍ୱେଷା ମହାନ୍ତିଙ୍କ ସୂଚନାନୁଯାୟୀ ଆଜି ଭୋର ୫ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଶ୍ରୀ ମହାନ୍ତିଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ଏପ୍ରିଲ ୨୪ ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଅମରେନ୍ଦ୍ର ମହାନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ […]

You May Like

Pin It on Pinterest