ସମସ୍ତଙ୍କ ପ୍ରିୟ ଅମରେନ୍ଦ୍ର ମହାନ୍ତି (ବୁଲୁ ଭାଇ)ଆଉ ନାହାନ୍ତି….

ବାସ୍ତବବ୍ୟୁରୋ:ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ସମସ୍ତଙ୍କ ପ୍ରିୟ ଅମରେନ୍ଦ୍ର ମହାନ୍ତି (ବୁଲୁ ଭାଇ)ଆଉ ନାହାନ୍ତି |ଝିଅ ଅନ୍ୱେଷା ମହାନ୍ତିଙ୍କ ସୂଚନାନୁଯାୟୀ ଆଜି ଭୋର ୫ଟା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଶ୍ରୀ ମହାନ୍ତିଙ୍କୁ ୬୩ ବର୍ଷ ବୟସ ହୋଇଥିଲା।

ଏପ୍ରିଲ ୨୪ ତାରିଖରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଅମରେନ୍ଦ୍ର ମହାନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ଆଇସୋଲେସନରେ ରହି ଔଷଧ ଖାଉଥିଲେ।ଫଳପ୍ରଦ ନ ହେବାରୁ ମେ’ ୩ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା,ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଭେଣ୍ଟିଲେଟରରୁ ବାହାର ହୋଇଥିଲେ । ହେଲେ ଗତକାଲି ଠାରୁ ପୁଣି ତାଙ୍କ ଅବସ୍ଥା ଗୁରୁତର ହେବାରୁ ପୁଣି ଭେଣ୍ଟିଲେଟରରେ ରଖା ଯାଇଥିଲା। ଆଜି ଭୋର ପ୍ରାୟ ୫ଟା ସମୟରେ ତାଙ୍କର ପରଲୋକ ହୋଇଥିଲା ।

୧୯୫୮ ମସିହା ଫେବ୍ରୁଆରୀ ୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସମସ୍ତଙ୍କ ପ୍ରିୟ ବୁଲୁ ଭାଇ (ଅମରେନ୍ଦ୍ର) । ବହୁ ଭଜନ ଓ ଲୋକପ୍ରିୟ ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର । ସେ ସୁନା ପଞ୍ଜୁରୀ ଫିଲ୍ମର ‘ପୁଚୁକି ଗାଲି’ ପାଇଁ ବେଶ୍‌ ସୁନାମ ଅର୍ଜନ କରିଥିଲେ ।

ଆକାଶବାଣୀରୁ ନିଜର କ୍ୟାରିଅର୍ ଆରମ୍ଭ କରି,ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ‘ଶ୍ରଦ୍ଧାଞ୍ଜଳି’ ତାଙ୍କର ପ୍ରଥମ ଓଡ଼ିଆ ଚଳଚିତ୍ର | ଏହାପରେ ସେ ସୁନା ପଞ୍ଜୁରୀ, ଭାଇ ହେଲା ଭଗାରି, ବସୁଧା, ଅଣ୍ଟି ଛୁରି ତଣ୍ଟି କାଟେ, ସିଂହବାହିନୀ, ପବିତ୍ର ବନ୍ଧନ, ହେ ସଖା, ସମେତ ବହୁ ଓଡ଼ିଆ ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।ତାଙ୍କ ଏପରି ଅକଳା ବିୟୋଗରେ ଫିଲ୍ମ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିବିଆଇ କାର୍ଯ୍ୟାଳୟରେ 'ଦିଦି' ମୋତେ ମଧ୍ୟ ଗିରଫ କର

Mon May 17 , 2021
ନାରଦା ଷ୍ଟିଙ୍ଗ ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ଫରହାଦ୍ ହାକିମଙ୍କ ସମେତ ଚାରିଜଣ ନେତାଙ୍କୁ ସିବିଆଇ ଗିରଫ କରିଛି। ଏଥି ସହ ତାଙ୍କ ଦଳର ନେତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ କ୍ରୋଧିତ ହୋଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବାସ୍ତବବ୍ୟୁରୋ:(କୋଲକାତା)ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଗଠନ ହେବା ମାତ୍ରେ ,ନରଦା ମାମଲାରେ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ନାରଦା ମାମଲାରେ ଅଭିଯୁକ୍ତ ଫିରହାଦ୍ ହାକିମ, ସୁବ୍ରତ […]

You May Like

Pin It on Pinterest