ବାସ୍ତବ ବ୍ୟୁରୋ-‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମେରିକାର ହଷ୍ଟନ୍ ସହରରେ କାଲି ପହଞ୍ଚିଛନ୍ତି | ଏହି ଏକ ସପ୍ତାହର ଲମ୍ବା ବିଦେଶ ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ କଥା ହେବା ସହ ୟୁଏନଜିଏ କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅନୁସାରେ ତେଲ ସେକ୍ଟର ସିଇଜୋ ସହ ଏକ ଗୋଲଟେବୁଲ ବୈଠକ ହେବା ସହ ଏହା ପରେ ସେ ପ୍ରବାସୀ ଭାରତୀୟମାନଙ୍କ ସହିତ କଥା ହେବେ |

ମୋଦି ‘ହାଓଡି ମୋଦି’ ନାମକ ସମାରୋହରେ ସାମିଲ ହେବେ ଯେଉଁଥିରେ ୫୦ହଜ଼ାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ | ଏହି ଆୟୋଜନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବେ | ଟ୍ରମ୍ପ ନିଜେ ମୋଦିଙ୍କୁ ସ୍ୱାଗତ କରିବାକୁ ଏହି ସମାରୋହରେ ଉପସ୍ଥିତ ରହିବେ |

ଏହି ସମାରୋହର ଦଶଟି ମୁଖ୍ୟ କଥା-
୧-ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୩ଘଣ୍ଟା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ |
୨- ହଷ୍ଟନ୍ ସହରର ଏନଆରଜୀ ଷ୍ଟାଡିୟମ ରେ ‘ହାଓଡି ମୋଦି’ ଟେକସାସ୍ ଇଣ୍ଡିଆ ଫୋରମ୍ ତରଫରୁ ଆଜି ଆୟୋଜିତ ହେଉଥିବା ଏହି ସମାରୋହ ପାଇଁ ୫୦ହଜ଼ାର ଟିକେଟ୍ ବିକ୍ରି ହୋଇସାରିଛି |
୩- ‘ହାଓଡି ମୋଦି’ ସମାରୋହରେ ୧୦୦ରୁ ଅଧିକ ସ୍ୱୟଂ ସେବା(ସଂଗଠନ) ଏବଂ ଟେକସାସ୍ରେ ଥିବା ୬୫୦ ରୁ ଅଧିକ ସଂଗଠନର ସହଯୋଗରେ ଏହା ଆୟୋଜିତ କରାଯାଇଅଛି |
୪-୭୧,୯୯୫ ସିଟ୍ ଥିବା ଏନଆରଜୀ ଫୂଟବଲ ଷ୍ଟାଡିୟମରେ ଆମେରିକା ସମୟ ଅନୁସାରେ ଏହି କାର୍ଯ୍ୟକ୍ରମ ରବିବାର ସକାଳ ୮:୪୫ ରେ ଆରମ୍ଭ ହୋଇ ଦ୍ୱିପହର ୧୨:୩୦ ରେ ସାମ୍ପ୍ଟ ହେବ |
୫-ଏହି ଆୟୋଜନର ମହତ୍ତ୍ୱ ଏହା ଯେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍ୱୟଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବାକୁ ଏଠାରେ ଉପସ୍ଥିତ ରହିବେ |
୬-ପ୍ରବାସୀ ଭାରତୀୟ ଏହି ତିନି ଘଂଟାର ଶୋ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ କଳାକାରମାନେ ଅନ୍ୟାନ୍ୟ ପ୍ରସ୍ତୁତି ସହ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଏବଂ ନୃତ୍ୟ ପରିବେଷଣ କରିବେ |
୭-ହଷ୍ଟନ୍ ରେ ୧୦୦୦ ରୁ ଅଧିକ ଗୁଜରାତି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଗୁଜରାଟର ପାରମ୍ପରିକ ନୃତ୍ୟ ‘ଦାଣ୍ଡିଆ’ର ପ୍ରସ୍ତୁତି କରିଛନ୍ତି |
୮-ଅଧିକାରୀଙ୍କ କହିବାନୁସାରେ ଟ୍ରମ୍ପ ପାକିସ୍ତାନ ର ପିଏମ୍ ଇମ୍ରାନ୍ ଖାନ୍, ପୋଲାଣ୍ଡର ରାଷ୍ଟ୍ରପତି ,ସିଙ୍ଗାପୁର ପିଏମ,ଇଜିପ୍ଟ ରାଷ୍ଟ୍ରପତି,ସାଉଥ କୋରିଆ ରାଷ୍ଟ୍ରପତି ଏବଂ ନ୍ୟୁଜିଲାଣ୍ଡ ର ପିଏମ ଙ୍କ ସହ ସାକ୍ଷାତ କରିବେ |
୯- ‘ହାଓଡି ମୋଦି’ ପ୍ରୋଗ୍ରାମ ଆମେରିକା ଏବଂ ଭାରତ ର ସମ୍ପର୍କରେ ମହତ୍ତ୍ୱପୁର୍ଣ ଭୂମିକା ବହନ କରିବେ |
୧୦-ଆୟୋଜନର ୱେବସାଇଟ ଅନୁସାରେ ଆମେରିକାରେ ପୋପ୍ ଙ୍କ ପରେ କୌଣସି ବିଦେଶୀ ନେତାଙ୍କ ପାଇଁ ଏକାଠି ହେବ ଏହା ସବୁଠାରୁ ବଡ ଭିଡ ହେବ |
