ଅମାନିଆଙ୍କ ଯୋଗୁ ରାଜ୍ୟରେ ୧୩ ଦିନ ପାଇଁ ପୁଣି ବଢ଼ିଲା ଲକଡାଉନ…

ବାସ୍ତବବ୍ୟୁରୋ:ଅମାନିଆଙ୍କ ଯୋଗୁ ରାଜ୍ୟରେ ବଢ଼ିଲା ଲକଡାଉନ | ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏନେଇ ଘୋଷଣା କରିଛନ୍ତି |ଜୁନ୍ ୧ ତାରିଖ ସକାଳ ୫ଟା ଯାଏଁ ରାଜ୍ୟରେ ଏହି ଲକଡାଉନ ଜାରିରହିବ । ଶନିବାର ଓ ରବିବାର ଆଗ ଭଳି ସଟ୍ ଡାଉନ୍ ରହିବ। ଦୈନଦିନ ନିତ୍ୟାବଶ୍ୟକ କିଣା କିଣି ପାଇଁ,୬ ଘଣ୍ଟା କୋହଲକୁ ୪ ଘଣ୍ଟାକୁ ହ୍ରାସ କରାଯାଇଛି | ପୂର୍ବରୁ ଏହି ସମୟ ସୀମା ସକାଳ ୬ଟାରୁ ଦିନ ୧୨ଟା ଥିବା ବେଳେ ଏବେ ଏହାକୁ ସକାଳ ୭ଟାରୁ ଦିନ ୧୧ଟା କରି ଦିଆଯାଇଛି।

ଏଣିକି ବାହାଘରରେ ମାତ୍ର ୨୫ଜଣଙ୍କୁ ଅନୁମତି ମିଳିଥିବା ବେଳେ, ବାହାଘର, ବ୍ରତଘର, ଶୁଦ୍ଧିଘରରେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।ହେଲେ କେବଳ ପାର୍ସଲ ଦେଇପାରିବେ। ବ୍ରତଘର ଓ ଶୁଦ୍ଧିଘରରେ ମାତ୍ର ୨୦ଜଣଙ୍କୁ ଅନୁମତି ମିଳିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସରେ କମ୍ କର୍ମଚାରୀଙ୍କୁ ନେଇ ଅଫିସ୍ ଚାଲିବ।ଏଥିସହ ଲକଡାଉନ ସମୟରେ ଟିକାକରଣ ହେବା ସହ କୋଭିଡ ପରୀକ୍ଷା ପାଇଁ ମଧ୍ୟ ଅନୁମତି ଦିଆଯିବ ।

ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ପରିବହନ ସେବା କଟକଣା ମୁକ୍ତ ହେବା ସହ, ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ରହବ ନାହିଁ । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଯୁଦ୍ଧରେ ବଡ଼ ସଫଳତା ବୈଜ୍ଞାନିକମାନେ ଏପରି ଟେକ୍ନୋଲୋଜି ବିକଶିତ କରିଛନ୍ତି ଯାହା ଭାଇରସକୁ ୯୯ .୯ % ନଷ୍ଟ କରିପାରିବ

Tue May 18 , 2021
ବାସ୍ତବବ୍ୟୁରୋ:(ସିଡନୀ)କରୋନାଭାଇରସ୍ ମହାମାରୀ ସମୟରେ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଏକ ଥେରାପି ପ୍ରସ୍ତୁତ କରିଛନ୍ତି ଯାହାକି କୋଭିଡ-୧୯ କଣିକାର ୯୯ .୯ % ମାରିବାରେ ସକ୍ଷମ | ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ଆବିଷ୍କାର କରୋନା ବିରୋଧରେ ଯୁଦ୍ଧରେ ପ୍ରଭାବଶାଳୀ ଅସ୍ତ୍ର ହୋଇପାରେ। ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ମେନଜିଜ୍ ହେଲ୍ଥ ଇନଷ୍ଟିଚ୍ୟୁଟ୍ର ଆନ୍ତର୍ଜାତୀୟ ବୈଜ୍ଞାନିକଙ୍କ ଏକ ଟିମ୍ ଦ୍ୱାରା ଏହି ଥେରାପି ପ୍ରସ୍ତୁତ କରାଯାଇଛି। ସେ […]

You May Like

Pin It on Pinterest