ଆଜିର ଖାସ୍ ଖବର

 ଆଜିଠୁ ଓଡ଼ିଶାରେ ଦ୍ୱିତୀୟ କରୋନା ଲହରର ଲାକଡାଉନ ୨.୦ । 

ବିଶିଷ୍ଟ ଶିଳ୍ପୀ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । କରୋନା ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଆଜି ତାଙ୍କର ପରଲୋକ ହୋଇଯାଇଛି । ୪୭ବର୍ଷୀୟ ପ୍ରଶାନ୍ତ ଜଣେ ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍‌ ରେଫରୀ ଥିଲେ ।

ରାଜଧାନୀର ବିଭିନ୍ନ ମାର୍କେଟରେ କମିଶନରେଟ୍ ପୋଲିସ ଚଢାଉ କରିଛି ଅମାନିଆଙ୍କଠାରୁ ପୋଲିସ ଆଦାୟ କରିଛି ଫାଇନ । 

ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା  । ସୁପର ସାଇକ୍ଲୋନ୍‌ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସାଧୀନ ରହିଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

 ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୯୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୭୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୪୪୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୫୩୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୩୬୫୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଯାଜପୁରରେ ଖୋଲିବ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଯାଜପୁରରେ ପ୍ରସ୍ତାବିତ କୋଭିଡ ହସ୍ପିଟାଲକୁ ଅନୁମତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି ଗୁଜରାଟ ଓ ଡିୟୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ତାଉତେ ପ୍ରଭାବରେ କଣ ସବୁ କ୍ଷୟକ୍ଷତି ହୋଇଛି ସେସବୁର ସମୀକ୍ଷା କରିବେ । ପ୍ରଥମେ ଦିଲ୍ଲୀରୁ ଭାବନଗର ଯିବେ । ପରେ ସେଠାରୁ ସେ ଉନା, ଡିୟୁ, ଜାଫାରାବାଦ ଏବଂ ମହୁଆ ପ୍ରଭୁତି ଅଞ୍ଚଳକୁ ବିମାନ ଯୋଗେ ସର୍ଭେ କରିବେ । ସେଠାରୁ ଫେରିବା ପରେ ଅହମ୍ମଦାବାଦରେ ଏକ ସମୀକ୍ଷା ବୈଠକ କରିବେ ।

ସାମୁଦ୍ରୀକ ବାତ୍ୟା ‘ତଉତେ’ ପ୍ରଭାବରେ  ମହାରାଷ୍ଟ୍ର,  କେରଳ, ଗୋଆ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ସମେତ କ୍ଷୟକ୍ଷତି ହୋଇଛି । ସେହିଭଳି ବାତ୍ୟା ଯୋଗ୍ୟୁ ଆଜି ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ବର୍ଷା ହୋଇଛି

ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ରେ ୧୬ କୋଟି ୪୮ ଲକ୍ଷ ୭୩ ହଜାର ୨୨୯ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୪ ଲକ୍ଷ ୧୭ ହଜାର ୭୦୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ୧୪ କୋଟି ୫୦ ଲକ୍ଷ ୯ ହଜାର ୫୧୩ ଜଣ ସୁସ୍ଥ ହୋଇଥିବା ବେଳେ୧ କୋଟି ୬୪ ଲକ୍ଷ ୪୬ ହଜାର ୯ ଜଣ ଲୋକ ସକ୍ରିୟ ଅଛନ୍ତି ।

ନେପାଳର ପୋଖରାରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା । ସ୍ଥାନୀୟ ସମୟ ପ୍ରାୟ ଭୋର ୫.୪୨ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଲାମଜଙ୍ଗ ଜିଲ୍ଲାର ଭୁଲବୁଲରେ ଅବସ୍ଥିତ ।

ମେ ୧୧ ତାରିଖ ଦିନ ଗାଜାସ୍ଥିତ ପାଲେଷ୍ଟାଇନୀୟ ଆତଙ୍କବାଦୀଙ୍କ ରକେଟ୍‌ ‌ମାଡ଼ରେ ନିହତ ହୋଇଥିବା ଭାରତୀୟ ଗୃହ-ସହାୟିକାଙ୍କ ପରିବାରର ଲୋକମାନଙ୍କ ସହ ଇସ୍ରାଏଲ୍‌ର ରାଷ୍ଟ୍ରପତି ରିୟୁଭେନ୍‌ ରିଭ୍‌ଲିନ୍‌ କଥାବାର୍ତ୍ତା କରିବା ସହ ସମବେଦନା ଜଣାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୦ ଦିନ ପରେ ଆଜି ତାଙ୍କ ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ...

Wed May 19 , 2021
ବାସ୍ତବବ୍ୟୁରୋ:କୋଭିଡରେ ଆକ୍ରାନ୍ତ ହୋଇ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୦ ଦିନ ପରେ ଆଜି ତାଙ୍କ ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିଲେ । ଏ ସଂପର୍କରେ ଏମସ୍‌ ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇ କହିଛନ୍ତିକି, ଆମ ଟିମ୍‌ର ଶତଚେଷ୍ଟା ସତ୍ତ୍ୱେ ପ୍ରଶାନ୍ତ […]

You May Like

Pin It on Pinterest