ବାସ୍ତବବ୍ୟୁରୋ:କୋଭିଡରେ ଆକ୍ରାନ୍ତ ହୋଇ ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦେହାନ୍ତର ୧୦ ଦିନ ପରେ ଆଜି ତାଙ୍କ ସାନ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇଛି । ସେ କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିଲେ ।
ଏ ସଂପର୍କରେ ଏମସ୍ ସୁପରିଣ୍ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇ କହିଛନ୍ତିକି, ଆମ ଟିମ୍ର ଶତଚେଷ୍ଟା ସତ୍ତ୍ୱେ ପ୍ରଶାନ୍ତ ବାବୁଙ୍କର ଆଜି ସକାଳ ୭ଟା ୫୧ରେ ଦେହାନ୍ତ ହୋଇଥିଲା। ତାଙ୍କ ବଡ଼ ଭାଇ ଯଶୋବନ୍ତ ମହାପାତ୍ର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। କୋଭିଡ୍ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି।
ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇର ମ୍ୟାଚ୍ ରେଫରୀ ଥିଲେ ପ୍ରଶାନ୍ତ। ଓଡ଼ିଶା ପାଇଁ ଅନେକ ରଣଜୀ ମ୍ୟାଚ ଖେଳି ସୁନାମ ଅର୍ଜନ କରିଥିଲେ। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଆଜି ତାଙ୍କର ବିୟୋଗ ଘଟିଛି ।
ସୂଚନାଯୋଗ୍ୟ ଯେ , ପ୍ରଶାନ୍ତଂକ ବଡ଼ ଭାଇ ଯଶୋବନ୍ତ ମହାପାତ୍ର ମଧ୍ୟ କରୋନା ସଂକ୍ରମିତ ହୋଇ ଏମ୍ସର କୋଭିଡ୍ ଆଇସିୟୁରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।