ଗତ କାଲି ପ୍ରଶାନ୍ତ ପରେ ଆଜି ବଡ଼ ପୁଅ ଯଶୋବନ୍ତ କୁ ଆର ପାରିକୁ ଡାକିନେଲେ ରଘୁନାଥ ମହାପାତ୍ର

ବାସ୍ତବବ୍ୟୁରୋ: ସତରେ ଦୁଃଖ ଯେତେବେଳେ ଆସେ,ତାର ବନ୍ଧୁ ସହୋଦରଃଙ୍କୁ ସାଙ୍ଗରେ ଧରି ଆସେ ଏ କଥାର ଯଥାର୍ଥତା ଆଜି, ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାରରେ ଦେଖିବାକୁ ମିଳିଛି |ମେ ମାସ ସେ ପରିବାରକୁ ଭସାଇ ଦେଇଛି ଦୁଃଖ ଦରୀଆରେ |ମେ’ ୯ ତାରିଖରେ କରୋନା ସଂକ୍ରମିତ ହୋଇ ଆଖି ବୁଜିଥିଲେ ରଘୁନାଥ ମହାପାତ୍ର।ଗତକାଲି ଅର୍ଥାତ୍ ମେ’ ୧୯ ତାରିଖରେ ପରପାରିକୁ ଡ଼ାକିନେଲେ ସାନ ପୁଅ ତଥା ପୂର୍ବତନ ରଣଜୀ କ୍ରିକେଟର ପ୍ରଶାନ୍ତଙ୍କୁ । ଶେଷରେ କରୋନାରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ତାଙ୍କ ବଡ଼ ପୁଅ ଯଶୋବନ୍ତ ମହାପାତ୍ର।

ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ତେବେ ରଘୁନାଥ ଓ ପ୍ରଶାନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କର ଏମ୍ସ ଉପରୁ ଆସ୍ଥା ତୁଟିଥିଲା ତେଣୁ ଗତକାଲି ଯଶୋବନ୍ତଙ୍କୁ ଭୁବନେଶ୍ୱରର ସମ ହସ୍‌ପିଟାଲ୍‌ କୋଭିଡ କେୟାର କୁ ସ୍ଥାନାନ୍ତର କରି ନେଇଥଲେ । ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଜି ଦିନ ପ୍ରାୟ ଗୋଟାଏ ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ମୃତ୍ୟୁ ବେଳକୁ ଯଶୋବନ୍ତଙ୍କୁ ୫୨ ବର୍ଷ ହୋଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦ୍ୱିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ହେଲେ ପିନାରାଇ ବିଜୟ...

Thu May 20 , 2021
ବାସ୍ତବବ୍ୟୁରୋ:କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ନେତା ପିନାରାଇ ବିଜୟ ଗୁରୁବାର ଦ୍ୱିତୀୟ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୨୦ ଜଣ କ୍ୟାବିନେଟ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ତିରୁବନନ୍ତପୁରମରେ ଆୟୋଜିତ ଏକ ସରଳ ସମାରୋହରେ ସେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଦ୍ୱାରା ଶପଥ ଗ୍ରହଣ କରିଥିଲେ। କେରଳରେ ୪୫ ବର୍ଷ ପରେ ଏହା ଘଟିଛି, ଯେତେବେଳେ ଦଳ […]

You May Like

Pin It on Pinterest