
ବାସ୍ତବବ୍ୟୁରୋ:ଓଲିଉଡ୍ ର ଲୋକପ୍ରିୟ ଗାୟିକା ତପୁ ମିଶ୍ର, କରୋନା ସଂକ୍ରମିତ ହୋଇଛନ୍ତି | ସେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।ଗତ ରାତିରେ ତପୁଙ୍କର ଅକ୍ସିଜେନ ଲେବୁଲ ହ୍ରାସ ଘଟିବାରୁ,କୋଭିଡ୍ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ତପୁ ମିଶ୍ରଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ମିଳି ନଥିବା ବେଳେ ଫେସ୍ବୁକ୍ ଆକାଉଣ୍ଟରେ ଏହି ଖବର ଟ୍ୟାଗ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶୁଭେଚ୍ଛୁ ।
