ଭଦ୍ରକ ଏସ.ପି ଚରଣ ସିଂ ମିନାଙ୍କ ଅଚାନକ ଚାନ୍ଦବାଲି ଗସ୍ତ ସହରରେ ଚେକ ପୋଷ୍ଟ ବୁଲି ଦେଖିବା ସହ କୋଭିଡ ସ୍ଥିତି ପରଖିଲେ …

Photo:Debkant-bastab

ଦେବକାନ୍ତ ମହାନ୍ତି,ଚାନ୍ଦବାଲି, ୨୧//୦୫//୨୦୨୧ : ଆଜି ଭଦ୍ରକ ଏସ. ପି .ଚରଣ ସିଂ ମିନା ଅଚାନକ ଚାନ୍ଦବାଲି ଗସ୍ତରେ ଆସି, ଚାନ୍ଦବାଲି ବଜାର ଓ ମତୋ ବଜାର ବୁଲି କୋଭିଡ଼ କଟକଣାର ସ୍ଥିତି ଅନୁଧ୍ୟାନ କରିଥିଲେ । ଦିନକୁ ଦିନ କରୋନା ପରିସ୍ଥିତି ଭୟଙ୍କର ରୂପ ନେଉଥିବାରୁ, ସାମାଜିକ ଦୂରତା ଓ ମାକ୍ସ ପରିଧାନ ଉପରେ ଗୁରୁତ୍ୱ ସହ ଅଯଥା ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ସିଂ।

କାଳୀ ମନ୍ଦିର ଚେକ ପୋଷ୍ଟ ଓ ମତୋ ବଜାର ନିକଟରେ କିଛି ସମୟ ପାଇଁ ଗାଡି ମଟର ତଦାରଖ ମଧ୍ୟ କରିଥିଲେ । ଏସ. ପି ଙ୍କ ସହ ଏସଡିପିଓ ଉମା ଶଙ୍କର ମହାରଣା,ଚାନ୍ଦବାଲି ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି ,ମତୋ ଫାଣ୍ଡି ଅଧିକାରି ବୁଦ୍ଧିରାମ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ତଦାରଖ କରିବା ସହ ଅମାନିଆ ମାନଙ୍କୁ ସାବାଡ କରିବାପାଇଁ ପରାମର୍ଶ ଦେଇଥିଲେ ଓ ଯେଉଁ ଦୋକାନୀ ମାନେ କୋଭିଡ କଟକଣା ଓ ସରକାରଙ୍କ ନିୟମକୁ ଉଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଏକ ୫ ଫୁଟଲମ୍ବର ଗୋଖର ସାପ

Fri May 21 , 2021
ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଏକ ୫ ଫୁଟଲମ୍ବର ଗୋଖର ସାପ ଉଦ୍ଧାର,ଉଦ୍ଧାର ପରେ ବନ ବିଭାଗକୁ ହସ୍ତାନ୍ତର l ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟଙ୍କ ପରିସରରେ ଏକ ୫ଫୁଟ ଗୋଖର ସାପକୁ ଉଦ୍ଧାର କରାଯାଇଛି, ଗୋଖର ସାପ ପରିସରରେ ଦେଖିବା ପରେ ପୋଲିସ କର୍ମଚାରୀ ମାନେ ବନ ବିଭାଗର ସାପ ଧରାଳିଙ୍କୁ ଖବର ଦେଇଥିଲେ, ସାପ ଧରାଳି ଦୁଖୀରାମ ବାବା ସାପଟିକୁ ଧରିବା ସହ […]

You May Like

Pin It on Pinterest