ଚାନ୍ଦବାଲିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୋଭିଡ-୧୯ ହେଲ୍ପଡେସ୍କ ଗଠନ…

Photo:bastab media

ଚାନ୍ଦବାଲି:(ଦେବକାନ୍ତ ମହାନ୍ତି,) ଚାନ୍ଦବାଲିରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ କୋଭିଡ-୧୯ ପାଇଁ ଚାନ୍ଦବାଲି କଲେଜ ପରିସରରେ ଏକ ହେଲ୍ପଡେସ୍କ ଗଠନ କରାଯାଇଛି । ଏହି ହେଲ୍ପଡେସ୍କ କୃଷକ ମୋର୍ଚ୍ଚାର କର୍ମୀ ମାନେ ପ୍ରତିଦିନ ଦୁଇ ଜଣ ଲେଖାଏଁ କୋଭିଡ ଟୀକାଟୀକା କରଣ କେନ୍ଦ୍ରରେ, ଉପସ୍ଥିତ ରହିବେ| ସମସ୍ତଙ୍କ ନାମ ରେଜିଷ୍ଟ୍ରେସନ କରିବା ସହ ଶୃଙ୍ଖଳିତ ଭାବେ ଟୀକା କରଣରେ, ସମାନ ଦୂରତା , ମାସ୍କ ପରିଧାନ ଆଦି ଓ ସାନିଟାଇଜ ଉପରେ ଗୁରୁତ୍ବ ଦେବେ ।

ଯଦି କୌଣସି ଗରିବ ଲୋକ କିମ୍ବା ବରିଷ୍ଠ ନାଗରିକ ଟୀକା ନେବାରେ ବଂଚିତ ହେଉଛନ୍ତି ସେମାନଙ୍କୁ କୃଷକ ମୋର୍ଚ୍ଚା ପକ୍ଷରୁ ନିଜସ୍ଵ ଖର୍ଚ୍ଚରେ ଯାତାୟତ ପାଇଁ ଗାଡ଼ି ଯୋଗାଇ ଦିଆଯିବ ବୋଲି ସଂଗଠନର ସଭାପତି ଅଶୋକ ରାଉଳ ପ୍ରକାଶ କରିଛନ୍ତି । ଏଥିସହ ହେଲ୍ପଡେସ୍କର ସୁବିଧା ନେବା ପାଇଁ ଦୁଇଟି ମୋବାଇଲ ନମ୍ବର ମଧ୍ୟ ଜାରୀ କରାଯାଇଛି , ମୋବାଇଲ ନମ୍ବର ୯୮୬୧୯୨୬୩୮୪,୯୮୦୪୨୯୩୦୩୦

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ସଂକ୍ରମଣ ଚିହ୍ନଟରେ ରାଜ୍ୟରେ ଆଜିବି ଖୋର୍ଦ୍ଧା ଜିଲ୍ଲା ଆଗରେ...

Sat May 22 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ସଂକ୍ରମଣ ଚିହ୍ନଟରେ ରାଜ୍ୟରେ ଆଜିବି ଖୋର୍ଦ୍ଧା ଜିଲ୍ଲା ଆଗରେ |ଗତ ୨୪ ଘଣ୍ଟାରେ ୧୧,୧୦୮ ଜଣ କରୋନା ସଂକ୍ରମିତ ସାରା ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ,ଖୋର୍ଦ୍ଧା ଜିଲ୍ଲାରୁ ୧୪୫୧ ଜଣ ।ରାଜ୍ୟର ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୨୧୯ ଜଣ ଓ ୪୮୮୯ଟି ହେଉଛି ସ୍ଥାନୀୟ ବାସିନ୍ଦା । ଏଥିସହ ସରକାରୀ ସୂଚନା ମୁତାବକ ରାଜ୍ୟରେ ଗତ ୨୪ ଘଂଟାରେ ୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । […]

You May Like

Pin It on Pinterest