ବାସ୍ତବବ୍ୟୁରୋ:(ଚାନ୍ଦବାଲି ୨୨/୦୫/୨୦୨୧) ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଆଜି ଲଘୁଚାପ ରୂପ ନେବ ଆସନ୍ତା ୨୩ ତାରିଖରୁ ୨୬ ମଧ୍ୟରେ, ବାତ୍ୟା ରୂପ ନେବା ପରେ ୪୮ ଘଣ୍ଟା ପାଇ ଅତି ଭୀଷଣ ବାତ୍ୟା ହୋଇପାରେ | ଉପକୂଳ କେନ୍ଦ୍ରାପଡ଼ାରୁ ଦୀଘା ଯାଏ ବେଶି ପ୍ରଭାବ ପଡିବ| ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରୁଛନ୍ତି, ଓଡ଼ିଶାର କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାପାଇଁ ଟିକିଏ ଅଧିକ ବିପଦ ରହୁଛି। କେନ୍ଦ୍ରାପଡ଼ାରେ ଛୁଇଁ ହୋଇ ବାତ୍ୟା ବାଲେଶ୍ବର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଯଥେଷ୍ଟ ଅଧିକହେବାର ଆଶଙ୍କା ରହିଛି।
ଏପରିକି ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସାମ୍ଭାବ୍ଯ ବାତ୍ଯାକୁ ନେଇ କିପରି ଅବସ୍ଥାରେ ଅଛନ୍ତି ଭଦ୍ରକ ଜିଲାର ନଦୀକୂଳିଆବାସୀ । ଭଦ୍ରକ ଜିଲାର ଜଳଦେଶ ତଥା ତ୍ରିକୋଣ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ତେନ୍ତୁଲିଡିହ, ମାଧପୁର, ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦ ନଦୀ କୂଳକୁ ଲାଗି ରହିଛି ମୁଆଁ, କୁଲିବିନ୍ଧା, ପାଲଟପୁର, ଶୀତଳପୁର, ଗରିପୁର, ଧାନଖଣିଆ, ତିନିତର ଆଦି ୨୦\୨୨ଟି ଗାଁ। ହେଲେ ଅନେକ ସ୍ଥାନରେ ନଦୀବନ୍ଧ ଅତନ୍ତ୍ଯ ଦୃବଳ ରହିଥୀବା ବେଳେ ୪ ରୁ ୫ଟି ସ୍ଥାନରେ ଦୀର୍ଘବର୍ଷ ହେବ ନଦୀବନ୍ଧ ନଈରେ ଲିନ୍ନ ହୋଇଥିଲେ ମଧ୍ଯ ଆଜି ପ୍ରଯ୍ଯନ୍ତ ମରାମତି ହୋଇନଥିବା ନଦୀକୂଳିଆବାସୀ କହିଛନ୍ତି। ବର୍ତ୍ତମାନ ସାମ୍ଭାବ୍ଯ ବାତ୍ଯା ସ୍ଥିତିକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ନଦୀକୂଳି ଗାଁର ଲୋକମାନେ।
ବିଶେଷକରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ନିକଟସ୍ଥ ଧାମାରା ସମୁଦ୍ର ମୁହାଣ ଅସାନ୍ତ ରହିବ ତାହାସହ ଘୂର୍ଣ୍ଣିବଳୟ ପ୍ରଭାବରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି। ଯଦି ଏପରି ସ୍ଥିତି ସୃଷ୍ଟି ହୁଏ ତାହାଲେ ଜନବସତିକୁ ଲୁଣା ପାଣୀ ମାଡି ଆସିବ ବୋଲି ନଦୀକୂଳିଆ କହିଛନ୍ତି। ପୂର୍ବରୁ ଗ୍ରୀଷ୍ମଋତୁରେ ଯେବେ ବାତ୍ଯା ହୋଇଛି ଲୁଣା ଢେଉ ମାଡି ଆସିବାର ନଜିର ରହିଛି। ଏପଟେ ଭଦ୍ରକ ଜିଲାପାଳଙ୍କ ପକ୍ଷରୁ ସାମ୍ଭାବ୍ଯ ବାତ୍ଯାର ସମୀକ୍ଷା କରାଯିବା ସହ ସମସ୍ତ ତହସିଲିଦାର ଓ ବିଡିଓଙ୍କୁ ନଦୀକୂଳିଆ ଅଞ୍ଚଳ ଓ ବାତ୍ଯାଆଶ୍ରୟସ୍ଥଳିର ସ୍ଥିତି ଦେଖି ରିପୋର୍ଟ କରିବାକୁ ଜଣାଇଛନ୍ତି। ଏପରିକି ଜିଲାପାଳ ଜ୍ଞାନ ଦାସ ଏକ ପ୍ରେସ ମିଟ ମାଧ୍ଯମରେ ଜିଲା ପ୍ରଶାସନ ବାତ୍ଯାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଥିବା ଜଣାଇଛନ୍ତି।



