ବାସ୍ତବବ୍ୟୁରୋ:(ଗଂଜାମ)ମାଡି ଆସୁଛି ବାତ୍ୟା ୟସ. ସାରା ରାଜ୍ୟରେ କରୋନାର ବିଭୀଷିକା ଲୋକମାନଙ୍କୁ ଭୟଭୀତ କରି ରଖିଥିବା ବେଳେ,ୟସ ବେଢ଼ି ଉପରେ କୋରଡ଼ା ପରି ।ଏହି ସମ୍ଭାବ୍ୟ ବାତ୍ୟା ୟସ୍ କୁ ନେଇ ଉପକୂଳବର୍ତି ଜିଲ୍ଲା ଗୁଡିକରେ ଲୋକମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପ୍ରସ୍ତୁତି ଜାରି ରହିଛି | ଏହି ପରିପେକ୍ଷୀରେ ଆଜି ଗଂଜାମ ଜିଲାପ୍ରଶାସନ ପକ୍ଷରୁ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି ।

ଏହି ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଜିଲ୍ଲାର ବିଡିଓ, ଏନଏସି ନିର୍ବାହୀ ଅଧିକାରୀ, ତହସିଲାଦାର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ବାତ୍ୟା ୟସକୁ କିପରି ସଠିକ ମୁକାବିଲା କରିପାରିବା ସେନେଇ ଆମକୁ ସଜାଗ ରହିବାକୁ ପଡିବ ବୋଲି କହିଥିଲେ ।ସେ ଆହୁରି ମଧ୍ୟ କହିଥିଲେକି, ଏବେ ଆମକୁ ଦୁଇଟି ଚ୍ୟାଲେଂଜ ରହିଛି । ଗୋଟିଏ କରୋନା ଅନ୍ୟଟି ବାତ୍ୟା ୟସ । ବାତ୍ୟାକୁ ନେଇ ଏକ ପ୍ଲାନ ପ୍ରସ୍ତୁତ କରାଯାଇଛି । ଜିଲ୍ଲାର ସମୁଦ୍ର ନିକଟବର୍ତ୍ତୀ ଅଂଚଳର ବିଡିଓ ,ଏନଏସି ନିର୍ବାହୀ ଅଧିକାରୀ ଓ ତହସିଲଦାର ମାନେ ସ୍ଥିତି ଅନୁଧ୍ୟାନ କରିବେ। ଆବଶ୍ୟକ ପଡିଲେ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାରେ ୧୫ ଟି ବ୍ଲକରେ ମୋଟ ୧୦୪ ଟି ବାତ୍ୟା ଓ ବନ୍ୟା ଅଶ୍ରୟ ସ୍ଥଳି ଅଛି । କଚ୍ଚା ଘରେ ରହୁଥିବା ଲୋକଙ୍କ ପରିବାରରେ କେତେ ଗର୍ଭବତୀ, ଶିଶୁ ଓ ବରିଷ୍ଠ ନାଗରିକ ମାନେ ଅଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଛି । ଆବଶ୍ୟକ ପଡିଲେ ଲୋକମାନଙ୍କୁ ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତରିତ କରାଯିବ ।କରୋନା ସଂକ୍ରମିତ ହୋଇ,ଯେଉଁମାନେ ହୋମ ଆଇସୋଲେସନରେ ଅଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗାଡି ଓ ସ୍ୱତନ୍ତ୍ର ବାତ୍ୟା ଆଶ୍ରୟ ସ୍ଥଳି ବ୍ୟବସ୍ଥା କରାଯିବ।