କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭେଣ୍ଟିଲେଟର୍‌ ଯୁଦ୍ଧ…!

ବାସ୍ତବବ୍ୟୁରୋ:(ଭୁବନେଶ୍ବର)କରୋନା ସଂକ୍ରମଣର ହାର ରାଜ୍ୟରେ କମିବାର ନ’ଧରୁନଥିଲାବେଳେ, କରୋନାକୁ ନେଇ ରାଜନୀତି ଯୁଦ୍ଧ ତାଠାରୁ ଅଧିକ ହାରରେ ବଢି ଚାଲିଛି | ଲୋକଙ୍କ ଜୀବନ ଆଉ ଜୀବିକା ଠୁଁ ବେଶି ଦଳଗତ ପ୍ରଚାର ପ୍ରସାର ଛାଲିଛି | ଏହି ଘଡ଼ିସନ୍ଧି ମୁହୁର୍ତରେ ବିଜେପି ବିଜେଡି ମଧ୍ୟରେ ଭେଣ୍ଟିଲେଟର୍‌ କୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ | ପିଏମ୍‌ କେୟାର ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର୍‌ ଦେଇଛନ୍ତି। ଏହି ଭେଣ୍ଟିଲେଟର୍‌ ର ସଠିକ ବିନିଯୋଗ ରାଜ୍ୟ ସରକାର କରି ନାହାନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି ।ଏହାର ପ୍ରତିତ୍ୱରରେ ବିଜେପି ନେତାଙ୍କ ପାଖରେ ତଥ୍ୟ ନାହିଁ ବୋଲି କହିଛି ବିଜେଡି |

ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଗତ ଶନିବାର ଦିନ ଟ୍ବିଟ୍‌ କରି କହିଥିଲେ, ସ୍ବାସ୍ଥ୍ୟ ବିଭାଗର ୱେବ୍‌ସାଇଟ୍‌ରେ ଦେଖିବାକୁ ମିଳୁଛି ଯେ ରାଜ୍ୟ ସରକାର ଯେଉଁ କୋଭିଡ୍‌ ହସ୍ପିଟାଲ୍‌ ସବୁ କରିଛନ୍ତି, ସବୁଥରେ ଭେଣ୍ଟିଲେଟର୍‌ ସଂଖ୍ୟା ୨୨୧। କେନ୍ଦ୍ର ସରକାର ପିଏମ୍‌ କେୟାର୍‌ ପାଣ୍ଠିରୁ ୫୬୭ଟି ଭେଣ୍ଟିଲେଟର୍‌ ଓଡ଼ିଶା ସରକାରଙ୍କୁ ଦେଇଥିଲେ, ତାହା କୁଆଡ଼େ ଗଲା ? ରାଜ୍ୟ ସରକାର ଏ ବିଷୟରେ ଲୋକଙ୍କୁ ଅବଗତ କରାନ୍ତୁ। ସେହି ଭେଣ୍ଟିଲେଟର୍‌ କିପରି ତୁରନ୍ତ ବ୍ୟବହାର ହୋଇପାରିବ, ସେ ଦିଗରେ ପଦକ୍ଷେପ ନିଅନ୍ତୁ। କୋଭିଡ୍‌ ସମୟରେ ବଞ୍ଚିବା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ଭେଣ୍ଟିଲେଟର୍‌। ତେଣୁ ଅଧିକ ଭେଣ୍ଟିଲେଟର୍‌ ଲାଗିଲେ ବହୁ ଜୀବନ ବଞ୍ଚିଯା’ନ୍ତା।

ଏହାର ଜବାବ ରଖି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଥିଲେକି,ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭେଣ୍ଟିଲେଟର୍‌ ସମ୍ପର୍କରେ ଦିଆଯାଇଥିବା ତଥ୍ୟ ନେଇ ଶ୍ରୀ ମହାପାତ୍ର ଅଜ୍ଞ । ସେ ଜାଣିଥିଲେ ହୁଏତ ଏପରି ପ୍ରଶ୍ନ ଉଠାଇ ନ ଥା’ନ୍ତେ। ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବେ ୱେବ୍‌ସାଇଟ୍‌ରେ ଦିଆଯାଇଛି। ୫୬୭ ଭେଣ୍ଟିଲେଟର୍‌ କେଉଁଠି କେଉଁଠି ଲଗାଯାଇଛି ତାହାର ହିସାବ ଦିଆଯାଇଛି। ପରବର୍ତ୍ତୀ ସମୟରେ ବିଜେପି ନେତା କୌଣସି ଭିତ୍ତିହୀନ ବିବୃତି ଦେବା ପୂର୍ବରୁ ‌ୱେବ୍‌ସାଇଟ୍‌ରୁ ଏହି ତଥ୍ୟକୁ ଭଲ ଭାବେ ପରଖି ନେବା ଉଚିତ।

୫୬୭ ଭେଣ୍ଟିଲେଟର୍‌ର ହିସାବ ଦେଇ କୁହାଯାଇଛି ଯେ କେନ୍ଦ୍ରରୁ ବିଇଏଲ୍‌ ଭେଣ୍ଟିଲେଟର୍‌ ୪୪୭ ଓ ଏଜିଭିଏ ଭେଣ୍ଟିଲେଟର୍‌ ୧୨୦ଟି ମିଳିଥିଲା। ୪୪୭ ଭେଣ୍ଟିଲେଟର୍‌ ମଧ୍ୟରୁ ୪୩୭ଟି ବିଭିନ୍ନ ହସ୍ପିଟାଲ୍‌ରେ ଲଗାଯାଇଛି ଓ ୧୦ଟିକୁ ଜରୁରୀକାଳୀନ ସ୍ଥିତି ପାଇଁ ରିଜର୍ଭ ରଖାଯାଇଛି। ଲଗାଯାଇଥିବା ୪୩୭ ଭେଣ୍ଟିଲେଟର୍‌ ମଧ୍ୟରୁ ୩୭୨ କାର୍ଯ୍ୟକ୍ଷମ ଅଛି ଓ ୧୮ଟି ଖରାପ ଅଛି। ଆଉ ୪୭ଟି ପାଇଁ ବିଭିନ୍ନ ଯନ୍ତ୍ରପାତି ଆବଶ୍ୟକ ଅଛି ଓ ତାହାକୁ କମ୍ପାନି ପକ୍ଷରୁ ପଠାଯାଉଛି। ୧୨୦ ଏଜିଭିଏ ଭେଣ୍ଟିଲେଟର୍ ମଧ୍ୟରୁ ୧୦୮ଟି ବିଭିନ୍ନ ହସ୍ପିଟାଲ୍‌ରେ ଲଗାଯାଇଛି ଓ ୧୨ଟି ରିଜର୍ଭ ରଖାଯାଇଛି। ଲଗାଯାଇଥିବା ୧୦୮ଟି ଭେଣ୍ଟିଲେଟର୍‌ ମଧ୍ୟରୁ ୧୦୦ଟି କାର୍ଯ୍ୟକ୍ଷମ ଅଛି ଓ ଆଉ ୮ଟିର ବିଭିନ୍ନ ଯନ୍ତ୍ରପାତି କମ୍ପାନି ପକ୍ଷରୁ ବ୍ୟବସ୍ଥା କରାଯାଉଛି ।

ଏହାକୁ ନେଇ ସର୍ବସାଧାରଣରେ ଅନେକ ପ୍ରଶ୍ନ,କୋଭିଡି ହସ୍ପିଟାଲରେ ରୋଗୀ କିପରି ଅଛନ୍ତି କେବେ ପରଖନ୍ତି ନେତା ? ହସ୍ପିଟାଲ ପରିସରରେ ରୋଗୀର ପରିଜନ ଭଲମନ୍ଦ ଖବର ଟିକେ ପାଇଁ କିପରି ତରଷୁଛନ୍ତି କେବେ ବୁଝନ୍ତି ? ଟୁଇଟର ପୃଷ୍ଠାରୁ ବାହାରି ଯଦି ପ୍ରତିଟି କୋଭିଡ ହସ୍ପିଟାଲ ପାଖରେ ନେତା କ୍ୟାମ୍ପ କରନ୍ତେ ରୋଗୀର ସମ୍ପର୍କୀୟଙ୍କୁ ରୋଗୀ ସମ୍ବଧୀୟ ସୂଚନା ଦେବାରେ ସହାୟକ ହୁଅନ୍ତେ ଲୋକେ ସବୁଦିନ ମନେ ରଖନ୍ତେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun May 23 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୯୨୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୮୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୭୭୯୮୩ଜଣ ସୁସ୍ଥ ହୋଇ […]

You May Like

Pin It on Pinterest