ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ଅପରାହ୍ନ ୪ଟା ସମୟରେ ରାଜ୍ୟବାସୀଙ୍କୁ ବାତ୍ୟା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ।
ଦେବଗଡ଼ ସହର ମ୍ୟୁନିସିପାଲିଟି ସାହି ନୃସିଂହ ମଣ୍ଡପ ସମ୍ମୁଖରେ ଗଛ ପଡି ବୋଲେରୋ ଚୁର୍ମାର,ଅଳ୍ପକେ ବର୍ତ୍ତିଲେ ଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ବାତ୍ୟା ‘ୟସ୍’ ପ୍ରଭାବରେ କଟକରେ ବୁଧବାର ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି କଟକ କୃଷି ବିଜ୍ଞାନ କେନ୍ଦ୍ର । କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ।
ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ କରିବେ ଆଶା ଓ ଅଙ୍ଗନବାଡି କର୍ମୀ । ବସ୍ତିରେ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବେ । କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର ।
ବାଲେଶ୍ୱରରୁ ଦକ୍ଷିଣ ପୂର୍ବର ୬୫୦ କିମି ଦୂରରେ ୟାସ ରହିଛି । ଦୀଘା ଠାରୁ ୬୩୦ କିମି ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଘନୀଭୂତ ହୋଇ ଭୀକ୍ଷଣ ବାତ୍ୟା ରୂପ ନେବ । ବାତ୍ୟା ମୁକାବିଲାରେ ସାମିଲ ହେବେ ୮୦୦ ଓଡ୍ରାଫ କର୍ମଚାରୀ । ଅତ୍ୟାଧୁନିକ ସାମଗ୍ରୀ ସହ ମୁକାବିଲାରେ ସାମିଲ ହେବେ । ଓଡ୍ରାଫ ମୁତୟନ ନେଇ ଓଡିଶା ପୋଲିସ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଆଇଏଏସ୍ଙ୍କୁ ୫ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ସମସ୍ତ ପ୍ରଶାସନିକ ଅଧିକାରୀ ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟ ତଦାରଖ କରିବେ। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ଜିଲ୍ଲା ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ଜିଲ୍ଲା ପାଇଁ ଭିଭି ଯାଦବ, ବାଲେଶ୍ୱର ଜିଲ୍ଲା ପାଇଁ ବିଶାଳ ଦେବ, ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ ବଶିଷ୍ଟଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୫ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି । ବାଲେଶ୍ୱର ପାଇଁ ଦିପ୍ତେଶ କୁମାର ପଟ୍ଟନାୟକ, ଭଦ୍ରକ ପାଇଁ ଅମିତେନ୍ଦ୍ର କୁମାର ସିଂ, ମୟୂରଭଞ୍ଜ ପାଇଁ ଅନିରୁଦ୍ଧ କୁମାର ସିଂ, ଜଗତସିଂହପୁର ପାଇଁ ଅମିତାଭ ଠାକୁର ଓ କେନ୍ଦ୍ରାପଡା ପାଇଁ ଜୟନାରାୟଣ ପଙ୍କଜଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସ୍ ଙ୍କ ମୃତଦେହ ଠାବ । ଦିଗବାରିଣୀ, ଚୈତନ୍ୟ ଛକ ଓ ଲାଇଟ୍ ହାଉସ ପାଖରେ ପଡ଼ିଛି ଜେଲି ଫିସ୍ ଙ୍କ ମୃତଦେହ ।
୬ଟି ଅକ୍ସିଜେନ୍ ଟ୍ୟାଙ୍କର ବୋଝେଇ ଏକ ମାଲବାହୀ ଟ୍ରେନ ରାଉରକେଲାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା । ରାୟଗଡା ରେଳ ଷ୍ଟେସନରେ ଏକ ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କର ଲିକ୍ ହୋଇଛି ।
ଆଜି (ସୋମବାର) ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଥିଲା । ଏବେ ଏହା ବାତ୍ୟାରେ ପରିଣତ ହୋଇଛି । ବାତ୍ୟା ‘ୟସ୍’ ଉତ୍ତର ଓଡ଼ିଶା ଉପକୂଳରେ ୨୬ରେ ମାଡ଼ ହେବ । ବୁଧବାର ପ୍ରାୟ ଅପରାହ୍ନରେ ଚାନ୍ଦିପୁର ପାଖାପାଖି ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗକୁ ମାଡ଼ିଯିବ । ସେତେବେଳକୁ ପବନ ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ଛୁଇଁପାରେ ।
କେନ୍ଦ୍ରାପଡ଼ା ସହର ଉପକଣ୍ଠ ଡେରାବିଶ ବ୍ଲକ୍ ଛତାଠାରେ ଥିବା ସମ୍ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ଯେମିତି ମାନସିକ ସ୍ତରରେ ସୁସ୍ଥ ସବଳ ରହିବେ ସେଥିଲାଗି ହସପିଟାଲ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ, ପାନୀୟ ଓ ଔଷଧର ଉପଯୁକ୍ତ ବ୍ୟବସ୍ଥା ଯୋଗୁ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୫୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୧୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୦୩୪୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୨୬୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୮୯୬୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡ୍ଡା ଆଜି (ସୋମବାର) ସାମ୍ଭାବ୍ୟ ବାତ୍ୟା ୟାସ ପ୍ରଭାବିତ ରାଜ୍ୟର ରାଜ୍ୟର ସାଂସଦମାନଙ୍କ ସହ କଥା ହେବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ କରାଯିବ।
ଯୁକ୍ତରାଷ୍ଟ୍ର ଆମେରିକାର ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସାକ୍ଷାତ୍ କରିବା ଏବଂ ଦୁଇ ଦେଶ ମଧ୍ୟରେ କୋଭିଡ୍ ସମ୍ବନ୍ଧୀୟ ସହଯୋଗ ବିଷୟ ଆଲୋଚନା କରିବା ଲାଗି ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ନ୍ୟୁୟର୍କରେ ପହଞ୍ଚିଛନ୍ତି।
ସମ୍ପ୍ରତି ଭାରତରେ ବିକଶିତ ହେଉଥିବା ନାକରେ ବୁନ୍ଦା ନେଲା ଭଳି ଏକ ପ୍ରକାର କୋଭିଡ୍ ଟିକା ଶିଶୁମାନଙ୍କ କୋଭିଡ୍ ସଂକ୍ରମଣ ପାଇଁ ଅଭୟ ବରଦାନ ସଦୃଶ ହେବ : ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ ।