ଗ୍ୟାସ ଟାଙ୍କି ଫାଟି ଭୟାଭୟ ଅଗ୍ନିକାଣ୍ଡ ଜଳିଗଲା ୧୨ବଖରା ଘର

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ଚାନ୍ଦବାଲି ବ୍ଲକ ତେନ୍ତୁଲ୍ଲୀଡ଼ିହି ପଂଚାୟତରେ ଗ୍ୟାସଟାଙ୍କି ଫାଟି ଭୟାଭୟ ଅଗ୍ନିକାଣ୍ଡରେ, ୧୨ବଖରା ଘର ପୋଡି ପାଉଁଶ ହୋଇ ଯାଇଛି | ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବାର ବହୁ ବିଳମ୍ବରେ ଅଗ୍ନିଶମ ବିଭାଗ ପହଂଚିବା ସହ ମାତ୍ର ଗୋଟିଏ ଗାଡି ଯାଇଥିବାରୁ ଅସନ୍ତୋଷ ଦେଖାଦେଇଥିଲା | ଗ୍ରାମବାସୀ ନିଆଁକୁ ଆୟତ କରିବାକୁ ଚେଷ୍ଟା ଓ ସହଯୋଗରେ ଅଗ୍ନିଶମ ବିଭାଗ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ |

Photo:bastab media

ପରେ ଅଗ୍ନିଶମ ବିଭାଗ ଅନ୍ୟ ୩ଟିଗାଡି ଆସିବାରୁ ବାକି ଘର ଗୁଡିକ ବର୍ତ୍ତୀ ଯାଇଥିଲା l ଅନ୍ୟପଟେ ଅଗ୍ନିର ପ୍ରକୋପ ଏତେ ଭୟାବହ ଥିଲାଯେ, ଘରୁ କିଛି ଉଦ୍ଧାର କରିବା ସମ୍ଭବ ହୋଇନଥିଲା ଅଗ୍ନିଵିପନ୍ନଙ୍କ ପାଖରେ ପିନ୍ଧା ଲୁଗା ଛଡା ଅନ୍ୟ କିଛି ନାହିଁ |କରୋନାର ସାଙ୍ଗକୁ ବାତ୍ୟା ତା ସାଙ୍ଗକୁ ଏତେବଡ଼ ବିପତି ବଡ଼ ଦୁଃଖ ଦାୟକ | ଏହି ଅଗ୍ନିକାଣ୍ଡରେ ଜଗବନ୍ଧୁ ଦାସ.ପଞ୍ଚାନନ ଦାସ. କୈଳାସ ଦାସ.ଭଞ୍ଜ ଦାସ ଓ ବଗଲା ଦାସଙ୍କ ୧୨ବଖରା ଘର ପୋଡି ଯାଇଥିବା ସୂଚନା ମିଳିଛି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ବିଡିଓ ଙ୍କୁ ଆଶା କର୍ମୀ ସଂଘର ଅଭିଯୋଗ ପତ୍ର ପ୍ରଦାନ

Tue May 25 , 2021
ବାସ୍ତବବ୍ୟୁରୋ:(ସନ୍ତୋଷ କୁମାର ପାତ୍ର,ନର୍ଲା) ଆଶା କର୍ମୀ ସଂଘ ନର୍ଲା ସଭାପତି ପଙ୍କଜିନି ନାଏକ ଙ୍କ ତତ୍ତ୍ଵବଧାନରେ ଏକ ଅଭିଯୋଗ ପତ୍ର, ନର୍ଲା ବିଡିଓ ଏବଂ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ପ୍ରଦାନ କରାଯାଇଛି , ପ୍ରକାଶ ଥାଉ କି, ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ସାରା ଓଡ଼ିଶା ରେ କେ଼ାରୋନା ସଂକ୍ରମିତ ଙ୍କୁ ଚିହ୍ନଟ କରିବା ପାଇଁ ଘର ଘର ବୁଲି ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ […]

You May Like

Pin It on Pinterest