କରୋନା ଲଢେ଼ଇରେ ହାରିଗଲେ ଯୁବ ସାମ୍ବାଦିକ ସଂଗ୍ରାମ ମହାପାତ୍ର

ବାସ୍ତବବ୍ୟୁରୋ:(କୋଣାର୍କ) କରୋନା ର ଲଢେ଼ଇ ରେ ହାରି ଯାଇଛନ୍ତି ଆଉ ଜଣେ ଯୋଦ୍ଧା ତଥା ଯୁବ ସାମ୍ବାଦିକ ସଂଗ୍ରାମ ମହାପାତ୍ର। ସେ ଦୈନିକ ଖବରକାଗଜ ସମୟ ରେ କୋଣାର୍କ ପ୍ରତିନିଧି ଥିଲେ। ଗତ ୨୩ରେ ତାରିଖ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ ରାତ୍ରରେ ତାଙ୍କର ନିଧନ ହୋଇଛି । ମୃତୁ ବେଳକୁ ତାଙ୍କର ବୟସ ୪୩ ବର୍ଷ ହୋଇଥିଲା । ଏହି ଦୁଃଖଦ ଖବର ନେଇ ସାମ୍ବାଦିକ ମହଲରେ ଶୋକ ର ଛାୟା ଖେଳିଯାଇଛି ।

ସଂଗ୍ରାମ ଆଜକୁ ୮ ବର୍ଷ ହେବ ଭିନ୍ନଭିନ୍ନ ଖବରକାଗଜରେ କାର୍ଯ୍ୟ କରି ଆସୁଥିଲେ। ଗତ ୧୨ ତାରିଖରେ ପ୍ରଥମେ ଜ୍ୟୋର ହେବାରୁ ତାଙ୍କୁ କୋଣାର୍କ କୋଭିଡ୍ ମେଡିକାଲରେ ଚିକିତ୍ସା କରାଯାଇଥିଲା । ଧିରେ ଧିରେ ସ୍ବାସ୍ଥ୍ୟ ବିଗିବା ପରେ ତାଙ୍କୁ ପୁରୀ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ୫ ଦିନ ରଖିବା ପରେ ଭୂବନେଶ୍ୱର ପଠାଯାଇଥିଲା । ଭୁବନେଶ୍ବର ରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ଚାଲିଥିଲା ବେଳେ ହଠାତ ଅକ୍ସିଜେନ ଲେବଲ୍ କମିଯିବାରୁ ତାଙ୍କର ମୁତୁ ହେବା ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ରେ ଭୟଭିତ ଅବସ୍ଥାରେ ସମୁଦ୍ର ଓ ନଦୀ କୂଳିଆ ଲୋକମାନେ, ଅଧିକାଂଶ ହୋଇନାହାନ୍ତି ସ୍ଥାନାନ୍ତର

Tue May 25 , 2021
ବାସ୍ତବବ୍ୟୁରୋ:(ଚାନ୍ଦବାଲି)୨୬ ତାରିଖ ସକାଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ, ବାତ୍ୟା ୟାସ୍ ଅତି ଭୀଷଣକାୟ ରୂପ ଧରି ପହଞ୍ଚିବ। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଉପକୂଳବର୍ତ୍ତୀ ଚାନ୍ଦବାଲି ବ୍ଲକରେ ତୁହାକୁ ତୁହା ପ୍ରବଳ […]

You May Like

Pin It on Pinterest