କରୋନା ଯୋଦ୍ଧା ଭାବେ ପ୍ରାଣହାନୀ ଘଟିଲେ ଅଙ୍ଗନବାଡ଼ି କର୍ମୀଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ…

Photo: social media

ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)କରୋନା ଯୋଦ୍ଧା ଭାବେ, ଅଙ୍ଗନବାଡ଼ି କର୍ମୀଙ୍କ ପ୍ରାଣହାନୀ ଘଟିଲେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିବ।ଏହା କରୋନା ମହାମାରୀର ଦ୍ବିତୀୟ ଲହରୀ ପାଇଁ ନିୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ପ୍ରଯୁଜ୍ୟ | ସମସ୍ତ ଜିଲ୍ଲା ସ୍ତରୀୟ ଡିଏସ୍‌ଡବ୍ଲୁଓଙ୍କୁ, ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏ ସମ୍ଵଧ୍ୟରେ ଚିଠି ଲେଖି ଜଣାଇ ଦିଆଯାଇଛି। ଏଥିପାଇଁ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅନ୍ତର୍ଗତ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ଥିବା ବୀମାରେ ଅନ୍ତର୍ଭୁକ୍ତ ହୋଇ ନଥିବେ।

ଏହି କ୍ଷତିପୂରଣ ପ୍ରତ୍ୟେକ ଅଙ୍ଗନବାଡ଼ି ସୁପରଭାଇଜର ଓ ଅଙ୍ଗନବାଡ଼ି ସହାୟକଙ୍କ ପାଇଁ ଲାଗୁ ହେବ। ଅଙ୍ଗନବାଡି କର୍ମୀଙ୍କୁ ମାସ୍କ୍‌, ସାନିଟାଇଜର, ଫେସ୍‌ ସିଲ୍‌ଡ୍‌, ଗ୍ଲୋବ୍‌ସ ଆଦି ଯୋଗାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

ଚଳିତ ମାସ ୨୪ ତାରିଖରୁ ଆସନ୍ତା ଅଗଷ୍ଟ ମାସ ୨୩ ତାରିଖ ପର୍ଯ୍ୟନ୍ତ ପ୍ରତିଟି ଗ୍ରାମର ଘରକୁ ଘର ବୁଲି କରୋନା ଯାଞ୍ଚ ଅଭିଯାନରେ ଅଙ୍ଗନବାଡ଼ି କର୍ମୀମାନେ ସାମିଲ ହୋଇଛନ୍ତି। ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।ହେଲେ ଏହି ଅଭିଯାନରେ କେତେକ ଅଂଚଳରେ ଆଶା’ କର୍ମୀଙ୍କୁ ଅଙ୍ଗନବାଡ଼ି କର୍ମୀମାନେ ସହଯୋଗ କରୁ ନଥିବାର ଅଭିଯୋଗ ମଧ୍ୟ ଆସୁଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର....

Tue May 25 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୧୪୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୦୫୫୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୦୧୨୨୪ଜଣ ସୁସ୍ଥ ହୋଇ […]

You May Like

Pin It on Pinterest