
ବାସ୍ତବବ୍ୟୁରୋ:(ଚାନ୍ଦବାଲି)୨୬ ତାରିଖ ସକାଳେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମରା ବନ୍ଦର ନିକଟରେ, ବାତ୍ୟା ୟାସ୍ ଅତି ଭୀଷଣକାୟ ରୂପ ଧରି ପହଞ୍ଚିବ। ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ଏହାଛଡ଼ା ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।
ଉପକୂଳବର୍ତ୍ତୀ ଚାନ୍ଦବାଲି ବ୍ଲକରେ ତୁହାକୁ ତୁହା ପ୍ରବଳ ବର୍ଷା ସାଙ୍ଗକୁ ପବନ ର ବେଗ ମଧ୍ୟ ବଢିବିରେ ଲିଗିଛି। ସମୁଦ୍ର ଉପକୂଳ ଓ ନଦୀ କୂଳିଆ ଗ୍ରାମରେ ବସବାସ କରୁଥିବା ଲୋକମାନେ ଅତି ଭୟଭିତ ଅବସ୍ଥାରେ ରହିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏହି ବାତ୍ୟା ର ମୁକାବିଲା ପାଇଁ ସମୁଦ୍ର ଓ ନଦୀ ମୁହାଣରେ ବସବାସ କରୁଥିବା ପ୍ରାୟ ଲୋକମାନଙ୍କୁ ସ୍ଥାନାନ୍ତରିତ କରାଗଲାଣି |ଏହାଛଡ଼ା ପ୍ରଶାସନ ପକ୍ଷରୁ ଶତାଧିକ ଗର୍ଭବତୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଯଦି ବାତ୍ୟା କରାଳ ରୂପ ଧାରଣ କରେ ତେବେ ନିଶ୍ଚିତ ଭାବେ ବହୁଳ ମାତ୍ରାରେ ଧନଜୀବନ କ୍ଷୟକ୍ଷତି ହେବାର ଆଶଙ୍କା ମଧ୍ୟ ରହିଛି।