ଚୌଦ୍ୱାର ପୋଲିସ କୁ ମିଳି ଚାଲିଛି ସଫଳତା ପରେ ସଫଳତା…

Photo:bastab media

ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଗତ ୧୮ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହଟ ଗ୍ରାମର ଭାଗ୍ୟଧର ବେହେରା ଙ୍କ ଘରୁ ହୋଇ ଥିବା ଲୁଟ ର ମହା ଖୁଳସା କରିଛି ଚୌଦ୍ୱାର ପୋଲିସ୍ ।

ଭାଗ୍ୟଧର ଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟ ହୋଇ ଥିବାର ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା।ଚୌଦ୍ୱାର ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରଖିଥିବା ବେଳେ ରାଜୁ ଦାସ (୨୫),ସଞ୍ଜୟ ଦାସ(୩୦),ବିଜୟ ଦାସ(୩୫),ଗଣେଶ ଦାସ(୩୦) ,ମହେଶ୍ୱର ପୃଷ୍ଟି(୬୩),ଭୀମସେନ ସାହୁ(୩୮) ଙ୍କୁ ଗିରଫ କରିବା ରେ ସଫଳ ହୋଇଛି।ସମସ୍ତ ଡକାୟତ ମାନେ କେଦ୍ରାପଡା ଜିଲ୍ଳା ଟାଉନ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ର ସାମଗୁଡ଼ିଆ ଅଞ୍ଚଳର ବୋଲି ପୁଲିସ ସୂତ୍ର ରୁ ଜଣା ପଡ଼ିଛି

ଡକାୟତ ମାନଙ୍କ ନିକଟ ରୁ ଲୁଟ ହୋଇଥିବା ଗୋଟେ ସୁନା ମଙ୍ଗଳ ସୂତ୍ର ,୬ଟି ସୁନା ମୁଦି , ୧ ଯୋଡ଼ା ସୁନା ଶଙ୍ଖା ,୩ ଯୋଡ଼ା ସୁନା କାନ ଫୁଲ , ୨ଟି ସୁନା ଚେନ,୨ଯୋଡ଼ା ରୁପା ପାଉଁଜି ଜବତ କରାଯାଇଛି ।ଚୌଦ୍ୱାର ପୁଲିସ ଉକ୍ତ ୬ଜଣଙ୍କୁ କେସ ନଂ ୟୁ.ଏସ- ୩୯୫ ଆଇ.ପି.ସି ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରି ଥିବାର ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଅଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋଣାର୍କ, କାକଟପୁର, ଅସ୍ତରଙ୍ଗରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କଲେ ପୁରୀ ଜିଲ୍ଲାପାଳ

Tue May 25 , 2021
ବାସ୍ତବବ୍ୟୁରୋ:(କୋଣାର୍କ)ବାତ୍ୟା ୟଶକୁ ଆଖିରେ ଆଖି ପୁରୀ ଜିଲ୍ଲାପାଳ ଓ ଏସପି କୋଣାର୍କ,ଅସ୍ତରଙ୍ଗ ଓ କାକଟପୁର ବ୍ଲକର ଉପକୂଳର୍ବୀ ଦୁଇ ହଜାରରୁ ଅଧିକ ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ରେ ଆଣି ରଖି କିଛି ସୁଖିଲା ଖାଦ୍ୟ ଦେବାସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ୟଶ ଯୋଗୁଁ ପ୍ରବଳ ବର୍ଷା ଓ ପବନ ଯୋଗୁ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ସମୁଦ୍ର କୂଳିଅ।ଅଂଚଳରୁ ଲୋକ ମାନେ ସୁରକ୍ଷିତ ରହିବା ସହ କୋଭିଡ୍ […]

You May Like

Pin It on Pinterest