କୋଣାର୍କ, କାକଟପୁର, ଅସ୍ତରଙ୍ଗରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କଲେ ପୁରୀ ଜିଲ୍ଲାପାଳ

Photo: Bastab media


ବାସ୍ତବବ୍ୟୁରୋ:(କୋଣାର୍କ)ବାତ୍ୟା ୟଶକୁ ଆଖିରେ ଆଖି ପୁରୀ ଜିଲ୍ଲାପାଳ ଓ ଏସପି କୋଣାର୍କ,ଅସ୍ତରଙ୍ଗ ଓ କାକଟପୁର ବ୍ଲକର ଉପକୂଳର୍ବୀ ଦୁଇ ହଜାରରୁ ଅଧିକ ଲୋକମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ ରେ ଆଣି ରଖି କିଛି ସୁଖିଲା ଖାଦ୍ୟ ଦେବାସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାତ୍ୟା ୟଶ ଯୋଗୁଁ ପ୍ରବଳ ବର୍ଷା ଓ ପବନ ଯୋଗୁ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ ସମୁଦ୍ର କୂଳିଅ।ଅଂଚଳରୁ ଲୋକ ମାନେ ସୁରକ୍ଷିତ ରହିବା ସହ କୋଭିଡ୍ ନିୟମ ମାନି ବାତ୍ୟା ଆଶ୍ରୟସ୍ଥଳୀ ରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ କିପରି ରହିବେ ସେ ଲାଗି ତହସିଲଦାର ଓ ବିଡିଓଙ୍କୁ ତାଗିଦି କରିଥିଲେ।

ଅପରାହ୍ନ ପରେ ପବନର ଗତି ବଢିବାର ଅ।ଶା କରାଯାଉଥିବା ବେଳେ କିଭଳି ଏହା ପୂର୍ଵରୁ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖାଯିବ ସେଥିପାଇଁ ପ୍ରଶାସନ ସଜାଗ ରହିଛି । ବିଶେଷକରି ଅସ୍ତରଙ୍ଗ ବ୍ଲକର କେଉଟଜଙ୍ଗା, ଛେନୁଅ,ତଣ୍ଡାହାର, ଉଦୟକଣି ଅଂଚଳର ଲୋକ ମାନଙ୍କ ସହିତ କୋଣାର୍କ ତେଲୁଗୁ ସାହି,ସୁତନ ପଞ୍ଚାୟତର କିଛି ଲୋକ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବିଡିଓ, ତହସିଲଦାର , କୋଣାର୍କ NAC ଅଧିକାରୀ ସହିତ ପୁରୀ ଜିଲ୍ଲାପାଳ ଓ ଏସପି ବିଭିନ୍ନ ଵାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ଲୋକମାନଙ୍କର ଯେପରୀ କୋୖଣସି କ୍ଷତି ନ ହେବ ତାକୁ ଆଖିରେ ଆଖି ସ୍ଥାନୀୟ ବିଡ଼ିଓ ,ତହସିଲଦାର NAC ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାହାନଗା ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ‘ୟାସ୍ ବାଲେଶ୍ବର ଜିଲ୍ଲାରେ ଅଧିକ ପ୍ରଭାବ

Wed May 26 , 2021
ବାସ୍ତବବ୍ୟୁରୋ:(ଭଦ୍ରକ)ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’ ଏ ନେଇପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇ,ସ୍ବତନ୍ତ୍ର ରିଲିଫ୍ କମିଶନର କହିଛନ୍ତି କି,ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩ ରୁ ୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ୍ ସମୟରେ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ […]

You May Like

Pin It on Pinterest