ଆଜିର ଖାସ୍ ଖବର…

ସକାଳ ୯ଟାରୁ ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୨୩ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା୨୫୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨୬୦୦୩ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୧୦୩୭୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୧୨୯୯୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ବାତ୍ୟା ‘ୟାସ୍’କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ପକ୍ଷରୁ ଆସନ୍ତା ଶନିବାର ଯାଏଁ ଟୀକାକରଣକୁ ସ୍ଥଗିତ ରହିବ ।

ସାମୁଦ୍ରିକ ବାତ୍ୟା ୟାସ୍‌ ଜନିତ ପ୍ରବଳ ବର୍ଷାରେ ରସୁଲଗଡ଼ ଶିଳ୍ପାଞ୍ଚଳ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ ଓ ଚକେଇସିହାଣି ଅଞ୍ଚଳରେ ସବୁ ମୁଖ୍ୟ ରାସ୍ତା ଉପରେ ବର୍ଷା ପାଣି ଲହଡ଼ି ମାରୁଛି। ଗତ ଦୁଇ ଦିନର ସ୍ବଳ୍ପ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଠିଆ ହୋଇଛି। ତେଣୁ ୟେଲୋ-ଜୋନ୍‌ ଭାବେ ଘୋଷଣା ହୋଇଥିବା ରାଜଧାନୀରେ ଅଧିକ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ଆଶଙ୍କା କରାଯାଉଛି।

କରୋନାର ୨ୟ ଲହରରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତର କରୋନାର ଶିକାର ହୋଇଛନ୍ତି । ରାଜଧାନୀ ଦିଲ୍ଲୀରେ ଡାକ୍ତରଙ୍କ ସର୍ବାଧିକ ମୃତ୍ୟୁ ହୋଇଛି । ଏଯାଏଁ ୧୦୩ ଡାକ୍ତର କରୋନାରେ ପ୍ରାଣ ହରାଇଛନ୍ତି । 

 ଏବେ ପାଣିରୁ ମିଳିଲା କରୋନା ଭୂତାଣୁ । ୟୁପିରେ ନଦୀରେ ଭାସୁଥିବା ମୃତଦେହ କାରଣରୁ ପାଣିରେ ଭୂତାଣୁ ଥିବା ନେଇ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ICMR ଏବଂ WHO ତରଫରୁ ପାଣିରୁ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ ଏକଥା ସ୍ପଷ୍ଟ କରାଯାଇଛି ।

ଆଇପିଏସ ଅଫିସର ସୁବୋଧ କୁମାର ଜୟସଓ୍ୱାଲ ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ

ଦିଲ୍ଲୀ ରେ କୃଷକ ମୋର୍ଚ୍ଚା ନୂତନ କୃଷି ନିୟମ ବିରୋଧରେ ଗତ ୬ ମାସ ଧରି ଆନ୍ଦୋଳନ କରିଆସୁଛନ୍ତି । ଆଜି ୬ ମାସ ପୂର୍ତ୍ତି ଅବସରରେ ସାରା ଦେଶରେ କଳା ଦିବସ ପାଳନ କରିବାକୁ ଆହ୍ୱାନ ଦେଇଛି କୃଷକ ସଂଗଠନ । ଚାଷୀମାନେ ମଧ୍ୟ ଦେଶବାସୀଙ୍କୁ ନିବେଦନ କରିଛନ୍ତି ଯେ ସେମାନଙ୍କ ଘର ଏବଂ ଗାଡିରେ କଳା ପତାକା ଲଗାନ୍ତୁ । ଚାଷୀଙ୍କ ଏହି ଆହ୍ୱାନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ମଧ୍ୟ ସତର୍କତା କୁ ବଢାଇଛି ।

ଆଜି ରାଜଧାନୀ ଦିଲ୍ଲୀର ଦ୍ୱାରକାସ୍ଥିତ ଆକାଶ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଆରମ୍ଭ ହେବ ଡ୍ରାଇଭ ଇନ୍ ଟିକା । ଲୋକେ ନିଜ ଗାଡିରେ ଆସି ଟିକା ନେଇ ଘରକୁ ଯାଇପାରିବେ । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ୍ । ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ କୋଭିଶିଲ୍ଡ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି ।

କରୋନାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମହାରାଷ୍ଟ୍ରର ନନ୍ଦେଡରେ ଗୁରୁଦ୍ୱାର ତଖ୍ତ ଶ୍ରୀ ହଜୁର ସାହିବ ଗତ ୫୦ ବର୍ଷ ମଧ୍ୟରେ ଜମା ହୋଇଥିବା ସମସ୍ତ ସୁନା ଦାନ କରିବାକୁ ଘୋଷଣା କରିଛନ୍ତି। ମେଡିକାଲ ଭିତ୍ତିଭୂମି ପାଇଁ ସେମାନେ ଏହି ସୁନା ଦାନ କରିବେ ବୋଲି କହିଛନ୍ତି।

କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ଭାରତସ୍ଥିତ ଇଣ୍ଡୋନେସୀୟ ଦୂତାବାସର ଉପମୁଖ୍ୟ ଫେର୍ଡି ପିୟେ ମଙ୍ଗଳବାର ଦିନ ଜାକର୍ତାର ଏକ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା ଜୁନ ୧୬ରେ ଋଷ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ବାଇଡେନ୍ ଓ ପୁଟିନ ଜେନେଭାରେ ପରସ୍ପର ସହ ଶିଖର ବାର୍ତ୍ତା କରିବେ । ହ୍ୱାଇଟ୍ ହାଉସ୍ ପ୍ରବକ୍ତା ଜେନ୍ ସାକି ଏକ ବୟାନରେ କହିଛନ୍ତି ଯେ, ଉଭୟ ନେତା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ଏହାସହ ଆମେରିକା ଋଷ ସହ ସମ୍ପର୍କରେ ସ୍ଥିରତା ଆଣିବାକୁ ଚାହୁଁଥିବା ସେ କହିଛନ୍ତି ।  

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ହେବାକୁ ଯାଉଛି। ଲୋକମାନେ ଆଜି ଲାଲ୍ ରଙ୍ଗରେ ପୂର୍ଣ୍ଣଚନ୍ଦ୍ର ଦେଖିବାକୁ ସୁଯୋଗ ପାଇବେ। ଏହି ଚନ୍ଦ୍ରଗ୍ରହଣ ଓ ପୂର୍ଣ୍ଣଚନ୍ଦ୍ରର ଏକ ନିଆରା ମିଶ୍ରଣ। ସୁପରମୁନ୍ ସମୟରେ ଚନ୍ଦ୍ର ଲାଲ ରକ୍ତ ପରି ଦେଖାଯିବ । ଏହାର ପ୍ରକୃତ ଆକାର ଅପେକ୍ଷା ଏହା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବ ବୋଲି କୁହାଯାଇଛି । ତେବେ ଚନ୍ଦ୍ରଗ୍ରହଣ ମୁଖ୍ୟତଃ ଦକ୍ଷିଣ ଆମେରିକା, ଉତ୍ତର ଆମେରିକା, ଏସିଆ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା, ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗରରେ ଦେଖାଯିବ। ଭାରତରେ ଚନ୍ଦ୍ରଗ୍ରହଣ ଆଂଶିକ ଭାବେ ଅପରାହ୍ନ ତିନିଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୩ମିନିଟରେ ଶେଷ ହୋଇଥିବାବେଳେ ପୂର୍ଣ୍ଣ ପର୍ଯ୍ୟାୟ ଅପରାହ୍ନ ୪ଟା ୩୯ ମିନିଟରୁ ଆରମ୍ଭ ହୋଇ ୪ଟା ୪୫ ମିନିଟରେ ଶେଷ ହେବ। ଭାରତୀୟ ସମୟ ଅନୁଯାୟୀ ଏହା ଅପରାହ୍ନ ୨ଟା ୧୭ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୧୯ମିନିଟରେ ଶେଷ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୋଣାର୍କ ଚନ୍ଦ୍ରଭାଗା ନୋଳିଆ ବସ୍ତିରେ ଆଶ୍ରୟସ୍ଥଳୀର ସ୍ଥିତି ପରଖିଲେ ଗୋପ ଅତିରିକ୍ତ ତହସିଲଦାର ସହ କୋଣାର୍କ NAC ଅଧିକାରୀ

Wed May 26 , 2021
ବାସ୍ତବବ୍ୟୁରୋ:(କୋଣାର୍କ) ଗୋପ ଅତିରିକ୍ତ ତହସିଲଦାର ସହ କୋଣାର୍କ NAC ଅଧିକାରୀ ପହଞ୍ଚି ବାତ୍ୟା ୟସ ର କିପରୀ ରହିଛି ସ୍ଥିତି ପରଖିବା ସହ ନୋଳିଆ ସାହି ବାତ୍ୟା ଆଶ୍ରୟସ୍ଥଳୀ ଓ କୋଣାର୍କ ମାଉସୀ ମା ସାହି ସ୍କୁଲରେ ରହୁଥିବା ଲୋକମାନଙ୍କୁ ସୁଖିଲା ଖାଦ୍ୟ ଦେବା ସହ ନୋଳିଆ ସାହିର ମାଛଧରାଳିଙ୍କ ଡଙ୍ଗା କିପରି ସୁରକ୍ଷିତ ଅଛି ତଦାରଖ କରିଛନ୍ତି। କୋଣାର୍କ ଚନ୍ଦ୍ରଭାଗା କୂଳ ରେ ସମୂଦ୍ର ଅଶାନ୍ତ ଥିବା ବେଳେ […]

You May Like

Pin It on Pinterest