ବାହାନଗା ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ‘ୟାସ୍ ବାଲେଶ୍ବର ଜିଲ୍ଲାରେ ଅଧିକ ପ୍ରଭାବ

ବାସ୍ତବବ୍ୟୁରୋ:(ଭଦ୍ରକ)ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ୟାସ୍’ ଏ ନେଇ
ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇ,ସ୍ବତନ୍ତ୍ର ରିଲିଫ୍ କମିଶନର କହିଛନ୍ତି କି,ସକାଳ ୯ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩ ରୁ ୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ୍ ସମୟରେ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ପବନର ବେଗ ରହିବ |ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି ।

ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ବାଲେଶ୍ବର ଜିଲ୍ଲାରେ ଅଧିକ ପ୍ରଭାବ ପକାଇବ ବାତ୍ୟା ‘ୟାସ୍’,ବାଲେଶ୍ବର ଜିଲ୍ଲା ଦେଇ ଏହା ମୟୁରଭଞ୍ଜ ଜିଲ୍ଲାକୁ ଯିବ ’ । ମୟୁରଭଞ୍ଜ ଜିଲ୍ଲାରେ ପହଞ୍ଚିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ କି.ମି. ବା ତାଠାରୁ ଟିକେ ଅଧିକ ରହିପାରେ । ଭଦ୍ରକ, ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଅପରାହ୍ନ ପରଠାରୁ ମୟୁରଭଞ୍ଜରେ ବର୍ଷା ଓ ପବନ ବଢିବ | ଆଜି ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡ଼ଖଣ୍ଡକୁ ଚାଲିଯିବ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Wed May 26 , 2021
ସକାଳ ୯ଟାରୁ ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍’ । ୩-୪ ଘଣ୍ଟା ମଧ୍ୟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଦିନ ଗୋଟାେ ପୂର୍ବରୁ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରିବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୩୦ କି.ମି.ରୁ ୧୪୦ କି.ମି. ମଧ୍ୟରେ ରହିବ । ରାଜ୍ୟରେ ଗତ ୨୪ […]

You May Like

Pin It on Pinterest