କୋଣାର୍କ ଚନ୍ଦ୍ରଭାଗା ନୋଳିଆ ବସ୍ତିରେ ଆଶ୍ରୟସ୍ଥଳୀର ସ୍ଥିତି ପରଖିଲେ ଗୋପ ଅତିରିକ୍ତ ତହସିଲଦାର ସହ କୋଣାର୍କ NAC ଅଧିକାରୀ

Photo: Bastab media


ବାସ୍ତବବ୍ୟୁରୋ:(କୋଣାର୍କ) ଗୋପ ଅତିରିକ୍ତ ତହସିଲଦାର ସହ କୋଣାର୍କ NAC ଅଧିକାରୀ ପହଞ୍ଚି ବାତ୍ୟା ୟସ ର କିପରୀ ରହିଛି ସ୍ଥିତି ପରଖିବା ସହ ନୋଳିଆ ସାହି ବାତ୍ୟା ଆଶ୍ରୟସ୍ଥଳୀ ଓ କୋଣାର୍କ ମାଉସୀ ମା ସାହି ସ୍କୁଲରେ ରହୁଥିବା ଲୋକମାନଙ୍କୁ ସୁଖିଲା ଖାଦ୍ୟ ଦେବା ସହ ନୋଳିଆ ସାହିର ମାଛଧରାଳିଙ୍କ ଡଙ୍ଗା କିପରି ସୁରକ୍ଷିତ ଅଛି ତଦାରଖ କରିଛନ୍ତି।

Photo:bastab media

କୋଣାର୍କ ଚନ୍ଦ୍ରଭାଗା କୂଳ ରେ ସମୂଦ୍ର ଅଶାନ୍ତ ଥିବା ବେଳେ ବଡବଡ ଲହରୀ ଦେଖିବାକୁ ମିଳିଛି।ସେପଟେ ଝିପି ଝିପି ବର୍ଷା ସାଙ୍ଗକୁ କେହାଲା ପଵନ ବହିବା ଆରମ୍ଭ କଲାଣି । ଗତ ୨୩ ତାରିଖରୁ ବର୍ଷା ଆରମ୍ଭ ହୋଇଛି।ପ୍ରଶାସନ ତରଫରୁ କୋଣାର୍କ ଓ ଆଖପାଖ ଅଞ୍ଚଳରୁ ୧୧୩୫ ଜଣଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳୀ ରେ ଅ।ଶ୍ରୟ ନେଇଛନ୍ତି। ସ୍ଥାନୀୟ ପ୍ରଶାସନ ବିଶେଷକରି କୋରନା ମହାମାରୀ କୁ ଦୁଷ୍ଟି ରେ ରଖି ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିବା ଜନସାଧାରଣଙ୍କୁ ମାକ୍ସ ଓ ସାନିଟାଇଜ ଯୋଗ।ଇ ଦିଅ।ଯିବା ସହିତ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି |ଗୋପ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡା ରାତି ସାରା ବାତ୍ୟା ଆଶ୍ରୟସ୍ଥଳୀ ବୁଳି ଲୋକମାନେ କିପରି ସୁରକ୍ଷା ପାଇବେ ତଦାରଖ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଗାମୀ ୭ ଦିନ ପାଇଁ,ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ

Wed May 26 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ।ଆଗାମୀ ୭ ଦିନ ପାଇଁ,ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୧୨୮ଟି ଗାଁର ଲୋକମାନଙ୍କୁ ରିଲିଫ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଅନୁମାନ ଅନୁଯାଇ କ୍ଷୟ କ୍ଷତି ହୋଇନଥିଲେ ମଧ୍ୟ ଲୋକେ ବହୁତ ପ୍ରଭାବିତ ହୋଇଛନ୍ତି। ଏବେ ରାଜ୍ୟ ସରକାର ଓ ପ୍ରଶାସନ ତରଫରୁ ଉଦ୍ଧାର ଓ ରିଲିଫ ପାଇଁ ଉଦ୍ୟମ ଜାରି ରହିଛି। ୨୪ […]

You May Like

Pin It on Pinterest