ଆଜିର ଖାସ୍ ଖବର…

 ଓଲିଉଡର ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍‌ଲାଙ୍କ ୫୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶାନ୍ତିରାଜଙ୍କ ପରଲୋକ ହୋଇଯାଇଛି । କିଛିଦିନ ହେବ କୋଭିଡ ରେ ଆକ୍ରାନ୍ତ ଥିଲେ। ତେବେ ଆଜି ଦେହ ଭୀଷଣ ଖରାପ ହେବାରୁ ମେଡିକ୍ୟାଲ ନେବା ବାଟରେ ଆଖିବୁଜିଦେଲେ ଶାନ୍ତିରାଜ ଖୋସଲା ।

ଅପରାହ୍ନ ୧୨ଟା ୩୦ ମିନିଟରେ ହେଲିକାପ୍ଟର ଯୋଗେ ବାତ୍ୟା ‘ୟାସ୍’ରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଏରିଏଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଦେଖିବେ ମୁଖ୍ୟମନ୍ତ୍ରୀ ।

ବାତ୍ୟା ମୁକାବିଲାରେ ଓଡିଶା ମଡେଲକୁ ସଫଳତା ଦେଶ ତଥା ବିଦେଶରୁ ଓଡିଶା ସରକାର ଅନେକ ପ୍ରଶଂସା ସାଉଣ୍ଟିଛନ୍ତି । ଓଡିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ ମଧ୍ୟ ସୃଷ୍ଟି କରିଛି । ଜାତୀୟ ଗଣମାଧ୍ୟମକେ ମଧ୍ୟ ଓଡିଶା ମଡେଲକୁ ପ୍ରଶଂସା କରାଯାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୧୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୩୨୭୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୪୪୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୨୩୬୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ମୟୁରଭଞ୍ଜର କିଛି ଅଞ୍ଚଳରେ ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ଲାଗିରହିଛି । ତେବେ ଯଶୀପୁର ଥାନା ଟଙ୍ଗାବିଲା ସୁନାମୁହିଁ ଗାଁରେ ଏକ ଘରର କାନ୍ଥ ଭୁଶୁଡି ଜଣେ ନାବାଳିକା ସମେତ ୨ଜଣ ଶିଶୁ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଲଗାଣ ବର୍ଷା ଯୋଗୁଁ ଘର କାନ୍ଥ ଭୁଶୁଡିଛି । ଘର ଭିତରେ ୩ଜଣ ଶିଶୁ ଖେଳୁଥିବା ବେଳେ କାନ୍ଥ ଭୁଶୁଡିଛି । ଯାହାଫଳରେ ଜଣେ ନାବାଳିକା ଗୁରୁତର ହୋଇଥିବା ବେଳେ ୨ଜଣ ଶିଶୁ ଆହତ ହୋଇଛନ୍ତି ।

ରାଜ୍ୟରେ ଝଡ଼ବାତ୍ୟା ସତ୍ତେ୍ୱ ଦେଶର କରୋନା ରୋଗୀଙ୍କ ପାଇଁ ଅମ୍ଳଜାନ ଯୋଗାଣ ଥିଲା ସମ୍ପୂର୍ଣ୍ଣ ସ୍ୱାଭାବିକ । ଅନୁଗୁଳ ଓ ଯାଜପୁରରୁ ଯାଇଥିଲା ଅକ୍ସିଜେନ୍‌ ଟ୍ୟାଙ୍କର ।

ସାମୁଦ୍ରିକ ଝଡ ୟାସ୍ ମୁକାବିଲା ଲାଗି ଓଡିଶାକୁ ପ୍ରଥମ କିସ୍ତିରେ ୬୪୧.୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ବାତ୍ୟା ୟାସ୍ ପ୍ରଭାବକୁ ଦୃଷ୍ଟିରେ ରଖି ବାତିଲ୍‌ ହୋଇଥିବା ସମସ୍ତ ସ୍ବତନ୍ତ୍ର ଟ୍ରେନ୍‌ ସେବା ଆଜିଠାରୁ ପୁଣିଥ‌ରେ ସ୍ବାଭାବିକ କରିବା ଦିଗରେ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନମାନେ କାର୍ଯ୍ୟସ୍ଥଳୀରେ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେଇପାରିବେ। ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ହସ୍ପିଟାଲମାନଙ୍କୁ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ସିଧାସଳଖ ଟିକା କିଣିବା ଲାଗି ଅନୁମତି ଦିଆଯାଇଛି। କୌଣସି ଘରୋଇ ହସ୍ପିଟାଲର ସହଯୋଗରେ ଶିଳ୍ପାନୁଷ୍ଠାନମାନେ ନିଜସ୍ବ ଖର୍ଚରେ ଟିକାକରଣ କରିପାରିବେ।

ଦୁର୍ବଳ ହୋଇ ଝାଡ଼ଖଣ୍ଡରେ ପହିଞ୍ଚିଛି ବାତ୍ୟା”ୟାସ୍ “।

ଗୁଜୁରାଟ ସରକାର ବ୍ଲାକ ଫଙ୍ଗସ ରୋଗକୁ ମହାମାରୀ ଘୋଷଣା କରିଥିଲେ । ବର୍ତ୍ତମାନ ବ୍ଲାକ ଫଙ୍ଗସର ହଟସ୍ପଟ ପାଲଟିଛି ଗୁଜୁରାଟ । ଏଠାରେ ଦୈନିକ ଅଧିକ କେସ୍ ବାହାରୁଥିବାରୁ ସରକାର ଗଠନ କରିଛନ୍ତି ଟାସ୍କ ଫୋର୍ସ । ଏହି ଟିମରେ ରହିଛି ରହିଛନ୍ତି ୧୧ ଜଣି ଡାକ୍ତର । ଯେଉଁମାନେ କି ବ୍ଲାକ ଫଙ୍ଗସର ସହ ଲଢିବାରେ ସହାୟକ ହେବେ । ଆଜି ପର୍ଯ୍ୟନ୍ତ ଗୁଜୁରାଟରେ ମୋଟ ୪୦୦୦ ମ୍ୟୁକୋର ମାମଲା ପଞ୍ଜିକୃତ ହୋଇଛି । ଏହି ତାଲିକାରେ ଅହମ୍ମଦାବାଦ, ଭଦୋଦରା, ସୁରଟ, ରାଜକୋଟ, ଭବନଗର ଏବଂ ଜାମନଗର ଅନ୍ତର୍ଭୁକ୍ତ । 

ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଡୋମିନିକାରେ ଧରାପଡିଛନ୍ତି। ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତିରେ ଅଭିଯୋଗରେ ଭାରତୀୟ ଅପରାଧ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକାଧିକ ମାମଲା ତଦନ୍ତ ପରିସରଭୁକ୍ତ ଥିଲେ ।

ଆଫ୍ରିକାର କଙ୍ଗୋରେ ମାତିଲାଣି ବ୍ୟୁବୋନିକ ପ୍ଲେଗ । କଙ୍ଗୋରେ ଏହି ରୋଗରେ ୧୫ ଟି ନୂଆ କେସ୍ ଚିହ୍ନଟ ସହ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହାକୁ ‘ବ୍ଲାକ୍କ ଡେଥ୍’ ମଧ୍ୟ କୁହାଯାଏ । ବ୍ୟୁବୋନିକ୍ ପ୍ଲେଗ୍ ହେଉଛି ଅଧିକ ସଂକ୍ରାମକ । ଜୀବନ ପ୍ରତି ବିପଦଜନକ ରୋଗ । ଯାହା ମୂଷାଙ୍କ ମାଧ୍ୟମରେ ମଣିଷଙ୍କ ନିକଟରେ ବ୍ୟାପିଥାଏ ।

ଆମେରିକାର ସେନ ଜୋସରେ ଥିବା ଏକ ରେଲୟାର୍ଡରେ ଗୁଳି ବିନିମୟ । ଏଥିରେ ଆଠ ଜଣଙ୍କ ମୃତ୍ୟୁ ହେବା ସହ ଜଣେ ସନ୍ଦୀଗ୍ଧ ଅର୍ଥାତ ଗୁଳିଚଳାଇଥିବା ବ୍ୟକ୍ତିଙ୍କ ବି ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ହୋଇଥିବା ସନ୍ଦୀଗ୍ଧଙ୍କ କୌଣସି ପରିଚୟ ମିଳିପାରିନି ।

ଆମେରିକାର ଔଷଧ ନିର୍ମାତା ଫାଇଜର ଖୁବ ଶୀଘ୍ର ଭାରତରେ ଏହାର କୋଭିଡ -19 ଟିକାକୁ ଅନୁମୋଦନ କରିବାକୁ ଦାବି କରିଛି । କମ୍ପାନୀ କହିଛି ଯେ ଭାରତରେ ବ୍ୟାପୁଥିବା SARS-COV-2 କରୋନା ଭାରିଆଣ୍ଟ ବିରୋଧ ଏହାର ଟିକା ଅତ୍ୟନ୍ତ ପ୍ରଭାବଶାଳୀ । ଏହା ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ପ୍ରୟୋଗ କରାଯାଇପାରିବ ।ଏହି ଟିକାକୁ ଏକ ମାସ ଯାଏଁ ଦୁଇରୁ ଆଠ ଡିଗ୍ରୀ ତାପମାତ୍ରାରେ ଗଚ୍ଛିତ ହୋଇ ରଖାଯାଇପାରିବ । ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ Pfizer ଭାରତକୁ ପାଞ୍ଚ କୋଟି ଡୋଜ ଫାଇଜର ଟିକା ଦେବାକୁ ପ୍ରସ୍ତୁତ ଅଛି ।

ଚୀନ୍‌ର ଏକ ପରୀକ୍ଷାଗାରରୁ ପ୍ରଥମ କୋଭିଡ୍‌-୧୯ ଭୂତାଣୁ ପ୍ରକଟ ହୋଇଥିଲା, ଆଗାମୀ ୯୦ ଦିନ ମଧ୍ୟରେ ସେ ସମ୍ବନ୍ଧୀୟ ରିପୋର୍ଟ ଦେବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ଏଜେନ୍‌ସିମାନଙ୍କୁ ଆଦେଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଉ ନାହାନ୍ତି ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା...

Thu May 27 , 2021
ବାସ୍ତବବ୍ୟୁରୋ:(କଟକ) ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା ଆଉ ନାହାନ୍ତି’ ଆଜି ସକାଳେ ତାଙ୍କ ପ୍ରାଣବାୟୁ ଉଡିଯାଇଛି | ଓଲିଉଡ଼ ତଥା ସଂଗୀତ ପ୍ରେମୀଙ୍କ ପାଇଁ ଏହା ଏକ ଦୁଖଦଃ ଖବର | ଶାନ୍ତିରାଜଙ୍କ ମୃତ୍ୟୁର ଖବର ପାଇ ଅନେକ ବରିଷ୍ଠ କଳାକାର ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ବୟସ ପାଖାପାଖି ୫୩ ବର୍ଷ ହୋଇଥିଲା | ଗତ ମେ’ ୨୨ ତାରିଖରେ କରୋନା ସଂକ୍ରମିତ […]

You May Like

Pin It on Pinterest