ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲୁଣା ଜୁଆର…

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବାତ୍ୟା ‘ୟାସ୍’ ପ୍ରଭାବରେ ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି |ପୂର୍ଣ୍ଣିମା ତିଥି ଯୋଗୁଁ ଅଶାନ୍ତ ହୋଇପଡିଥିଲା ସମୁଦ୍ର। ଏଭଳି ପରିସ୍ଥିତିରେ ଲୁଣା ଜୁଆର ପାଣି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପ୍ରବେଶ କରିଛି |

ଖବର ଅନୁଯାଇ ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବା ଯୋଗୁ, ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲୁଣା ପାଣି ଲହଡି ଭାଙ୍ଗିଥିଲା । ଏହାସହ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲୁଣା ଜୁଆର ପାଣି ପଶିଥିଲା । ଏଠି ପାଇଁ ବାବାଙ୍କର ନୀତି କାନ୍ତିରେ ବିଳମ୍ବ ହୋଇଥିଲା, ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ୍ ଯୋଗେ ପାଣି ନିଷ୍କାସନ କରାଯିବା ପରେ ବାବା ଆଖଣ୍ଡଳ ମଣୀଂକ ନୀତିକାନ୍ତି ଆରମ୍ଭ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବାତ୍ୟା‘ୟାସ୍‌’ କରିଥିବା କ୍ଷୟକ୍ଷତିର କରିବେ ଆକଳନ...

Thu May 27 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ଵର) ଆସନ୍ତାକାଲି ଶୁକ୍ରବାର ପ୍ରଧାନମନ୍ତ୍ରୀ, ବାତ୍ୟା ‘ୟାସ୍‌’ କରିଥିବା କ୍ଷୟକ୍ଷତିର ଆକଳନ ପାଇଁ ଓଡ଼ିଶା ଆସିବେ।ଏହା ପରେ ସେ ପଶ୍ଚିମବଂଗର କ୍ଷୟକ୍ଷତି ଏରିଆ ଆକାଶ ମାର୍ଗରୁ ବୁଲି ଦେଖିବେ |ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିବେ ଏବଂ ତା’ପରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବାତ୍ୟା ଅଞ୍ଚଳରକୁ ଆକାଶମାର୍ଗରୁ ଦେଖିବେ। ପରେ ସେ ଶ୍ଚିମବଙ୍ଗ ଯାଇ ପୂର୍ବ ମେଦିନିପୁର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ଆକାଶ […]

You May Like

Pin It on Pinterest