ଆଜି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି…

ବାସ୍ତବବ୍ୟୁରୋ:କରୋନାର ଭୟାଭୟ ପରିସ୍ଥିତି ରାଜ୍ୟବାସୀଙ୍କ ଆର୍ଥିକ,ମାନସିକ ମେରୁଦଣ୍ଡ ଭାଙ୍ଗି ଦେଇଥିବାବେଳେ, ବାତ୍ୟା ୟସ ଉପକୂଳ ଅଂଚଳ ବାସୀଙ୍କୁ ଆଣିଦେଛି ବେଢ଼ି ଉପରେ କୋରଡ଼ାର ମାଡ଼,ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, କ୍ଷେତରେ ଉଜୁଡି ଯାଇଛି ବଂଚିବାର ଆଧାର |ବାତ୍ୟା ବନ୍ୟା ଓଡ଼ିଶାର ଚିଉଁର ସହଚର ,ଏଇ କଥାରେ ମନକୁ ବୁଝାଇ ଉପକୂଳ ବାସୀ କର୍ମକୁ ଆଦରି ପଡି ରୁହନ୍ତି |ସେହି ମାନଙ୍କ ଉଜୁଡା ସଂସାରକୁ ଆଜି ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ଆଜି ୧୨ଟା ୩୦ମିନିଟ୍ ରେ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ, କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଏରିୟଲ ସର୍ଭେ କରିଛନ୍ତି । ସେହି ଜିଲ୍ଲା ଗୁଡିକ ମଧ୍ୟରେ,ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡାର ବିଭିନ୍ନ ଅଂଚଳର ସ୍ଥିତି ସମୀକ୍ଷା କରିଥିଲେ । ପ୍ରଭାବିତ ଅଞ୍ଚଳରେ ପ୍ରାୟ ଏକ ଘଣ୍ଟା ଧରି ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କ୍ଷେତରେ ସଢୁଛି ତରଭୁଜ କଳାହାଣ୍ଡି ଜିଲ୍ଲା,କଲମପୁର ବ୍ଲକ ମିନଗୁର ଗ୍ରାମପଞ୍ଚାୟତ ତରଭୁଜ ଚାଷୀଙ୍କ କିଏ ବୁଝୁଚି ଦୁଃଖ ?

Thu May 27 , 2021
ବାସ୍ତବବ୍ୟୁରୋ:(କଳାହାଣ୍ଡି) କରୋନା କାହାପାଇଁ ସର୍ବନାଶ ତ, କାହାପାଇଁ ପୁସମାସ କରୋନା ଟୀକାରେ କଳାବଜାରୀ ଅକ୍ସିଜେନର ସଙ୍କଟ ବଜାର ବନ୍ଦ, ଚାକିରୀ ନାହିଁ ଅଛିତ ଅଧା ଦରମା , କେତେ କେଜି ରାସନ କଣ ସମାଧାନ ? ଗରିବର ପେଟରେ ଗରିବିର ଭୋକ | ଚାଷୀର କ୍ଷେତରେ ଉଝଉଡୁଛି ଚାଷ। କେତେକଙ୍କ ଭାଗ୍ୟରେ ଦୁଇଓଳି,ଦୁଇମୁଠା ଖାଇବାକୁ ମଧ୍ୟ ମିଳୁନି ।ଏଭଳି ସମୟରେ ନିଜ କଷ୍ଟ ଉପାର୍ଜିତ ଚାଷ ଉଜୁଡ଼ି ଗଲେ ଚାଷୀ […]

You May Like

Pin It on Pinterest