କ୍ଷେତରେ ସଢୁଛି ତରଭୁଜ କଳାହାଣ୍ଡି ଜିଲ୍ଲା,କଲମପୁର ବ୍ଲକ ମିନଗୁର ଗ୍ରାମପଞ୍ଚାୟତ ତରଭୁଜ ଚାଷୀଙ୍କ କିଏ ବୁଝୁଚି ଦୁଃଖ ?

Photo: Bastab media

ବାସ୍ତବବ୍ୟୁରୋ:(କଳାହାଣ୍ଡି) କରୋନା କାହାପାଇଁ ସର୍ବନାଶ ତ, କାହାପାଇଁ ପୁସମାସ କରୋନା ଟୀକାରେ କଳାବଜାରୀ ଅକ୍ସିଜେନର ସଙ୍କଟ ବଜାର ବନ୍ଦ, ଚାକିରୀ ନାହିଁ ଅଛିତ ଅଧା ଦରମା , କେତେ କେଜି ରାସନ କଣ ସମାଧାନ ? ଗରିବର ପେଟରେ ଗରିବିର ଭୋକ | ଚାଷୀର କ୍ଷେତରେ ଉଝଉଡୁଛି ଚାଷ। କେତେକଙ୍କ ଭାଗ୍ୟରେ ଦୁଇଓଳି,ଦୁଇମୁଠା ଖାଇବାକୁ ମଧ୍ୟ ମିଳୁନି ।ଏଭଳି ସମୟରେ ନିଜ କଷ୍ଟ ଉପାର୍ଜିତ ଚାଷ ଉଜୁଡ଼ି ଗଲେ ଚାଷୀ କିଭଳି ବା, ସହ୍ୟ କରିପାରିବ ? ଅପର ପକ୍ଷେ ସନ୍ତୁଳନ ରକ୍ଷା କରିବାରେ ପ୍ରଶାସନିକ ସ୍ତରରେ ବିଫଳତା ,ବୋଝ ଉପରେ ନଳିତା ବିଡା ହୋଇ ଠିଆ ହେବା ବାସ୍ତବିକ ପରିତାପର ବିଷୟ ପାଲଟିଛି ।

Photo: Bastab media

କଳାହାଣ୍ଡି ଜିଲ୍ଲା,କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଗ୍ରାମପଞ୍ଚାୟତ ମାଟିଖାଲ ଗ୍ରାମର ୨୧ ଜଣ ତରଭୁଜ ଚାଷୀଙ୍କ ତରଭୁଜ ଚାଷୀଙ୍କୁ ନିରିଖେଇ ଦେଖିଲେ ଏସବୁ ଜଳ ଜଳ ଭାବେ ବାରିହୋଇ ପଡୁଛି । ଚାଷ ଜମିରେ ତରଭୁଜ ଫଳି ସେଠାରେ ହିଁ ସଢ଼ୀ ଯାଉଛି । ଏହାର କାରଣ ହେଉଛି କରୋନା କଟକଣା ସହିତ ମାନ୍ଦା ବଜାର ବ୍ୟବସ୍ଥା । ଏମାନଙ୍କୁ ଥଇଥାନ କରିବାରେ ପ୍ରଶାସନ ସମ୍ପୂର୍ଣ୍ଣ ଅଣଦେଖା କରିଥିବା ତରଭୁଜ ଚାଷୀ – ଜଟିଆ ଦଳପତି, ଧନୁର୍ଯ୍ୟ ଦଳପତି, ଜଗଜୀବନ ମାଝୀ, ଗୋପାଳ ଦଳପତି, ସୁନାଦେଇ ଦଳପତି, ଭଜମନ ଦଳପତି, ହେମନ୍ତ ଦଳପତି ପ୍ରମୁଖ ଅଭିଯୋଗ କରିଛନ୍ତି ।

ବର୍ଷ ତମାମ କଲମପୁର ଉଦ୍ୟାନ ବିଭାଗ କାର୍ଯ୍ୟାଳୟଟି ତାଲା ବନ୍ଦ ହୋଇ ପଡି ରହିଛି ।ଜିଲ୍ଲା ପ୍ରଶାସନର ଜ୍ଞାତ ସାରରେ ଏଭଳି କାର୍ଯ୍ୟ ସମ୍ପାଦିତ ହେଉଥିବାରୁ ପ୍ରଶାସନର ପାରିଲା ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । କଲମପୁର ଅଂଚଳରେ ଶୀତଳ ଭଣ୍ଡାରର ଶୂନ୍ୟତା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ, କେବଳ ମାଟିଖାଲ ନୁହେଁ ସମଗ୍ର କଲମପୁର ଅଂଚଳରେ ଏଭଳି ଦୁରାବସ୍ତା ଦେଖିବାକୁ ମିଳିଛି । ତରଭୁଜ ଚାଷୀ ମାନଙ୍କୁ ସହାୟତା ଯୋଗାଇ ନଦେଲେ ଚାଷୀ ଆତ୍ମହତ୍ୟାକୁ ଏଡାଇ ଦିଆଯାଇନପରେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୋସିଆଲ ମିଡିଆର ନୂଆ ଗାଇଡଲାଇନ ସମ୍ବଧରେ - ଆଲୋଚନାକୁ ସରକାରଙ୍କ ସ୍ୱାଗତ-କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର

Thu May 27 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) ସୋସିଆଲ ମିଡିଆ ପାଇଁ ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ୨୬ ମଇରୁ ଲାଗୁ ହୋଇଛି। ଯେଉଁଠାରେ ଗୁଗୁଲ୍ ଏବଂ ଫେସବୁକ୍ ମାନିନେଇଥିବା ବେଳେ, ହ୍ବାଟସ୍ ଆପ୍ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛି। ଏହି ସମୟରେ, ନୂତନ ଡିଜିଟାଲ ଗାଇଡଲାଇନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଟ୍ୱିଟ କରି କହିଛନ୍ତି ଯେ ହ୍ବାଟସ୍ ଆପ୍ ବ୍ୟବହାରକାରୀମାନେ ସୋସିଆଲ ମିଡିଆର ନୂଆ ନିୟମକୁ […]

You May Like

Pin It on Pinterest