
ବାସ୍ତବବ୍ୟୁରୋ:(ଭଦ୍ରକ) ଆଗରୁ ନଜିର ଅଛି ବାତ୍ୟା ପରେ ବନ୍ୟା ଆସେ,ବାତ୍ୟାର ତାଣ୍ଡବରେ ଲୋକେ ଭୟଭିତ ଥିବାବେଳେ ଏବେ ପୁଣି ଛାତିରେ ଛନକା ପଶାଇଛି ବନ୍ୟା |ଭଦ୍ରକରେ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଉଛି ଭଦ୍ରକ ଜିଲ୍ଲାରେ ଧାମନଗର, ଭଣ୍ଡାରିପୋଖରୀରେ କିଛି ଗାଁ ତଳିଆ ଅଂଚଳ ହୋଇଥିବା ବେଳେ ବନ୍ୟା ପାଇଁ ବିପଦ ଅଛି |
ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟ ଠାରେ ଜଳସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଡାକବାଜି ଯନ୍ତ୍ର ଦ୍ୱାରା ଧାମନଗର ପୋଲିସ,ଭଣ୍ଡାରିପୋଖରୀ ପୋଲିସ ଲୋକମାନଙ୍କୁ ସଚେତନ କରାଇବା ସହ ଉଚ୍ଚସ୍ଥାନକୁ ଯିବାପାଇଁ ଅନୁରୋଧ କରିଛନ୍ତି|ବିପଦସ୍ତର ମାପଦଣ୍ଡ ୧୭.୮୩ ଏମ ଥିବାବେଳେ ଏହା ଗତ ସନ୍ଧ୍ୟା ୪ଟା ସୁଦ୍ଧା ୧୮.୫୬ ଏମ ଅଛି |ତେଣୁ ସମସ୍ତ ତଳିଆ ଅଂଚଳ ଓ ଆନିକଟ ନିକଟରେ ଥିବା ଗାଁକୁ ସଚେତନ କରାଉଛି ପ୍ରଶାସନ ଓ ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି |
ବନ୍ୟାରେ ବେଶୀ ପ୍ରଭାବିତ ହେବ ଧାମନଗର ଓ ଭଣ୍ଡାରିପୋଖରୀ ପୋଖରୀ ବ୍ଲକ ର ଅନେକ ଗାଁ | ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ କଣ୍ଟି ଘାଇ ଏସ୍କପ୍ ଦେଇ ଜଳ ନିଷ୍କାସିତ ହେଉଛି, ବନ୍ୟାରେ ପ୍ରଭାବିତ ହେବ ଷୋଳମପୁର, ନୂଆପଡା, ମାଳଦା, ରହଣିଆ, କୁରିଗାଁ, ନପଙ୍ଗ, ମଣିନାଥ ପୁର, ଜଳହରୀ,ତେଣୁ ସଚେତନ ରହିବା ପାଇଁ ପ୍ରଶାସନ ଅନୁରୋଧ କରିଛି
ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ କଣ୍ଟି ଘାଇ ଏସ୍କପ୍ ଦେଇ ଜଳ ନିଷ୍କାସିତ ହେଉଛି,ପ୍ରଭାବିତ ଗାଁ ଷୋଳମପୁର, ନୂଆପଡା, ମାଳଦା, ରହଣିଆ, କୁରିଗାଁ, ନପଙ୍ଗ, ମଣିନାଥ ପୁର ଓ ଜଳହରୀ | ବର୍ତ୍ତମାନ କିନ୍ତୁ ବୈତରଣୀରେ ଜଳ ସ୍ଥର କମିଛି କିନ୍ତୁ ବନ୍ୟା ଜଳ ଧାମନଗର ଓ ଭଣ୍ଡାରିପୋଖରୀ ଅନେକ ଗାଁରେ ପ୍ରବାହିତ ହେଉଛି ।