ବହୁ ଚର୍ଚିତ ଭଦ୍ରକ ରାଜମୁକନ୍ଦପୁର ହତ୍ୟାକାଣ୍ଡର ଦୁଇ ଅପରାଧୀ ଭୁବନେଶ୍ୱରରୁ ଗିରଫ…

Photo:bastab media

ବାସ୍ତବବ୍ୟୁରୋ:(ଭଦ୍ରକ)– ଘଟଣାନୁଯାୟୀ ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନସ୍ଥ ରାଜମୁକୁନ୍ଦପୁର ଗ୍ରାମରେ ଏକ ହତ୍ୟା କାଣ୍ଡ ଘଟିଥିଲା। ତେବେ ଏନେଇ ଭଦ୍ରକ ଗ୍ରାମାଞ୍ଚଳରେ ୧୩୭/୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା। ଆଇପିସି ଧାରା ୩୦୨ ଏବଂ ୩୪ ଭଳି ଦୁଇଟି ସାଙ୍ଘାତିକ ଦଫା ଲାଗିଥିବା ବେଳେ ଅପରାଧୀ ଦୁଇ ଜଣ ଫେରାର ଥିଲେ। ଏହି ହତ୍ୟାକାଣ୍ଡରେ ଦୁଇ ଅପରାଧୀ ସୁପନା ବେହେରା ଏବଂ ପପୁଆ ବେହେରା ଭୁବନେଶ୍ୱର ଅଞ୍ଚଳରେ ଗୋପନରେ ରହିଆସୁଥିଲେ।

ତେବେ ଏ ଖବର ପାଇ ଭଦ୍ରକ ଗ୍ରାମଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା। ଆଉ ଆଜି ନିଜେ ଥାନାଧିକାରୀ ଆଲୋକ ଜେନାଙ୍କ ସଠିକ ଗୋଟି ଚାଳନାରେ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ତେବେ ଭୁବନେଶ୍ୱରରୁ ଉଭୟ ଅପରାଧୀଙ୍କୁ ଗିରଫ କରି ଆଲୋକ ଜେନା ଭଦ୍ରକ ପହଞ୍ଚିଥିଲେ। ପ୍ରଥମେ ସେମାନଙ୍କର ଡାକ୍ତରୀ ପରୀକ୍ଷା କରି ଉଭୟ ସୁପନା ବେହେରା ଏବଂ ପପୁଆ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭଦ୍ରକରେ ବାତ୍ୟା ପରେ ବନ୍ୟା ଆଶଙ୍କା ଡରାଉଛି ବୈତରଣୀ...

Fri May 28 , 2021
ବାସ୍ତବବ୍ୟୁରୋ:(ଭଦ୍ରକ) ଆଗରୁ ନଜିର ଅଛି ବାତ୍ୟା ପରେ ବନ୍ୟା ଆସେ,ବାତ୍ୟାର ତାଣ୍ଡବରେ ଲୋକେ ଭୟଭିତ ଥିବାବେଳେ ଏବେ ପୁଣି ଛାତିରେ ଛନକା ପଶାଇଛି ବନ୍ୟା |ଭଦ୍ରକରେ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଉଛି ଭଦ୍ରକ ଜିଲ୍ଲାରେ ଧାମନଗର, ଭଣ୍ଡାରିପୋଖରୀରେ କିଛି ଗାଁ ତଳିଆ ଅଂଚଳ ହୋଇଥିବା ବେଳେ ବନ୍ୟା ପାଇଁ ବିପଦ ଅଛି | ଭଣ୍ଡାରିପୋଖରୀ ଆଖୁଆପଦା ଆନିକଟ ଠାରେ ଜଳସ୍ଥର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି […]

You May Like

Pin It on Pinterest