ବାସ୍ତବବ୍ୟୁରୋ:(କଟକ) ରୋଗିଙ୍କ ସମ୍ପର୍କୀୟ ମାନେ ତଥ୍ୟ ପାଇବା ଲାଗି ହନନ୍ତସନ୍ତ ହେବାକୁ ପଡୁଥିଲା ବେଳେ ସହରରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଟିକିନିକି ଖବର ସେମାନଙ୍କ ସମ୍ପର୍କୀୟ ମାନେ ପାଇ ପାରିବେ ବୋଲି କଟକ CMC ପକ୍ଷରୁ ସୂଚନା ଦିଆଯାଇଛି । ଏବେ ଆଉ ହଇରାଣ ହେବାକୁ ପଡିବ ନାହିଁ । ସୁବିଧାରେ ରୋଗୀଙ୍କ ତଥ୍ୟ ପାଇପାରିବେ ସଂପର୍କୀୟ। ଏଥିଲାଗି ସିଏମସି ପକ୍ଷରୁ ପ୍ରତି କୋଭିଡ ହସ୍ପିଟାଲରେ ୨୪ଘଣ୍ଟିଆ ହେଲ୍ପଡେେସ୍କ୍ ବ୍ୟବସ୍ଥା କରାଯିବା ସହ ଯୋଗାଯୋଗ ନମ୍ବର ଜାରି କରାଯାଇଛି ।
ରୋଗୀ ସମ୍ପର୍କୀୟମାନେ ଉକ୍ତ ନମ୍ବରରେ ଯୋଗାଗଯୋଗ କରି ପ୍ରତିଦିନ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥାବସ୍ଥା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଠାରୁ ଜାଣିପାରିବେ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ କୋଭିଡ ହସ୍ପିଟାଲ ଗୁଡିକରେ ତଥ୍ୟ ଲଚୁଯାଉଥିବା ଅଭିଯୋଗ ଆସୁଥିଲା । ବିଭିନ୍ନ ସମୟରେ ଏହାକୁ କେନ୍ଦ୍ର କରି ଉତ୍ତେଜନା ମଧ୍ୟ ସୃଷ୍ଟି ହେଉଥିଲା । ଏହାକୁ ରୋକିବା କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ସିଏମସି ଅଞ୍ଚଳରେ ଥିବା ସମସ୍ତ କୋଭିଡ ହସ୍ପିଟାଲଗୁଡିକରେ କରୋନା ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ସମସ୍ତ ତଥ୍ୟ ରୋଗୀ ସମ୍ପର୍କୀୟମାନେ ଜାଣିପାରିବେ ।
କୋଭିଡ ହସ୍ପିଟାଲଗୁଡିକରେ ଖୋଲାଯାଇଥିବା ହେଲ୍ପ ଡେସ୍କ(ସହାୟତା କେନ୍ଦ୍ର)ରେ ସମସ୍ତ କୋଭିଡ ହସ୍ପିଟାଲରେ, କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ୩ଟି ସିଫ୍ଟରେ ୨ଜଣିଆ କର୍ମଚାରୀ ୨୪ ଘଣ୍ଟା କାର୍ଯ୍ୟ କରିବେ । ସିଏମସି ପକ୍ଷରୁ ଜାରି ହୋଇଥିବା ହେଲ୍ପଡେସ୍କ୍ ନମ୍ବର ଗୁଡିକ ମଧ୍ୟରେ ସୃଷ୍ଟି କୋଭିଡ ହସ୍ପିଟାଲରେ ୭୯୭୮୯୨୬୨୩୨ ଏବଂ ୯୩୪୮୬୦୪୭୪୨, ରୁଦ୍ର କୋଭିଡ ହସ୍ପିଟାଲରେ ୮୨୪୯୭୫୮୮୫୫ ଏବଂ ୬୩୭୦୦୭୯୨୭୨, ଏସସିବି କୋଭିଡ ହସ୍ପିଟାଲ ୧୮୦୦୩୪୫୯୫୯୫ ଏବଂ ୮୯୮୪୫୮୦୬୩୩, ସଦଗୁରୁ କୋଭିଡ ହସ୍ପିଟାଲରେ ୭୨୦୫୦୯୬୦୦୨, ୭୨୦୫୦୯୬୦୦୮, ୭୨୦୫୦୯୬୦୧୧, ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୯୨୩୮୦୦୮୮୩୨ ଏବଂ ୭୮୯୪୪୬୦୪୫୧, ଓମ ଶୁଭମ ହସ୍ପିଟାଲରେ ୯୪୩୭୪୯୫୩୬୪ ଏବଂ ୬୩୭୧୦୮୨୮୪୫, ୟୁନିକ କୋଭିଡ ହସ୍ପିଟାଲରେ ୯୩୩୭୮୮୩୯୧୯ ଏବଂ ୯୧୨୪୨୦୨୩୪୭, ସାଉଥ ପଏଣ୍ଟ କୋଭିଡ ହସ୍ପିଟାଲରେ ୭୮୪୭୮୦୩୯୧୭, ୭୯୭୮୦୬୧୩୫୨ ନମ୍ବର ଜାରି କରାଯାଇଛି । ଏହି ନମ୍ବର ଦ୍ୱାରା ରୋଗୀ ମାନେ ସୁବିଧାରେ ରୋଗୀଙ୍କ ସମ୍ପର୍କୀତ ତଥ୍ୟ ପାଇ ପାରିବେ ।



