୧-ବିଲ କରାଇବାକୁ ୨୦ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାଣପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ଦଳେଇ।
୨-ଗାନ୍ଧୀ ଜୟନ୍ତୀରୁ କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ କବି କୁମ୍ଭ ମେଳା, ଓଡିଶାକୁ ଆସିବେ ୮୨ ଦେଶରୁ ୧୦୦୦ ବିଶ୍ବସ୍ତରୀୟ କବି।
୩-HSRP କଟକଣା ୧ ମାସ କୋହଳ, ଏଚଏସଆରପି ପ୍ଲେଟ୍ ନଦେଲେ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।
୪-ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ଏନ୍ଆଇଏ ଡିଜି।ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ଦେବେ ପ୍ରଶିକ୍ଷଣ।
୫-ଦଲାଲମୁକ୍ତ ଅଭିଯାନ ଆରମ୍ଭ, ଭୁବନେଶ୍ୱର ଆରଟିଓ ପରିସରରୁ ଜବରଦଖଲ ଉଚ୍ଛେଦ। ଭଙ୍ଗା ହେଲା ଦଲାଲଙ୍କ ୭୦ ଚାଳିଆ।
୬-ଗାନ୍ଧୀ ଜୟନ୍ତୀରୁ ‘NO PLASTIC’ ।୫୦ ମାଇକ୍ରନରୁ କମ୍ ପଲିଥିନ ସମ୍ପୂର୍ଣ୍ଣ ନିଷିଦ୍ଧ।
୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର ନୂଆ କୁଳିପତିଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ।ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣିଙ୍କୁ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରଫେସର ହରିହର ହୋତାଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଛି ।
୮-ଆଜିଠୁ ବଦଳୁଛି ବ୍ୟାଙ୍କ କାର୍ଯ୍ୟ ସମୟ। କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ଚାରିଟା ଯାଏଁ ଚାଲିବ।
୯-ଏଣିକି ବିଦେଶ ଗସ୍ତ ପୂର୍ବରୁ ନିଜ ବିଭାଗକୁ ଅତି କମରେ ତିନି ସପ୍ତାହ ଆଗରୁ ଅବଗତ କରାଇବେ ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀ।
୧୦-ଦେଶର ୯୦୦ ରେଳ ଷ୍ଟେସନରେ ସଫେଇ କାର୍ଯ୍ୟ କଲେ ଜିଓ କର୍ମଚାରୀ-ଦେଲେ ସ୍ୱଚ୍ଛତାର ବାର୍ତ୍ତା