ମୌସୁମୀ ଆସିବା ପୂର୍ବରୁ କଟକ ଜିଲ୍ଲା ପ୍ରଶାସନର ସବୁ ପ୍ରସ୍ତୁତି ଶେଷ

ବାସ୍ତବବ୍ୟୁରୋ:(କଟକ)ଚଳିତ ବର୍ଷ ଜୁନ ମାସ ର ପ୍ରଥମ ସପ୍ତାହ ରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପୂର୍ବରୁ ସବୁ ପ୍ରସ୍ତୁତି ଶେଷ କରିଛି କଟକ ଜିଲ୍ଲା ପ୍ରଶାସନ । ମୌସୁମୀ ପ୍ରବେଶ ପୂର୍ବରୁ ମୁକାବିଲା ପାଇଁ ରୋଡ଼ ମ୍ୟାପ ସ୍ଥିର କରି ସାରିଛି କଟକ ପ୍ରଶାସନ।ସମସ୍ତ ବିଧାୟକ, ମନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ଜରୁରୀକାଳୀନ ବୈଠକ ପରେ ମୌସୁମୀ ମୁକାବିଲାରେ ସଫଳ ହେବାଲାଗି ଆଶା ରଖିଛନ୍ତି କଟକ ଜିଲ୍ଲାପାଳ ।

ପୂର୍ବରୁ କଟକରେ ଯେତେବେଳେ ମୌସୁମୀ ଆସେ ପ୍ରବଳ ବର୍ଷା ହେବା ଫଳରେ ଅନେକ ନଦୀ କୂଳିଆ ଚାଷ ଜମି ଫସଲ ଉଜୁଡି ଯାଇଥାଏ । ଏମିତକି ମହାନଗର ନିଗମ ଅଞ୍ଚଳର କିଛି ସ୍ଥାନରେ କୁତ୍ରିମ ବନ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେଣୁ ବିଶେଷକରି ଗ୍ରାମଞ୍ଚଳରେ ବେଶୀ କ୍ଷୟକ୍ଷତି ହୋଇଥଏ । ଆଠଗଡ଼, ମାହାଙ୍ଗା, ବଡ଼ମ୍ବା ଓ ନରସିଂପୁର ଆଦି ଅଞ୍ଚଳରେ ନଦୀ କୂଳିଆ ଜମିରେ ବର୍ଷା ଜଳ ରହି କୁତ୍ରିମ ବନ୍ୟା ସୃଷ୍ଟି କରିଥାଏ ।ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଜରୁରୀକାଳୀନ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୌସୁମୀ ବର୍ଷାରେ କିଛି ଅସୁବିଧା
ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି-ମତୋ ପରିବାହାଟରେ ଅସରାଏ ବର୍ଷା ରେ ବନ୍ୟା ପରିସ୍ଥିତି

Sun May 30 , 2021
ବାସ୍ତବବ୍ୟୁରୋ:(ଚାନ୍ଦବାଲି)୩୦/୦୫– ଚାନ୍ଦବାଲି ବ୍ଲକ ମତୋ ବଜାର ଥିବା ପରିବା ହାଟ ରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । ଏହି ପରିବା ହାଟ ରେ ଲୋକମାନେ ଜୀବିକା କରି ପେଟ ପୋଷ ନ୍ତି ,ଏହି ବଜାର ପଟି ରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି । ବ୍ୟବସାୟୀ ମାନେ ଏହି ହାଟ ରେ ୩୦ ରୁ ୪୦ ବର୍ଷ ଧରି […]

You May Like

Pin It on Pinterest