ପୂର୍ବତଟ ରେଳପଥ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ପାଳନ

ସ୍ଵଛ ଭାରତ ମିଶନ ପାଳନ ଅବସରରେ ପ୍ରଭାତଫେରୀ, ବୃକ୍ଷ ରୋପଣ ଏବଂ ଶ୍ରମଦାନ

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ଏହାର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଙ୍କ ନେତୃତ୍ୱରେ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ସ୍ଵଛ ଭାରତ ମିଶନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ I ଏହି ଅବସରରେ ଶ୍ରୀ ବିଦ୍ୟା ଭୂଷଣ ରେଳବାଇ କର୍ମଚାରୀ ମାନଙ୍କୁ ନିଜେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବା ସହ ଅନ୍ୟ ମାନଙ୍କୁ ଏହାର ବ୍ୟବହାରକୁ ବାରଣ କରିବାକୁ ଶପଥପାଠ କରାଇଥିଲେ I ଏହା ସହିତ ସ୍ୱଚ୍ଛତା ପ୍ରତି ସପ୍ତାହକୁ ୨ ଘଣ୍ଟା ଶ୍ରମଦାନ କରିବାକୁ ମଧ୍ୟ ଶପଥ କରାଇଥିଲେ I ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସହିତ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ I ରେଳପଥର ଅଧିକାରୀ ଓ କର୍ମଚାରୀମାନେ ଏହି ଅବସରରେ ରେଳବିହାର ଠାରେ ସ୍ୱଚ୍ଛତା ପାଇଁ ଶ୍ରମଦାନ କରିବା ସହିତ ବୃକ୍ଷରୋପଣ କରିଥିଲେ I ଏହା ପୂର୍ବରୁ ରେଳପଥର ଅଧିକାରୀ ଓ କର୍ମଚାରୀମାନଙ୍କ ସହିତ ଭାରତ ସ୍କାଉଟ ଓ ଗାଇଡ୍ସ ସ୍ବେଚ୍ଛାସେବୀମାନେ ପ୍ରଭାତଫେରୀ କାର୍ଯ୍ୟକ୍ରମ ରେ ସ୍ୱଚ୍ଛତା ସମ୍ବନ୍ଧରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇବା ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ କହିଥିଲେ I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Oct 3 , 2019
୧-ଆରମ୍ଭ ହେଲା ମୋ ସରକାର, ପଞ୍ଜୀକରଣ ପାଇଁ ଡାଏଲ କରନ୍ତୁ ୧୪୫୪୫। ୨-ସ୍ବଚ୍ଛ ଭାରତ ମିଶନରେ ଓଡ଼ିଶାକୁ ୧୦୦ମାର୍କ।୫ବର୍ଷରେ ତିଆରି ହୋଇଛି ୬୬ଲକ୍ଷରୁ ଅଧିକ ପାଇଖାନା। ୩-କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ହୋଇପାରେ ଜାତୀୟ ନାଗରିକ ସଂହିତା ବା ଏନଆରସି । ଏନେଇ ପଦକ୍ଷେପ ନେବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଆରଜିଆଇଙ୍କୁ ଚିଠି ପଠାଯାଇଛି । ୪-ଶ୍ରୀକ୍ଷେତ୍ର ପାଇଁ ଆଉ ଚାଳିଶ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ରାଜ୍ୟ ସରକାର, ଶ୍ରୀମନ୍ଦିର […]

You May Like

Pin It on Pinterest